ETV Bharat / international

ଇସ୍ରାଏଲ ଆକ୍ରମଣରେ ଗାଜାରେ ଜାତିସଂଘର ଭାରତୀୟ କର୍ମଚାରୀଙ୍କ ମୃତ - Indian Staff Killed In Gaza

author img

By ETV Bharat Odisha Team

Published : May 14, 2024, 11:12 AM IST

Indian Staff Member Killed In Gaza: ଇସ୍ରାଏଲ ଆକ୍ରମଣରେ ଗାଜାରେ ଆଖି ବୁଜିଲେ ଜଣେ ଭାରତୀୟ । ମୃତକ ଜାତିସଂଘର କର୍ମଚାରୀ ହୋଇଥିବା ବେଳେ ଗାଜାରେ ମାନବୀୟ ସହାୟତା ପ୍ରଦାନ ପାଇଁ କାମ କରୁଥିଲେ । ଗତକାଲି ସକାଳେ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଇସ୍ରାଏଲ ଆକ୍ରମଣରେ ଗାଜାରେ ଜାତିସଂଘର ଭାରତୀୟ କର୍ମଚାରୀଙ୍କ ମୃତ
ଇସ୍ରାଏଲ ଆକ୍ରମଣରେ ଗାଜାରେ ଜାତିସଂଘର ଭାରତୀୟ କର୍ମଚାରୀଙ୍କ ମୃତ (File Photo)

ୱାଶିଂଟନ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧରେ ଛାରଖାର୍ ହୋଇଯାଇଛି ଗାଜା । ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ କରିବାର ନାଁ ଧରୁନି । ଏବେ ଏହି ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ମିଳିତ ଜାତିସଂଘରେ କାମ କରୁଥିଲେ । ସୋମବାର ସକାଳେ ସେ ଗାଜା ସହରର ରାଫା ଅଞ୍ଚଳରେ ଯାତ୍ରା କରୁଥିବା ବେଳେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ମୃତକ ଜାତିସଂଘର ସୁରକ୍ଷା ଓ ନିରାପତ୍ତା ବିଭାଗର (DSS) କର୍ମଚାରୀ ଥିଲେ । ତାଙ୍କର ପରିଚୟ ସାର୍ବଜନୀନ କରାଯାଇନାହିଁ । କେବଳ ସେ ଭାରତୀୟ ହୋଇଥିବା ଜଣାପଡିଛି ।

ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ସଂଘର୍ଷ ପରଠୁ ରାଫାରେ ଏହି ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ, ଗାଜାରେ ଅନ୍ତରାଷ୍ଟ୍ରୀୟ ଜାତିସଂଘ କର୍ମଚାରୀଙ୍କ ପ୍ରଥମ ମୃତ୍ୟୁ ଘଟଣା ଅଟେ । ଏହି ଆକ୍ରମଣରେ ଆଉ ଜଣେ DSS କର୍ମଚାରୀ ଆହତ ହୋଇଛନ୍ତି । ଯାହା ସୂଚନା ମିଳିଛି, ମିଳିତ ଜାତିସଂଘର ଏହି କର୍ମଚାରୀମାନେ ଗୋଟିଏ ଗାଡିରେ ରାଫା ସ୍ଥିତ ୟୁରୋପୀୟ ହସ୍ପିଟାଲକୁ ଯାଉଥିଲେ । ଏତିକି ବେଳେ ରାଫାରେ ଆକ୍ରମଣ ହୋଇଥିଲା ଏବଂ ତାଙ୍କର ଗାଡି ଏହି ଆକ୍ରମଣର ଶିକାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଗାଜାରେ କରୁଣ ଚିତ୍ର: ଇସ୍ରାଏଲ ଆକ୍ରମଣରେ ଆଖି ବୁଜିଲେ ପ୍ରସୂତୀ, ଜନ୍ମ ନେଲା ଶିଶୁକନ୍ୟା - Israeli Strike

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଏହି ଘଟଣାକୁ ନିନ୍ଦା କରିବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ବିବୃତ୍ତି ଜାରି କରି ଏହି ଆକ୍ରମଣର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗାଜାରେ ଜାରି ରହିଥିବା ଆକ୍ରମଣରେ କେବଳ ସାଧାରଣ ନାଗରିକଙ୍କ ଜୀବନ ଯାଉନି ବରଂ ଏଥିରେ ସେଠାରେ ମାନବୀୟ ସହାୟତା ଯୋଗାଇଦେଉଥିବା କର୍ମଚାରୀଙ୍କ (humanitarian workers) ମୃତ୍ୟୁ ହେଉଛି । ତେଣୁ ତୁରନ୍ତ ଗାଜାରେ ଅସ୍ତ୍ରବିରତି ଲାଗୁ କରି ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଜାତିସଂଘ ମହାସଚିବ ଅପିଲ୍ କରିଛନ୍ତି ।

ଗୁଟେରସ୍ 'ଏକ୍ସ'ରେ ପୋଷ୍ଟ ମାଧ୍ୟମରେ କହିଛନ୍ତି, ''ଗାଜାରେ ଜାତିସଂଘ ବାହନ ଉପରେ ଆକ୍ରମଣ ହୋଇଛି । ଏଥିରେ ଆମର ଜଣେ ସହକର୍ମୀଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଆହତ ହୋଇଛନ୍ତି । ଏବେସୁଦ୍ଧା ଗାଜାରେ ୧୯୦ ଜାତିସଂଘ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି । ତେଣୁ ସେଠାରେ ଜାତିସଂଘର ମାନବାଧିକାର କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ । ମୁଁ ଏହି ଆକ୍ରମଣର ନିନ୍ଦା କରୁଛି ଏବଂ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଆହ୍ବାନ କରୁଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.