ETV Bharat / bharat

ପୁଣେରେ ରାସ୍ତାକଡ଼ ଚଟପଟା ଖାଦ୍ୟର ସ୍ବାଦ ନେଲେ ଜାପାନ ରାଷ୍ଟ୍ରଦୂତ, କହିଲେ 'ତିଖା କମ ପ୍ଲିଜ୍‌'

author img

By

Published : Jun 9, 2023, 10:18 PM IST

ପୁଣେ ଷ୍ଟ୍ରିଟଫୁଡର ପ୍ରେମରେ ଜାପାନ ରାଷ୍ଟ୍ରଦୂତ ହିରୋସି ସୁଜୁକି । ଦୋକାନୀଙ୍କୁ କହିଲେ 'ତିଖା କମ ପ୍ଲିଜ' । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ଭାରତୀୟ ଚଟପଟା ଖାଦ୍ୟ ପ୍ରେମରେ ବିଦେଶୀ । ହଲିଉଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବିଶ୍ବନେତା ଭାରତର ଷ୍ଟ୍ରିଟ୍‌ ଫୁଡ୍‌କୁ ବେଶ ପସନ୍ଦ କରିଥାଆନ୍ତି । ତେବେ ଭାରତ ଗସ୍ତରେ ଥିବା ଜାପାନ ରାଷ୍ଟ୍ରଦୂତ ହିରୋସି ସୁଜୁକି ମହାରାଷ୍ଟ୍ର ପୁଣେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଷ୍ଟ୍ରିଟ ଫୁଡ ଖାଇଥିବା ଦେଖିବାକୁ ମିଳିଛି । ହେଲେ ତିଖା(spicy) କମ କରିବାକୁ ସେ ଦୋକାନୀଙ୍କୁ କହିଥିବା ଦେଖିବାକୁ ମିଳିଛି । ଏହାସହ ଭାରତର ଏହି ଲୋକପ୍ରିୟ ଖାଦ୍ୟକୁ ଖାଇବା ସମୟର ଦୃଶ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଜାପାନ ରାଷ୍ଟ୍ରଦୂତ ହିରୋସି ସୁଜୁକି ମହାରାଷ୍ଟ୍ର ଶୈଳୀରେ ପ୍ରସ୍ତୁତ ହୋଇଥିବା ଭାରତର ଏହି ଲୋକପ୍ରିୟ ଖାଦ୍ୟଗୁଡ଼ିକୁ ଖାଇଛନ୍ତି । ପୁଣେରେ ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ ସେ ଏହି ଖାଦ୍ୟଗୁଡିକର ମଜା ନେଇଛନ୍ତି । ପୁଣେରେ ସେ ବଡା ପାଓଁ ଓ ମିସାଲ ପାଓଁର ସ୍ବାଦ ଚାଖିବା ସହିତ ଏହା ବେଶ ସୁସ୍ବାଦୁ ବୋଲି ସେ କହିଛନ୍ତି । ହେଲେ ସୁଜୁକି ଖାଦ୍ୟକୁ ନେଇ ଗୋଟିଏ ମାତ୍ର ଅଭିଯୋଗ କରିଛନ୍ତି ଯେ ଏହା ସାମାନ୍ୟ ଅଧିକ ତିଖା ବା ସ୍ପାଇସି । ଏନେଇ ସେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଆଇ ଲଭ ଇଣ୍ଡିଆନ ଷ୍ଟ୍ରିଟ ଫୁଡ, ବଟ୍‌ ଥୋଡା ତିଖା କମ ପ୍ଲିଜ ।"

ଏହା ବି ପଢନ୍ତୁ-Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ଏହାସହିତ ସେ ପୁଣେର ଲୋକପ୍ରିୟ ମିସାଲ ପାଓଁ ମଧ୍ୟ ଟେଷ୍ଟ କରିଛନ୍ତି । ତେବେ ଏହି ଖାଦ୍ୟକୁ ଖାଇବା ଲାଗି ତାଙ୍କୁ ଟ୍ବିଟର ଫଲୋର୍ସମାନେ ପରାମର୍ଶ ଦେଇଥିବା ସେ କ୍ୟାପସନରେ ଲେଖିଛନ୍ତି । ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ସୁଜୁକି । ଯେଉଁଥିରେ ସେ ବଡ଼ାପାଓଁ ଖାଉଥିବା ବେଳେ କମ ମିର୍ଚ୍ଚି ବା କମ ସ୍ପାଇସି ଥିବା ଖାଦ୍ୟ ଖାଇବା ଲାଗି ସେ ହୋଟେଲ କର୍ମଚାରୀଙ୍କୁ କହୁଥିବା କହିଛନ୍ତି । ସୁଜୁକିଙ୍କ ଏହି ପୋଷ୍ଟରେ ଅନେକ ଭାରତୀୟ କମେଣ୍ଟ୍‌ କରୁଥିବା ଦେଖିବାକୁ ମିଳିଛି । କିଛି ୟୁଜର୍ସ ତାଙ୍କୁ ଅନ୍ୟ ଭାରତୀୟ ଖାଦ୍ୟଗୁଡିକୁ ଟେଷ୍ଟ କରିବା ଲାଗି ମଧ୍ୟ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

ଜଣେ ୟୁଜର୍ସ ଲେଖିଛନ୍ତି, "ଆପଣ ବହୁତ ସାହସୀ । ବାସ୍ତବରେ ତାହା ଅଧିକ ସ୍ପାଇସି ରହିଥାଏ । ଆପଣ ଏହାପରେ ଆମ୍ବ ଲସି କିମ୍ବା ଆଇସକ୍ରିମ ଖାଇପାରନ୍ତି ।" ସେହିପରି ଅନ୍ୟ ଜଣେ ଲେଖିଛନ୍ତି, "ଏକ ଗ୍ଲାସ ବଟର ମିଲ୍କ ପିଇ ଦିଅନ୍ତୁ । ମିଠା ମଧ୍ୟ ଖାଇପାରିବେ ।" ଏହା ପ୍ରଥମ ନୁହେଁ ଯେ ଜାପାନ ଅଧିକାରୀ ଭାରତୀୟ ଖାଦ୍ୟ ଖାଇବା । ଏହାପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଭାରତ ଗସ୍ତରେ ଆସିଥିଲେ । ସେ ଗୁପ୍‌ଚୁପ୍‌ ଖାଉଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । କିସିଦାଙ୍କୁ ଗୁପଚୁପ ବେଶ ପସନ୍ଦ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.