ETV Bharat / international

60 ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ସରିଲା ନିର୍ବନ୍ଧ

author img

By ETV Bharat Odisha Team

Published : Feb 16, 2024, 10:49 AM IST

Australian PM Engagement: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସରିଲା ନିର୍ବନ୍ଧ । ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
Australian PM Engagement

କାନବେରା: 60 ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ । ନିକଟରେ ଆନ୍ଥୋନି ଆଲବାନିଜଙ୍କ ନିର୍ବନ୍ଧ ସରିଥିବା ସେ ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ନିଜ ଠାରୁ ପ୍ରାୟ 15 ବର୍ଷ ସାନ ମହିଳା ହେଡନଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି । ସୋସିଆଲ ମିଡିଆ ଏକ୍ସରେ ଏକ ଫଟୋ ସେୟାର କରି ସେ (ହେଡନ) ହଁ କରିଛନ୍ତି ( She said yes) ବୋଲି କ୍ୟାପସନରେ ଲେଖିଛନ୍ତି ଆଲବାନିଜ । ଫଟୋରେ ଆନ୍ଥୋନି ଓ ହେଡନ ରହିଛନ୍ତି । ହେଡନ ତାଙ୍କ ଡାହାଣ ହାତ ଆଙ୍ଗୁଠିରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମିଳିଛି । ଭାଲେଣ୍ଟାଇନ ଡେ ପରଦିନ ଏହି ଫଟୋକୁ ସୋସିଆଲ ମିଡିଆର ସେୟାର କରିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ- ଭାରତୀୟ ଖାଦ୍ୟ ପ୍ରେମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଖାଇଲେ ଜିଲାପି-ଚାଟ୍‌

2020ରେ ମେଲବର୍ଣ୍ଣର ଏକ ଇଭେଣ୍ଟରେ ଆନ୍ଥୋନି ଆଲବାନିଜ ଏବଂ ହେଡନଙ୍କ ସାକ୍ଷାତ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । 2022 ଫେଡେରାଲ୍ ନିର୍ବାଚନ ପ୍ରଚାର ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । 2022ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆନ୍ଥୋନି ଆଲବାନିଜ । ହେଡନ ବର୍ତ୍ତମାନ NSW ପବ୍ଲିକ୍ ସର୍ଭିସ ଆସୋସିଏସନ୍ ପାଇଁ ମହିଳା ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଅକ୍ଟୋବରରେ ଆଲବାନିଜଙ୍କ ଆମେରିକା ଗସ୍ତ ସମେତ ଅନେକ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା । ପରସ୍ପରକୁ 3 ବର୍ଷ ଡେଟ କରିବା ପରେ ଗତ ବୁଧବାର ଦୁହିଁଙ୍କ ନିର୍ବନ୍ଧ ସରିଛି ।

ଏହା ମଧ୍ୟ ପଢନ୍ତୁ- ଅଷ୍ଟ୍ରେଲିଆରେ ସରିଲା ମୋରିସନଙ୍କ ଶାସନ ! ନୂଆ ପିଏମ୍ ହେଲେ ଆନ୍ଥୋନୀ, ଶୁଭେଚ୍ଛା ଜଣାଇଲେ ମୋଦି

ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଓ ହେଡନଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ବିବାହ କେବେ ହେବ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ବିତୀୟ ବିବାହ ହେବ । ପ୍ରଥମେ ସେ ନ୍ୟୁ ସାଉଥ ଓ୍ବେଲ୍ସର ପୂର୍ବତନ ଡେପୁଟିଙ୍କୁ ବିବାହ କରିଥିଲେ । କିନ୍ତୁ 19 ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା । 5 ବର୍ଷ ପରେ ସେ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆନ୍ଥୋନି ଆଲବାନିଜ ଏକ୍ସରେ ସେୟାର କରିଥିବା ଫଟୋରେ ବେଶ ଖୁସି ଥିବା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.