ETV Bharat / health

ମଧୁମେହ ରୋଗୀଙ୍କ କ୍ଷେତ୍ରରେ କମ୍ ହେବ କିଡନୀ-ଆଖି ସମସ୍ୟା, ମାର୍କେଟକୁ ଆସିବ ଔଷଧ

author img

By ETV Bharat Odisha Team

Published : Feb 10, 2024, 5:38 PM IST

Heparanase Inhibitor Drug: ମଧୁମେହ ରୋଗୀଙ୍କ କ୍ଷେତ୍ରରେ କମ୍ ହେବ କିଡନୀ-ଆଖି ସମସ୍ୟା । ବୈଜ୍ଞାନିକମାନେ ନୂଆ ଔଷଧର ଆବିଷ୍କାର କରିଥିବା ବେଳେ ଏହାର କ୍ଲିନିକାଲ ଟ୍ରାଏଲ ଚାଲିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଅଧିକ ପଢନ୍ତୁ

Heparanase Inhibitor Drug
Heparanase Inhibitor Drug

ହାଇଦ୍ରାବାଦ: ବିଶ୍ବ ସ୍ତରରେ ମଧୁମେହ ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ପରିସଂଖ୍ୟାନ ଅନୁସାରେ, 20ରୁ 79 ବର୍ଷ ବୟସରେ ପ୍ରାୟ 537 ମିଲିୟନ(53.7 କୋଟି)ରୁ ଅଧିକ ବୟସ୍କଙ୍କୁ ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ । ପ୍ରାୟ 10ଜଣଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ ମଧୁମେହ । ଏହି ସଂଖ୍ୟା 2030 ସୁଦ୍ଧା 64.3 କୋଟି ଏବଂ 2045 ସୁଦ୍ଧା 78.3 କୋଟିକୁ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ କେବଳ ଏକ ଗୁରୁତର କ୍ରନିକ୍ ସମସ୍ୟା ନୁହେଁ ବରଂ ଏହା ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ । ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବା ଯୋଗୁଁ ଶରୀରରେ ଅନ୍ୟ ରୋଗ ହେବାର ଆଶଙ୍କା ବୃଦ୍ଧିଥାଏ । ଡାଇବେଟିସ ଆଖି, କିଡନୀ, ଯକୃତ ଏବଂ ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି ବିପଦରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନେ ଏକ ଔଷଧର ଆବିଷ୍କାର କରିଛନ୍ତି । ଯାହା ମଧୁମେହର ଗମ୍ଭିରତାକୁ ହ୍ରାସ କରିବାରେ ସହାୟକ ହୋଇପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମଧୁମେହ ରୋଗୀଙ୍କ ପାଇଁ ଏହି ଔଷଧ ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

ଏହି ରିସର୍ଚ୍ଚ ଜର୍ଣ୍ଣଲ କାର୍ଡିଓଭାସ୍କୁଲାର ଡାଇବେଟୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏଥିରେ ପ୍ରକାଶିତ ହୋଇଛି ଯେ, ବୈଜ୍ଞାନିକମାନେ ଏକ ଔଷଧ ବାହାର କରିଛନ୍ତି ଯାହା ମଧୁମେହର ଗମ୍ଭୀରତାକୁ ରୋକିବାରେ ସାହାଯ୍ୟ କରିଥାଏ । ବିଶେଷକରି ଆଖି ଏବଂ କିଡନୀ ଉପରେ ଏହାର ନକରାତ୍ମକ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେବେ ମୂଷା ଉପରେ ପ୍ରଥମେ ପରୀକ୍ଷା କରାଯାଇଥିବା ବେଳେ ମନୁଷ୍ୟ ଉପରେ ଏହାର ପରୀକ୍ଷଣ କରାଯାଉଥିବା କୁହାଯାଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ମଧୁମେହ ରୋଗୀଙ୍କଠାରେ ଦୁଇ ପ୍ରକାରର ମାଇକ୍ରୋଭାସ୍କୁଲାର ଜଟିଳତା ଅଧିକ ଦେଖାଯାଏ ।

ଡାଇବେଟିକ ରେଟିନୋପାଥି(ଆଖି ସମ୍ବନ୍ଧୀୟ ସମସ୍ୟା, DR)

ଡାଇବେଟିକ କିଡନୀ ଡିଜିଜ(DKD) । ଏହା ଦ୍ବାରା କିଡନୀ ଫେଲ୍ ହେବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ହାତରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ମଧୁମେହ

ଡିଆର ଏବଂ ଡିକେଡିର ଲକ୍ଷଣ ପାଇଁ ଚିକିତ୍ସା ମଧ୍ୟ ଉପଲବ୍ଧ ରହିଛି । ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନଙ୍କ ଦ୍ବାରା ଏକ ଔଷଧ ଆବିଷ୍କାର କରାଯାଇଛି । ଯାହା ଆଖି ଏବଂ କିଡନୀର ଜଟିଳତାକୁ ରୋକିବାରେ ସାହାଯ୍ୟ କରିପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି । ଅନୁସନ୍ଧାନରେ ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଉଥିବା କିଡନୀ ଏବଂ ଚକ୍ଷୁ ସମସ୍ୟା ଗ୍ଲୋମେରୁଲସକୁ ହେପାରାନେଜ୍ ଅବରୋଧକ ଡ୍ରଗ୍ସ ଦ୍ବାରା ହ୍ରାସ କରାଯାଇପାରିବ । ତେବେ ଏହା କେବଳ ଆଖି ନୁହେଁ ବରଂ କିଡନୀ ସମସ୍ୟା ହ୍ରାସ କରିବାରେ ଫଳପ୍ରଦ ବୋଲି କୁହାଯାଇଛି ।

ଅଧ୍ୟୟନ ଅନୁସନ୍ଧାନରୁ ଜଣାପଡିଛି ଯେ ମଧୁମେହ ରୋଗୀଙ୍କଠାରେ ମାଇକ୍ରୋଭାସ୍କୁଲାର ଗମ୍ଭୀରତା ଆଶଙ୍କା ହ୍ରାସ କରିବାରେ ହେପାରାନେଜ୍ ବ୍ୟବହାର ଲାଭଦାୟକ ହୋଇପାରେ । ଏହାର କ୍ଲିନିକାଲ ପରିକ୍ଷଣ ଜାରି ରହିଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ମଧୁମେହ ରୋଗୀଙ୍କ ଚିକିତ୍ସାରେ ବଡ଼ ସଫଳତା ବୋଲି ବିବେଚନା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.