ETV Bharat / bharat

ଅଷ୍ଟ୍ରେଲିଆରେ ସରିଲା ମୋରିସନଙ୍କ ଶାସନ ! ନୂଆ ପିଏମ୍ ହେଲେ ଆନ୍ଥୋନୀ, ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : May 21, 2022, 10:00 PM IST

ଅଷ୍ଟ୍ରେଲିଆର କଞ୍ଜରଭେଟିଭ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ନିର୍ବାଚନରେ ପରାଜୟ । ସେଣ୍ଟର-ଲେଫ୍ଟ ଲେବର ପାର୍ଟି ପ୍ରାର୍ଥୀ ଆନ୍ଥୋନୀ ଅଲବାନିସ ହେବେ ନୂଆ ପ୍ରଧାନମନ୍ତ୍ରୀ । ଶୁଭେଚ୍ଛା ଜଣାଇଲେ ମୋଦି । ଅଧିକ ପଢନ୍ତୁ

ନିର୍ବାଚନ ହାରିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଆନ୍ଥୋନୀ ଅଲବାନସେ ହେବେ ନୂଆ ପ୍ରଧାନମନ୍ତ୍ରୀ

ସିଡିନି: ନିର୍ବାଚନରେ ପରାଜୟ ବରଣ କରିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନରିସନ । ଜଳବାୟୁ ପରିବର୍ତ୍ତନ ଉପରେ ଭୋଟରମାନେ ତାଙ୍କ ଦଳର ନିଷ୍କ୍ରିୟତାକୁ ଦୃଢ ଭାବେ ବିରୋଧ କରିବାର କିଛି ଘଣ୍ଟା ପରେ ସେ ନିଜ ପରାଜୟ ସ୍ବୀକାର କରିିଥିବା ସ୍ପଷ୍ଟ କରିଛନ୍ତି ।

  • Congratulations @AlboMP for the victory of the Australian Labor Party, and your election as the Prime Minister! I look forward to working towards further strengthening our Comprehensive Strategic Partnership, and for shared priorities in the Indo-Pacific region.

    — Narendra Modi (@narendramodi) May 21, 2022 " class="align-text-top noRightClick twitterSection" data=" ">

ଗତ ଦଶନ୍ଧି ଧରି ଅଷ୍ଟ୍ରେଲିଆରେ ଶାସନ କରୁଥିବା ମରିସନଙ୍କ ଲିବରାଲ୍ ପାର୍ଟି କ୍ଷମତାଚ୍ୟୁତ ହୋଇଛି । ତେବେ ଏନେଇ ମୋରିସନ ନିଜେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଆଗମୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଥିବା ଆନ୍ଥୋନୀ ଅଲବାନିସଙ୍କ ସହ ସେ କଥା ହେବା ସହ ତାଙ୍କୁ ନିର୍ବାଚନୀ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିବା ସମର୍ଥକମାନଙ୍କୁ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗଣତି ଶେଷ ହୋଇନାହିଁ । ଆନ୍ଥୋନୀଙ୍କ ସେଣ୍ଟର-ଲେଫ୍ଟ ଲେବର (centre-left Labor ) ପାର୍ଟି ସଂସଦରେ ସର୍ବବୃହତ ଦଳ ଭାବେ ସ୍ଥାନ ପକ୍କା କରିସାରିଥିଲେ ସୁଦ୍ଧା ଏବେ ମଧ୍ୟ ସ୍ପଷ୍ଟ ବହୁମତ ହାସଲ କରିବା ଦିଗରେ ପଛରେ ରହିଛି । ତେବେ ଆଉ କିଛି ସମୟ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବାକୁ ଯାଉଥିବା ବେଳେ ତାହାର କିଛି ଘଣ୍ଟା ପୂର୍ବରୁ ସ୍କଟ ମରିସନ ପରାଜୟ ସ୍ବୀକାର କରିବା ସହ ଭାବି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଷ୍ଟ୍ରେଲିଆର ଭାବି ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.