ETV Bharat / international

ଇରାକରେ ପଶି ମୋସାଦ୍ ମୁଖ୍ୟାଳୟ ଉପରେ ଇରାନର ଏୟାରଷ୍ଟ୍ରାଇକ, 4 ମୃତ

author img

By ETV Bharat Odisha Team

Published : Jan 16, 2024, 11:34 AM IST

Iran attack in Iraq: ଇରାକରେ ଅବସ୍ଥିତ ଇସ୍ରାଏଲର ଗୁଇନ୍ଦା ମୁଖ୍ୟାଳୟ ଉପରେ ବାଲାଷ୍ଟିକ ମିସାଇଲ ମାଡ କଲା ଇରାନ । ଆକ୍ରମଣରେ 4 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଇରାକରେ ଆମେରିକା ଗୁଇନ୍ଦା କାର୍ଯ୍ୟାଳୟରେ ଇରାନର ଏୟାର ଷ୍ଟ୍ରାଇକ୍

ଇରବିଲ୍: ଇରାକରେ ପଶି ଇରାନର ମିସାଇଲ ଷ୍ଟ୍ରାଇକ । ସୋମବାର ବିଳମ୍ବିତ ରାତିରେ ଇରାକର ଅର୍ଦ୍ଧ ସ୍ୱୟଂଶାସିତ ଅଞ୍ଚଳ କୁର୍ଦିସ୍ତାନର ରାଜଧାନୀ ଆର୍ବିଲଠାରେ ଆମେରିକାର ବାଣିଜ୍ୟ ଦୂତାବାସ ନିକଟରେ ଏକାଧିକ ମିଶାଇଲ ମାଡ ହୋଇଛି । ଇରାନ ରେଭୁଲ୍ୟୁସନାରୀ ଗାର୍ଡ୍ସ କର୍ପ୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆକ୍ରମଣ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଏବଂ ଇରାନ ବିରୋଧି ଆତଙ୍କବାଦୀ ସଂଗଠନମାନଙ୍କ ଆଡ୍ଡା ଉପରେ କରାଯାଇଥିବା ଇରାନ ରେଭୁଲ୍ୟୁସନାରୀ ଗାର୍ଡ୍ସ କର୍ପ୍ସ ପକ୍ଷରୁ କୁହାଯାଇଛି ।

କୁର୍ଦିସ୍ତାନ ସିକ୍ୟୁରିଟି କାଉନସିଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଏହି ଆଟାକରେ ଦେଶର ପ୍ରମୁଖ ବ୍ୟବସାୟୀ ପେଶ୍ରା ଦିଜାୟୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଇରାକ ସଂସଦର ଜଣେ ପୂର୍ବତନ ସଦସ୍ୟ ମଶାନ ଅଲ-ଜାବୌରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି କରିଛନ୍ତି ଯେ, ଏହି ଷ୍ଟ୍ରାଇକ ବେଳେ ଗୋଟିଏ ମିଶାଇଲ ତାଙ୍କ ଘର ପାଖରେ ପାଖରେ ପଡିଥିଲା ଏବଂ ତାଙ୍କ ଘର ପାଖରେ ଜଣେ ପ୍ରତିଷ୍ଠିତ ସ୍ଥାନୀୟ ବ୍ୟବସାୟୀ ପେଶ୍ରା ଦିଜାୟୀଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଆମେରିକା ବାଣିଜ୍ୟ ଦୂତାବାସ ନିକଟରେ ପାଖାପାଖି 8ଟି ସ୍ଥାନରେ ହୋଇଥିବା ଜଣାପଡିଛି । ତେବେ ଏଥିରେ ଆମେରିକୀୟଙ୍କ କୌଣସି କ୍ଷତି ହୋଇନାହିଁ । ଅନ୍ୟପଟେ ଏରବିଲରେ ବିମାନ ସେବା ବନ୍ଦ ରହିଛି ।

ଏହାମଧ୍ୟ ପଢନ୍ତୁ.. 100 ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ବିଜୟ ପର୍ଯ୍ୟନ୍ତ ଜାରି ରହିବ ଆକ୍ରମଣ: ବେଞ୍ଜାମିନ୍ ନେତାନ୍ୟାହୁ

ଇରାନ ରେଭୋଲୁସନାରୀ ଗାର୍ଡ ପକ୍ଷରୁ ସୂଚନା ଜାରି ସୂଚନା ଅନୁଯାଯୀ, ଇରାନୀ ବିରୋଧି ଆତଙ୍କବାଦୀ ଆଡ୍ଡା ଓ କୁର୍ଦିସ୍ତାନର ରାଜଧାନୀ ଆର୍ବିଲରେ ଇସ୍ରାଏଲ ଗୁଇନ୍ଦା ମୁଖ୍ୟାଳୟ ଉପରେ ଏହି ଆକ୍ରମଣ କରାଯାଇ ସେଗୁଡିକ ନଷ୍ଟ କରାଯାଇଥିବା ଦାବି କରାଯାଇଛି । ଇରାନ ରେଭୋଲୁସନାରୀ ଗାର୍ଡ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି, ଏହି ଆକ୍ରମଣ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଛି ।

ତେବେ ଅକ୍ଟୋବର 7ରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ପରଠୁ ବିଶ୍ୱରେ ଅଶାନ୍ତି ଲାଗିରହିଛି । ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ଇସଲାମିକ ଦେଶଗୁଡିକ ଆକ୍ରମଣ କରୁଛନ୍ତି । ଇରାନର ସହଯୋଗୀ ଦେଶ ଲେବନନ, ସିରିୟା, ଇରାକ ଓ ୟେମେନ ପ୍ରମୁଖ ଦେଶ ମଧ୍ୟ ଯୁଦ୍ଧ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେଉଁଥିପାଇଁ ମଧ୍ୟପୂର୍ବ ଦେଶଗୁଡିକରେ ଅଶାନ୍ତ ଭରିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.