ETV Bharat / entertainment

ଦିବ୍ୟାଙ୍ଗ ପିଲାଙ୍କ ସହ ଗଣତନ୍ତ୍ର ଦିବସ ପାଳିଲେ ବିଗ ବି

author img

By ETV Bharat Odisha Team

Published : Jan 26, 2024, 4:21 PM IST

Amitabh Bachchan Republic Day: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଖାସ୍ ଅନ୍ଦାଜରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି । ଦେଖନ୍ତୁ ଭିଡିଓ

ଦିବ୍ୟାଙ୍ଗ ପିଲାଙ୍କ ସହ ଗଣତନ୍ତ୍ର ଦିବସ ପାଳିଲେ ବିଗ ବି, ଭିଡିଓ ସେୟାର କରି ଦେଖାଇଲେ ଝଲକ
ଦିବ୍ୟାଙ୍ଗ ପିଲାଙ୍କ ସହ ଗଣତନ୍ତ୍ର ଦିବସ ପାଳିଲେ ବିଗ ବି, ଭିଡିଓ ସେୟାର କରି ଦେଖାଇଲେ ଝଲକ

ହାଇଦ୍ରାବାଦ: ୨୬ ଜାନୁଆରୀ ୨୦୨୪ରେ ସମଗ୍ର ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ସାଧାରଣ ଜନତାଙ୍କ ସହ ଭାରତୀୟ ସେଲିବ୍ରିଟମାନେ ମଧ୍ୟ ଏହି ବିଶେଷ ଦିବସ ପାଳନ କରୁଛନ୍ତି । ବର୍ତ୍ତମାନ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକମାନଙ୍କୁ ଏକ ବିଶେଷ ଢଙ୍ଗରେ ଏହି ଦିବସ ପାଳନ କରିବା ସହ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆରେ ବିଗ ବି ଏକ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି ।

ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ଏକ ଦେଶପ୍ରେମୀ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଦିବ୍ୟାଙ୍ଗ ପିଲାମାନଙ୍କ ସହ ନଜର ଆସିଛନ୍ତି । ଭିଡିଓରେ ଜାତୀୟ ସଂଗୀତ ବାଜୁଛି । ସମସ୍ତ ପିଲାମାନେ ସାଇନ ଲାଙ୍ଗୁଏଜରେ ଜାତୀୟ ସଂଗୀତ ଗାନ କରୁଥିବା ନଜର ଆସିଛନ୍ତି । ତାଙ୍କ ସହ ବିଗ୍ ବି ମଧ୍ୟ ଏହି ଭାଷାରେ ଜାତୀୟ ସଙ୍ଗୀତ ଗାଉଥିବା ଦେଖିବାକୁ ମିଳିଛି ।

ଏଥିସହ ସେ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, 'ଶୁଭ ଗଣତନ୍ତ୍ର ଦିବସ, ଜୟ ହିନ୍ଦ।' ଏହି ଭିଡିଓ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ଅଭିନେତାଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ଅନେକ ଅଭିନେତାଙ୍କ ପ୍ରଶଂସା କରିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ଆପଣଙ୍କ ପାଇଁ ଆମର ବିଶେଷ ସମ୍ମାନ ଅଛି। ଆଉ ଜଣେ ଲେଖିଛନ୍ତି, 'ତୁମେ ପୁଣି ଥରେ ଆମ ହୃଦୟକୁ ଛୁଇଁଛ । ତୁମେ ପ୍ରକୃତରେ ଭିନ୍ନ ।

​ଏହା ମଧ୍ୟ ପଢନ୍ତୁ: ଦେଶଭକ୍ତିର ରଙ୍ଗରେ ରଙ୍ଗାୟିତ ଫିଲ୍ମ ଇଣ୍ଡଷ୍ଟ୍ରି, ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡରୁ ଓଲିଉଡ ତାରକା

ସେହିପରି ବଲିଉଡର ସମସ୍ତ ସେଲିବ୍ରିଟି ଆଜିକୁ ଦିନକୁ ପାଳନ କରିଛନ୍ତି । କୋରିଓଗ୍ରାଫର ଫରାହ ଖାନ ନିଜ ସୋସାଇଟି ସାଙ୍ଗମାନଙ୍କ ସହ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହାର ଝଲକ ମଧ୍ୟ ଦେଖାଇଛନ୍ତି । ଫରାହ ନିଜ ଇନଷ୍ଟାଗ୍ରାମରେ ଗାୟକ ସୁନୀଧି ଚୌହ୍ବାନଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଗାୟିକା ତାଙ୍କ ମଧୁର ସ୍ବରରେ ଫିଲ୍ମ 'ରାଜି' ରୁ ଦେଶଭକ୍ତ ଗୀତ 'ଏ ୱତନ' ଗୀତ ଗାଉଥିବା ନଜର ଆସିଛନ୍ତି। ଏହି ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.