ETV Bharat / entertainment

ସାମନ୍ଥାଙ୍କ ଜୀବନକୁ ପ୍ରଭାବିତ କରିଛି ଏହି ସବୁ ଘଟଣା, କଲେ ଖୁଲାସା

author img

By ETV Bharat Odisha Team

Published : Feb 20, 2024, 5:18 PM IST

Samantha Ruth Prabhu On Myositis Diagnosis: ନିକଟରେ ଏକ ସାକ୍ଷାତକାରରେ ସାମନ୍ଥା ରୁଥ ପ୍ରଭୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ 'ମାୟୋସିଟିସ' ରୋଗରେ ପୀଡିତ ଥିବା ଜାଣି କ'ଣ ଅନୁଭବ କରିଥିଲେ ତାହା ପ୍ରକାଶ କରିଛନ୍ତି । ଏଥିସହ ସେ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ତାଙ୍କ ପାଇଁ କଷ୍ଟଦାୟକ ଥିବା ସେ କହିଛନ୍ତି ।

ସାମନ୍ଥାଙ୍କ ଜୀବନକୁ ପ୍ରଭାବିତ କରିଛି ଏହି ସବୁ ଘଟଣା, କଲେ ଖୁଲାସା
ସାମନ୍ଥାଙ୍କ ଜୀବନକୁ ପ୍ରଭାବିତ କରିଛି ଏହି ସବୁ ଘଟଣା, କଲେ ଖୁଲାସା

ହାଇଦ୍ରାବାଦ: ସାମନ୍ଥା ରୁଥ ପ୍ରଭୁ ଗତ କିଛି ବର୍ଷ ମଧ୍ୟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୦୨୧ ମସିହାରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ଏବଂ ପରେ 'ମାୟୋସିଟିସ' ନାମକ ରୋଗରେ ପୀଡିତ ଥିଲେ ସାମନ୍ଥା । 'ମାୟୋସିଟିସ' ନାମକ ରୋଗରେ ପୀଡ଼ିତ ନେଇ ଅଭିନେତ୍ରୀ ନିଜେ ଏହାର ସୂଚନା ଦେଇଥିଲେ । ଏଥିସହ ସେ ନିଜ ସ୍ୱାସ୍ଥ୍ୟର ଯତ୍ନ ପାଇଁ କାମରୁ ମଧ୍ୟ ବ୍ରେକ ନେଇଥିଲେ କିନ୍ତୁ ବର୍ତ୍ତମାନ ସେ କାମକୁ ଫେରିଥିବା ଜଣାପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ନିଜ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହା ତାଙ୍କ ଜୀବନରେ କଣ ପ୍ରଭାବ ପକାଇଛି ସେନେଇ ଖୁଲାସା କରିଛନ୍ତି ।

ସାମନ୍ଥା ରୁଥ ପ୍ରଭୁ ତାଙ୍କର ପ୍ରଥମ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ପୋଡକାଷ୍ଟ ରିଲିଜ କରିଛନ୍ତି ଯେଉଁଥିରେ ସେ ତାଙ୍କ କଷ୍ଟଦାୟକ ଜୀବନୀ ଯାତ୍ରା ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ 'ମାୟୋସିଟିସ'ରେ ରୋଗରେ ପୀଡ଼ିତ ହେବାର ପୂର୍ବ ବର୍ଷ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । କହିରଖୁଛୁ କି, ସେହି ବର୍ଷ ସାମନ୍ଥା ନାଗାଙ୍କୁ ଠାରୁ ଅଲଗା ହୋଇଥିଲେ । ଏହା ପରେ ସେ 'ମାୟୋସିଟିସ'ରେ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ ।

ସାମନ୍ଥା ଆହୁରି କହିଛନ୍ତି, 'ଏହି ସମସ୍ୟା ଗୋଟିଏ ବର୍ଷର ତଳର ଅଟେ । ଏହି ସମୟ ମୋ ପାଇଁ ବେଶ କଷ୍ଟଦାୟକ ଥିଲା । ଯେତେବେଳେ ମୁଁ ଗତ ବର୍ଷ ଜୁନରେ ମୋର ମ୍ୟାନେଜର ଏବଂ ବନ୍ଧୁ ହିମାଙ୍କ ସହ ମୁମ୍ବାଇ ଫେରୁଥିଲି ସେତେବେଳେ ମୋତେ ଭଲ ଅନୁଭବ ହୋଇଥିଲା । ମୁଁ ଦୀର୍ଘ ସମୟ ପରେ ନିଜ ପାଇଁ ଭଲ ଅନୁଭବ କରିଥିଲି । ମୁଁ ଏହି ଅଭିଜ୍ଞତା ଏଥିପାଇଁ ସେୟାର କରୁଛି କାରଣ ମୁଁ ଏପର୍ଯ୍ୟନ୍ତ ଏହାର ମୁକାବିଲା କରୁଛି । ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ, ମୁଁ ଚାହେଁ ଲୋକମାନେ ସୁରକ୍ଷିତ ରୁହନ୍ତୁ ।'

ଏହା ମଧ୍ୟ ପଢନ୍ତୁ: ମାୟୋସିଟିସ୍ ରୋଗରେ ପୀଡିତ ସାମନ୍ଥା, ସେୟାର କଲେ ଭାବବିହ୍ବଳ ପୋଷ୍ଟ

କହିରଖୁଛୁ କି, ୨୦୨୨ ମସିହାରେ ସାମନ୍ଥାଙ୍କ ଚଳଚ୍ଚିତ୍ର 'ଯଶୋଦା' ରିଲିଜ୍ ହେବା ପୂର୍ବରୁ ସେ ମାୟୋସିଟିସ୍ ରୋଗରେ ପୀଡିତ ହୋଇଥିଲେ । ପରେ ୨୦୨୩ ମସିହାରେ ସାମନ୍ଥା ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଫିଲ୍ମରୁ ବ୍ରେକ ନେଇଥିବା ଘୋଷଣା କରିଥିଲେ । ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କାମକୁ ଫେରିଥିବା ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ନେଇ ସାମନ୍ଥାଙ୍କ ଖୁଲାସା, କହିଲେ 'ଏହା ମୋ କ୍ୟାରିଅରକୁ ପ୍ରଭାବିତ କରିଛି'

ସୂଚନା ଥାଉ କି, ସାମନ୍ଥା ଏବଂ ନାଗା ଚୈତନ୍ୟ ୨୦୨୧ରେ ଅଲଗା ହୋଇଥିଲେ । ଏହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହା ପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର ୨୦୧୭ରେ ବିବାହ କରିଥିଲେ । କିନ୍ତୁ ୪ ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.