ETV Bharat / international

ଭାରତୀୟ ଖାଦ୍ୟ ପ୍ରେମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଖାଇଲେ ଜିଲାପି-ଚାଟ୍‌

author img

By

Published : Jun 23, 2023, 10:37 PM IST

ଅଷ୍ଟ୍ରେଲିଆରେ ଭାରତର ଚଟପଟା ଖାଦ୍ୟ ଚାଖିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି । ଟ୍ବିଟ କରି କହିଲେ ଏମିତି । ଅଧିକ ପଢନ୍ତୁ

Etv Bharat
Etv Bharat

ହାରିସ ପାର୍କ (ଅଷ୍ଟ୍ରେଲିଆ): ଭାରତୀୟ ଚଟପଟା ଖାଦ୍ୟର ସ୍ବାଦ କେବଳ ଦେଶର ସୀମିତ ନାହିଁ, ଏହା ବିଦେଶରେ ମଧ୍ୟ ପହଞ୍ଚିଛି । ଅନେକ ସମୟରେ ବିଦେଶୀ ଭାରତର ରାସ୍ତାକଡ଼ ଖାଦ୍ୟର ପ୍ରେମରେ ପଡ଼ିଥିବା ଦେଖିବାକୁ ମିଳେ । ନିକଟରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଗୁପଚୁପ ଖାଉଥିବା ନଜର ଆସିଥିଲେ । ତେବେ ଏହି ତାଲିକାରେ ଏବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି । ସେ ହାରିସ ପାର୍କ ସ୍ଥିତ ଏକ ରେସ୍ତୋରାଁରେ ଜିଲାପି ଓ ଚାଟ୍‌ ଖାଉଥିବାର ନଜର ଆସିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ସେ ଏହି ଖାଦ୍ୟ ଚାଖିଥିବା କହିଛନ୍ତି ।

  • Sounds like a memorable Friday night, imbibing the best of Indian culture and culinary diversity. A winner indeed, like the India-Australia friendship. https://t.co/ySAiGBzgjJ

    — Narendra Modi (@narendramodi) June 23, 2023 " class="align-text-top noRightClick twitterSection" data=" ">

ଏ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ହାରିସ ପାର୍କ ସ୍ଥିତ ଚାଟକାଜରେ ସେ ଚାଟ୍‌ ଓ ଜୟପୁର ସ୍ବିଟ୍ସରେ ଜିଲାପି ଚାଖିଥିବା କହିଛନ୍ତି । ଏହା ତାଙ୍କୁ ବେଶ ପସନ୍ଦ ଆସିଥିବା ମଧ୍ୟ କହିଛନ୍ତି ଆନ୍ଥୋନି । ଆନ୍ଥୋନିଙ୍କ ଏହି ଭିଡିଓ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆନ୍ଥୋନିଙ୍କ ପାଇଁ ଏହା ଏକ ସ୍ମରଣୀୟ ଶୁକ୍ରବାର ହୋଇ ରହିବ ବୋଲି କହିଛନ୍ତି ମୋଦି । ଭାରତର ଖାଦ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ବି ପଢନ୍ତୁ- ପୁଣେରେ ରାସ୍ତାକଡ଼ ଚଟପଟା ଖାଦ୍ୟର ସ୍ବାଦ ନେଲେ ଜାପାନ ରାଷ୍ଟ୍ରଦୂତ, କହିଲେ 'ତିଖା କମ ପ୍ଲିଜ୍‌'

ନିକଟରେ ଜାପାନ ରାଷ୍ଟ୍ରଦୂତ ହିରୋସି ସୁଜୁକି ନିଜ ପତ୍ନୀଙ୍କ ସହିତ ମହାରାଷ୍ଟ୍ର ପୁଣେ ରାସ୍ତାକଡ଼ରେ ଚଟପଟା ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଥିଲା । ହେଲେ ତିଖା(spicy) କମ କରିବାକୁ ସେ ଦୋକାନୀଙ୍କୁ କହିଥିଲେ । ଏହାସହ ଭାରତର ଏହି ଲୋକପ୍ରିୟ ଖାଦ୍ୟକୁ ଖାଇବା ସମୟର ଦୃଶ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତାଙ୍କ ପତ୍ନୀ ତିଖା ଖାଉଥିବା ବେଳେ ସେ ଖାଇପାରୁନଥିବା କହିଥିଲେ ।

ପୁଣେର ଲୋକପ୍ରିୟ ମିସାଲ ପାଓଁ ମଧ୍ୟ ଟେଷ୍ଟ କରିଥିଲେ ସୁଜୁକି । ଏହି ଖାଦ୍ୟକୁ ଖାଇବା ଲାଗି ତାଙ୍କୁ ଟ୍ବିଟର ଫଲୋର୍ସମାନେ ପରାମର୍ଶ ଦେଇଥିବା ସେ କ୍ୟାପସନରେ ଲେଖିଥିଲେ । ସେ ବଡ଼ାପାଓଁ ଖାଉଥିବା ବେଳେ କମ ମିର୍ଚ୍ଚି ବା କମ ସ୍ପାଇସି ଥିବା ଖାଦ୍ୟ ଖାଇବା ଲାଗି ହୋଟେଲ କର୍ମଚାରୀଙ୍କୁ କହୁଥିବା ଦେଖିବାକୁ ମିଳିଥିଲା । ସୁଜୁକିଙ୍କ ଏହି ପୋଷ୍ଟରେ ଅନେକ ଭାରତୀୟ କମେଣ୍ଟ୍‌ କରୁଥିଲେ । କିଛି ୟୁଜର୍ସ ତାଙ୍କୁ ଅନ୍ୟ ଭାରତୀୟ ଖାଦ୍ୟଗୁଡିକୁ ଟେଷ୍ଟ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.