ETV Bharat / international

ସୁଦାନ ସୀମାରେ ହିଂସା; ଅତିକମରେ 54 ମୃତ, 64 ଆହତ

author img

By ETV Bharat Odisha Team

Published : Jan 30, 2024, 7:41 AM IST

Sudan border violence: ସୁଦାନ ଓ ଦକ୍ଷିଣ ସୁଦାନରେ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ 54ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 64 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସୁଦାନ- ଦକ୍ଷୀଣ ସୁଦାନ ସୀମାରେ ହିଂସା
ସୁଦାନ- ଦକ୍ଷୀଣ ସୁଦାନ ସୀମାରେ ହିଂସା

ଖାରତୁମ: ସୁଦାନ ସୀମାରେ ହିଂସା । ସୁଦାନ ଓ ଦକ୍ଷିଣ ସୁଦାନ ସୀମାବର୍ତ୍ତୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଏହି ଆକ୍ରମଣରେ 54ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ସମେତ ଜାତିସଂଘର 2 ଜଣ ଶାନ୍ତିଦୂତ ଥିବା ସୂଚନା ରହିଛି । ଦକ୍ଷିଣ ସୁଦାନର ଓ୍ବାରାପ ରାଜ୍ୟର କିଛି ସଶସ୍ତ୍ର ଯୁବକ ଶନିବାର ଦିନ ପଡୋଶୀ ଆବେଇ ଅଞ୍ଚଳରେ ପଶି ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଆବେଇର ସୂଚନା ମନ୍ତ୍ରୀ ବୁଲିସ କୋଚ ସୋମବାର ଦିନ କହିଛନ୍ତି । ତେବେ 2021 ପରଠୁ ସୁଦାନର ସୀମା ବିବାଦ ଜଡିତ ଘଟଣା ମଧ୍ୟରେ ଏହା ସବୁଠୁ ଅଧିକ ଭୟଙ୍କର ବୋଲି କୁହାଯାଉଛି ।

ଉଭୟ ସୁଦାନ ଏବଂ ଦକ୍ଷିଣ ସୁଦାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ତେଲ ଖଣିରେ ଭରପୁର ଆବେଇ ଅଞ୍ଚଳକୁ ଉଭୟ ନିଜ ମାଲିକାନାରେ ଥିବା ଦାବି କରିଥାନ୍ତି । ସୋମବାର ଦିନ ଆବେଇର ସୂଚନା ମନ୍ତ୍ରୀ ବୁଲିସ କୋଚ କହିଛନ୍ତି ଯେ, ଦକ୍ଷିଣ ସୁଦାନର ଓ୍ବାରାପ ରାଜ୍ୟର କିଛି ସଶସ୍ତ୍ର ଯୁବକ ପଡୋଶୀ ଆବେଇ ରାଜ୍ୟରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଏହି ହିଂସାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ବୁଲିସ କୋଚ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ

ସେ ଆଉ ମଧ୍ୟ କହିଛନ୍ତି, "ସୁଦାନ-ଦକ୍ଷିଣ ସୁଦାନର ସୀମା ବିବାଦ ଘଟଣା ଦେଖିଲେ ଏହା 2021 ମସିହା ପରଠୁ ସବୁଠାରୁ ଭୟଙ୍କର ଆକ୍ରମଣ ଅଟେ । ଏହି ଆକ୍ରମଣରେ 54ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 64 ଜଣ ଆହତ ହୋଇଛନ୍ତି । ଆବେଇ ଠାରେ ନିୟୋଜିତ ୟୁଏନର 2 ଜଣ ଶାନ୍ତିଦୂତ ମଧ୍ୟ ଏହି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ଜମି ବିବାଦ ପାଇଁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଆକ୍ରମଣକାରୀ ନୂଏର ଜନଜାତି ହୋଇଥିବା ଜଣାପଡିଛି ।

ଆବେଇଠାରେ ମିଳିତ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବାହିନୀ (ୟୁଏନଏସଏଫଏ) ପକ୍ଷରୁ ଶାନ୍ତି ପ୍ରତିଷ୍ଠା ପାଇଁ ନିୟୋଜିତ ହୋଇଥିବା 2 ଜଣ ଅଧିକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ନେଇ ରବିବାର ଦିନ ଜାତିସଂଘ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୁଦାନରେ ଅଧିକାଂଶ ସମୟରେ ଗୃହଯୁଦ୍ଧ ହୋଇଥାଏ । ଏହି ଗୋଷ୍ଠୀ ସଂଘର୍ଷ ଓ୍ବାରାପ ରାଜ୍ୟର ବିଦ୍ରୋହୀ ଡିଙ୍ଗା ଗୋଷ୍ଠୀ ଓ ଆବେଇ ନାଗୋକ୍ ମଧ୍ୟରେ ହୋଇଥିବା କୁହାଯାଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ଜମିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଜାରି ରହିଛି । 2013ରୁ 2018 ମଧ୍ୟରେ ଦକ୍ଷିଣ ସୁଦାନରେ ଗୃହଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.