ETV Bharat / entertainment

ଦେଶଭକ୍ତିର ରଙ୍ଗରେ ରଙ୍ଗାୟିତ ଫିଲ୍ମ ଇଣ୍ଡଷ୍ଟ୍ରି, ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡରୁ ଓଲିଉଡ ତାରକା

author img

By ETV Bharat Odisha Team

Published : Jan 26, 2024, 11:18 AM IST

Celebs Republic Day Wishes: ଆଜି ସାରା ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ବଲିଉଡରୁ ଓଲିଉଡ ସମସ୍ତ ସେଲିବ୍ରିଟି ଏହି ଦିନକୁ ଧୁମଧାମରେ ପାଳନ କରୁଛନ୍ତି । ଏଥିସହ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କୁ ମଧ୍ୟ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ଗଣତନ୍ତ୍ର ଦିବସ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଗଣତନ୍ତ୍ର ଦିବସ ଶୁଭେଚ୍ଛା

ହାଇଦ୍ରାବାଦ: ଆଜି ୨୬ ଜାନୁଆରୀରେ ସମଗ୍ର ଭାରତ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ପ୍ରତିବର୍ଷ ପରି ଏଥର ମଧ୍ୟ ସେଲିବ୍ରିଟିମାନେ ଏହି ଦିବସକୁ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ବଲିଉଡର ତାରକା ଅନୁପମ ଖେର, ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, କଙ୍ଗନା ରାଣାୱତ ଏବଂ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର , ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସମେତ ଅନେକ ତାରକା ସେମାନଙ୍କ ପ୍ରଶଂସକମାନଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ଗଣତନ୍ତ୍ର ଦିବସ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଗଣତନ୍ତ୍ର ଦିବସ ଶୁଭେଚ୍ଛା

ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି । ସେହିପରି ବଲିଉଡ ଲୋକପ୍ରିୟ ନିର୍ମାତା କରଣ ଜୋହର ନିଜ ଇନଷ୍ଟାଷ୍ଟୋରୀରେ ଏକ ଭିଡିଓ ସେୟାର କରି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ସେୟାର କରିଥିବା ଏହି ଭିଡିଓରେ ଫିଲ୍ମି ତାରକା ଆଲିଆ ଭଟ୍ଟ, ଜାହ୍ନବୀ କପୁରଙ୍କ ଠାରୁ ସିଦ୍ଧାର୍ଥ ମଲହୋତ୍ରାଙ୍କ ଦେଶଭକ୍ତି ଫିଲ୍ମର ଝଲକ ଦେଖିବାକୁ ମିଳିଛି ।

ବଲିଉଡ ଲୋକପ୍ରିୟ ଅଭିନେତା ଅନୁପମ ଖେର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି । ଏହି ଭିଡିଓରେ ଦେଶର ସୈନିକମାନେ ପ୍ୟାରେଡ କରୁଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, 'ଗଣତନ୍ତ୍ର ଦିବସରେ ସମସ୍ତ ଭାରତୀୟଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ଭିଡିଓଟି ବମ୍ବେ ସାପେର୍ସଙ୍କର । ଏହି ୟୁନିଟ୍ ମହିଳା ଅଧିକାରୀ ମେଜରଙ୍କ ରୁଚି ଯାଦବଙ୍କ ଦ୍ବାରା ପରିଚାଳିତ । ଏହି ଭିଡିଓର ପୃଷ୍ଠଭୂମିରେ ଜଣେ ସାଧାରଣ ଭାରତୀୟ ନାଗରିକଙ୍କ ସ୍ବର ଶୁଣିବାକୁ ମିଳୁଛି । ସେହି ସ୍ବରରେ କେତେ ଗର୍ବ ଅଛି । ଏହା ହେଉଛି ଆଜିର ଭାରତର ଗର୍ବ ! ଜୟ ହିନ୍ଦ । ଭାରତ ମାତାକୀ ଜୟ ।'

ସେହିପରି ଅକ୍ଷୟ କୁମାର ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଶୁଭକାମନା ଜଣାଇଛନ୍ତି । ଏହି ବିଶେଷ ଅବସରରେ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ତାଙ୍କ ସହ ଟାଇଗର ଶ୍ରଫ ମଧ୍ୟ ନଜର ଆସିଛନ୍ତି । ଭିଡିଓରେ, ଏହି ଉଭୟ ତାରକା ହାତରେ ତ୍ରିରଙ୍ଗା ପତାକା ଧରି ସମୁଦ୍ର କୂଳରେ ଦୌଡୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ଲେଖିଛନ୍ତି, 'ନୂଆ ଆତ୍ମବିଶ୍ବାସ, ନୂତନ ଦର୍ଶନ... ଆମର ସମୟ ଆସିଛି । ଶୁଭ ଗଣତନ୍ତ୍ର ଦିବସ ।'

ଏହା ମଧ୍ୟ ପଢନ୍ତୁ: ବଲିଉଡ୍‌ରୁ ଓଲିଉଡ୍‌, ସ୍ବାଧୀନତା ଦିବସ ପାଳନ କଲେ ସେଲିବ୍ରିଟି

ସେପଟେ ଅଭିନେତା ସୁନୀଲ ଶେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଶୁଭକାମନା ଜଣାଇଛନ୍ତି । ଫଟୋରେ ଅଭିନେତା ତ୍ରିରଙ୍ଗା ପତାକା ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, 'ସାରେ ଜାହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା ।' ଅଭିନେତ୍ରୀ କଙ୍ଗନା ମଧ୍ୟ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରି ସମସ୍ତଙ୍କୁ ଗଣତନ୍ତ୍ର ଦିବସ ଶୁଭକାମନା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.