ETV Bharat / entertainment

ପୁଷ୍ପା-୨ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି, ଅଲ୍ଲୁ ଅର୍ଜୁନଙ୍କ ସହ ଆସିବେ ନଜର !

author img

By ETV Bharat Odisha Team

Published : Mar 6, 2024, 4:53 PM IST

Sanjay Dutt To Join Pushpa 2: ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ବଡ ଖବର ଆସିଛି ଯେ ଏହି ବଲିଉଡ ତାରକା ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ । ଅଧିକ ପଢନ୍ତୁ...

'ପୁଷ୍ପା ୨'ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି, ଅଲ୍ଲୁ ଅର୍ଜୁନଙ୍କ ସହ ଆସିବେ ନଜର !
'ପୁଷ୍ପା ୨'ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି, ଅଲ୍ଲୁ ଅର୍ଜୁନଙ୍କ ସହ ଆସିବେ ନଜର !

ହାଇଦ୍ରାବାଦ: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' । ଫ୍ୟାନ୍ସ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମକୁ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ବଲିଉଡ ତାରକା ନଜର ଆସିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମ ସଞ୍ଜୟ ଦତ୍ତ ଏଣ୍ଟ୍ରି ମାରିଥିବା କୁହାଯାଉଛି । ସେ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ନଜର ଆସିବେ ।

ରିପୋର୍ଟ ଅନୁଯାୟୀ, ସଞ୍ଜୟ ଦତ୍ତ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିବାକୁ ଯାଉଛନ୍ତି ଏବଂ ସେ ଏକ ପ୍ରଭାବଶାଳୀ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଉଛି । ତେବେ ସଞ୍ଜୟ ଦତ୍ତଙ୍କ ଚରିତ୍ର ସମ୍ପର୍କରେ ନିର୍ମାତା ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ଦେଇନାହାନ୍ତି । ଏହି ଖବର ଶୁଣିବା ପରେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବୃଦ୍ଧି ପାଇଛି । ସୂଚନା ଥାଉ କି, ସଞ୍ଜୟ ଦତ୍ତ ଏହା ପୂର୍ବରୁ ଅନେକ ସାଉଥ ଚଳଚ୍ଚିତ୍ରରେ ନିଜର ଜଲୱା ଦେଖାଇସାରିଛନ୍ତି । ଏଥିରେ କେଜିଏଫ ୨ ଭଳି ଫିଲ୍ମ ରହିଛି ।

ସୂଚନା ଥାଉ କି, ଏକ ମାସ ପୂର୍ବରୁ ରିପୋର୍ଟ ଅନୁଯାୟୀ ପୁଷ୍ପାଙ୍କ ନିର୍ଦ୍ଦେଶକ ସୁକୁମାର ଏହି ଫିଲ୍ମରେ ବଲିଉଡର ଜଣେ ବଡ ତାରକାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ରିପୋର୍ଟ ପରେ ପୁଷ୍ପା ୨ ପାଇଁ ମନୋଜ ବାଜପେୟୀଙ୍କୁ ଅଫର କରାଯାଇଥିବା ସୂଚନା ମିଳିଥିଲା । ହେଲେ ପରେ ମନୋଜ ବାଜପେୟୀ ନିଜେ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ । ସେ ଏହି ଫିଲ୍ମର ଅଂଶ ନୁହନ୍ତି ବୋଲି ସ୍ପଷ୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା ୨' ନେଇ କାଉଣ୍ଟଡାଉନ ଆରମ୍ଭ, ୨୦୦ଦିନ ପରେ ଚାଲିବ ପୁଷ୍ପା ରାଜ

କହିରଖୁଛୁ କି, ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । 'ପୁଷ୍ପା: ଦ ରୁଲ' ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତା ଏବଂ ମୁତ୍ରମଶେଟ୍ଟୀ ମିଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ନିର୍ଦ୍ଦେଶକ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାରଙ୍କୁ ବି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫, ୨୦୨୪ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.