ETV Bharat / sukhibhava

ହାତରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ମଧୁମେହ

author img

By ETV Bharat Odisha Team

Published : Dec 12, 2023, 10:31 AM IST

Diabetes Symptoms: ରକ୍ତ ଶର୍କରାର ମାତ୍ରା ବୃଦ୍ଧି ଯୋଗୁଁ ହାତରେ ଅନେକ ଲକ୍ଷଣ ଦେଖାଯାଇଥାଏ । ଜାଣନ୍ତୁ ଲକ୍ଷଣ

Diabetes Symptoms
Diabetes Symptoms

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଯାହାକି ଏକପ୍ରକାର ଚିନ୍ତାର କାରଣ ସାଜିଛି । ଏହି ରୋଗ ହେଲେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସମୟ ପୂର୍ବରୁ ସଠିକ ଚିକିତ୍ସା ଆପଣାଇ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ତେବେ ଠିକ ସମୟରେ ଚିକିତ୍ସା ପାଇଁ ଏହାର ଲକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ରକ୍ତ ଶର୍କରା ବୃଦ୍ଧିର ଲକ୍ଷଣ ଶରୀରର ଅନେକ ସ୍ଥାନରେ ଦେଖାଯାଇଥାଏ । ତେବେ ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ହାତରେ ମଧ୍ୟ ମଧୁମେହର ଲକ୍ଷଣ ଦେଖାଯାଇଥାଏ ।

  • ହାତର ରଙ୍ଗରେ ପରିବର୍ତ୍ତନ: ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ହାତର ଚର୍ମ ହଳଦିଆ, ନାଲି ଏବଂ ଟାଣ ହୋଇଯାଇଥାଏ । କେତେକ କ୍ଷେତ୍ରରେ ହାତରେ ଛୋଟ ଛୋଟ ଦାଗ ମଧ୍ୟ ଦେଖାଯାଇଥାଏ । ଚର୍ମ ଫୁଲିଯାଇ କଠିନ ପଡିଯିବା ସହିତ ହାତରେ ପ୍ୟାଚ ମଧ୍ୟ ଦେଖାଯାଏ ।
  • ହାତର ଚର୍ମ ମୋଟା ଏବଂ କଠିନ ହୋଇଥାଏ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ହେବା ଦ୍ବାରା ହାତର ଚର୍ମ ଅଧିକ ମୋଟା ଏବଂ କଠିନ ହୋଇଯାଏ । ଯଦି ଏଭଳି ଲକ୍ଷଣ ଦେଖାଯାଏ, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି । ତେବେ କେତେର ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଆଙ୍ଗୁଠି, ହାତ ପାପୁଲିକୁ ବଙ୍କା କରିବା କଷ୍ଟକର ହୋଇଯାଇଥାଏ । ଏହାସହ ବାହୁର ଚର୍ମ ମଧ୍ୟ ମୋଟା ହୋଇଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: ରିସର୍ଚ୍ଚରେ ଖୁଲାସା, ରକ୍ତ କର୍କଟର କାରଣ ସାଜିପାରେ ମଧୁମେହ !

  • ହାତରେ ଫୋଟକା: ମଧୁମେହ ହେଲେ ହାତରେ ଫୋଟକା ଦେଖାଯାଇଥାଏ । ଅନେକ କାରଣରୁ ହାତରେ ଫୋଟକା ହୋଇଥାଏ । କିନ୍ତୁ ମଧୁମେହ ରୋଗୀଙ୍କ ହାତରେ ଫୋଟକା ହେଲେ ଏହାକୁ ଅଣଦେଖା କରିବା ଅନୁଚିତ । ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହାତରେ ଫୋଟକା ହେଲେ ଯନ୍ତ୍ରଣା ହୁଏ ନାହିଁ । ତେଣୁ ଫୋଟକା ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
  • ହାତରେ ସଂକ୍ରମଣ: ରକ୍ତରେ ଶର୍କରା ସ୍ତର ବୃଦ୍ଧି ହାତରେ ସଂକ୍ରମଣର କାରଣ ସାଜିଥାଏ । ଏହି କାରଣରୁ ହାତରେ ଫୁଲା, ଜ୍ବଳନ ହେବା ଏବଂ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ । ଏହାସହ କୁଣ୍ଡେଇ ହେବା ଏବଂ ଛୋଟ ଛୋଟ ଦାଗ ମଧ୍ୟ ହୋଇପାରେ । ଯଦି ଏପରି ଲକ୍ଷଣ ଦେଖାଯାଏ ତାହାଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।
  • ହାତରୁ ଅଧିକା ଝାଳ ବାହାରିବା: ସାଧାରଣତଃ ହାତରୁ ଝାଳ ବାହାରିଥାଏ । କିନ୍ତୁ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ବିନା କାରଣରେ ହାତରୁ ଝାଳ ବାହାରିଥାଏ । ଏହି ଲକ୍ଷଣ ଦେଖାଗଲେ ଏହାକୁ ଅଣଦେଖା ନକରି ତୁରନ୍ତ ମଧୁମେହ ପରୀକ୍ଷା କରିବା ଉଚିତ ।

ବିଦ୍ର: ଏହା ସାଧାରଣ ସୂଚନା ଉପରେ ଆଧାରିତ ଖବର । ଏହା କେବଳ ହାତରେ ଦେଖାଯାଉଥିବା ଲକ୍ଷଣ । କିନ୍ତୁ କୌଣସି ପ୍ରକାର ଲକ୍ଷଣ ଦେଖାଗଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.