ETV Bharat / entertainment

'ଛମକ ଛଲୋ' ଗୀତରେ ପତ୍ନୀ-ଝିଅ ସହ ନାଚିଲେ କିଙ୍ଗ ଖାନ, ଡ୍ରମ ବଜାଇ ମନ ଜିତିଲେ ଭାଇଜାନ

author img

By ETV Bharat Odisha Team

Published : Mar 4, 2024, 1:11 PM IST

Shah Rukh-Salman Dance On Chammak Challo: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ଗତ ତିନି ଦିନ ଧରି ଗୁଜୁରାଟର ଜାମନଗରରେ ଚାଲିଥିଲା । ଶେଷ ସନ୍ଧ୍ୟାରେ 'ଛମକ ଛଲୋ' ଗୀତରେ ଶାହାରୁଖ ଖାନ ଏବଂ ସଲମାନ ଖାନ ପରିବେଷଣ କରି ସମସ୍ତଙ୍କ ମନ ଜିତିଛନ୍ତି । ଦେଖନ୍ତୁ ଭିଡିଓ

'ଛମକ ଛଲୋ' ଗୀତରେ ପତ୍ନୀ-ଝିଅ ସହ ନାଚିଲେ କିଙ୍ଗ ଖାନ, ବାଜା ବଜାଇ ମନ ଜିତିଲେ ଭାଇଜାନ
'ଛମକ ଛଲୋ' ଗୀତରେ ପତ୍ନୀ-ଝିଅ ସହ ନାଚିଲେ କିଙ୍ଗ ଖାନ, ବାଜା ବଜାଇ ମନ ଜିତିଲେ ଭାଇଜାନ

ହାଇଦ୍ରାବାଦ: ଗୁଜୁରାଟର ଜାମନଗରରେ ଗତ ତିନି ଦିନ ଧରି ଚାଲିଥିବା ମାର୍ଚ୍ଚ ୩ ତାରିଖ ରାତିରେ ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରିୱେଡିଂ ଉତ୍ସବ ଶେଷ ହୋଇଛି । ଏହି ଉତ୍ସବ ସମାପ୍ତ ହୋଇଥିଲେ ମଧ୍ୟ ଏହି ଉତ୍ସବର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ବିବାହ ଉତ୍ସବର ଶେଷ ସନ୍ଧ୍ୟାରେ ଜମିଥିଲା ମାହୋଲ । ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ ସଲମାନ ଖାନ ଏବଂ ବି-ଟାଉନ ତାରକା ଏବଂ ଗାୟକ ଦମଦାର ପରଫର୍ମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଏହି ବିବାହ ଉତ୍ସବରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଗୀତ ପରିବେଷଣ ହୋଇଥିଲା । ଗାୟକ ଅରିଜିତ ସିଂ, ଶ୍ରେୟା ଘୋସାଲ ଏବଂ ଉଦିତ ନାରାୟଣ ବିଦେଶୀ ଗାୟକ ଆକୋନ ମଧ୍ୟ ତାଙ୍କ ସ୍ୱର ସହ ପାର୍ଟିରେ ଧମାକା କରିଥିଲେ । ଏହି ସମୟରେ ଗାୟକ ଆକୋନ ଶାହାରୁଖ ଖାନଙ୍କ ଫିଲ୍ମ 'ରା ୱାନ' ର ଗୀତ 'ଛମକ ଛଲୋ' ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସେ ଶାହରୁଖ ଖାନ, ସଲମାନ ଖାନ, ସୁହାନା ଖାନ, ଗୌରୀ ଖାନ ଠାରୁ ଅନନ୍ତ ଏବଂ ରାଧିକା ମଧ୍ୟ ମଞ୍ଚରେ ଦମଦାର ପରଫର୍ମ କରିଥିଲେ ।

ଏହି ସମୟରେ ସଲମାନ ଖାନ ଡ୍ରମ ବଜାଉଥିବା ନଜର ଆସିଥିବା ବେଳେ ଶାହାରୁଖ ଖାନ ତାଙ୍କ ଲାଡଲି ସୁହାନା ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ସେହିପରି ଅନନ୍ତ ଏବଂ ରାଧିକା ମଧ୍ୟ ମଞ୍ଚରେ ଆକେନଙ୍କ ସହ ପରଫର୍ମ କରୁଥିବା ଦେଖିବାକୁ ମିଳିଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଏକାଠି ନାଚିଲେ ତିନି ଖାନ ସଲମାନ-ଶାହାରୁଖ-ଆମୀର

ଏହା ପୂର୍ବରୁ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଶାହାରୁଖ ଖାନ, ଆମୀର ଖାନ ଏବଂ ସଲମାନ କାନ ମଧ୍ୟ ଏକାଠି ପରଫର୍ମ କରିଥିଲେ । ନାଟୁ ନାଟୁ ଗୀତରେ ନିଜ ହିଟ ଗୀତର ହୁକଷ୍ଟେପ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୩ ଖାନ । ସେହିପରି ଅକ୍ଷୟ କୁମାର ମଧ୍ୟ ନିଜ ଗୀତ ଏବଂ ଡ୍ୟାନ୍ସରେ ମଞ୍ଚରେ ନିଆଁ ଲଗାଇଥିଲେ । ପ୍ରଥମ ଦିନରେ ଅନ୍ତର୍ଜାତୀୟ କଣ୍ଠଶିଳ୍ପୀ ରିହାନା ନିଜ ଅନ୍ଦାଜରେ ପୁରା ସେଲିବ୍ରେସନର ମଜା ଦ୍ୱିଗୁଣିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାହ୍ନବୀଙ୍କ ସହ ଠୁମକା ଲଗାଇଲେ ରିହାନା, କହିଲେ ପୁଣି ଭାରତ ଆସିବି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.