ETV Bharat / entertainment

ଭାଇଜାନଙ୍କ ବଡି ଟ୍ରାନ୍ସଫରମେସନର ଫଟୋ ଭାଇରାଲ, ଫିଦା ହେଲେ ଫ୍ୟାନ୍ସ

author img

By ANI

Published : Feb 6, 2024, 1:20 PM IST

Salman Khan Physical Transformation: ସଲମାନ ଖାନଙ୍କ କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତାଙ୍କ ବଡି ଟ୍ରାନ୍ସଫରମେସନର ଝଲକ ଦେଖିବାକୁ ମିଳିଛି । ଏହି ଫଟୋ ଭାଇରାଲ ପରେ ଫ୍ୟାନ୍ସ ଭାଇଜାନଙ୍କୁ ଦେଖି ଫିଦା ହୋଇଛନ୍ତି । ଅଧିକ ପଢନ୍ତୁ

ଭାଇଜାନଙ୍କ ବଡି ଟ୍ରାନ୍ସଫରମେସନର ଫଟୋ ଭାଇରାଲ, ଫିଦା ହେଲେ ଫ୍ୟାନ୍ସ
ଭାଇଜାନଙ୍କ ବଡି ଟ୍ରାନ୍ସଫରମେସନର ଫଟୋ ଭାଇରାଲ, ଫିଦା ହେଲେ ଫ୍ୟାନ୍ସ

ହାଇଦ୍ରାବାଦ: ଭାଇଜାନ ବଲିଉଡର ଟପ୍ ଅଭିନେତାଙ୍କ ମଧ୍ୟରେ ଜଣେ । ଦେଶ ତଥା ଦେଶ ବାହାରେ ସଲମାନ ଖାନଙ୍କ ଅନେକ ଫ୍ୟାନ ଫୋଲୋର୍ସ ରହିଛନ୍ତି । ୫୮ ବର୍ଷରେ ମଧ୍ୟ ସଲମାନ ନିଜର ଦମଦାର ଲୁକ ଏବଂ ଅଭିନୟରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ବର୍ତ୍ତମାନ ଅଭିନେତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଅଭିନେତାଙ୍କ ବଡି ଟ୍ରାନ୍ସଫରମେସନର ଝଲକ ଦେଖିବାକୁ ମିଳିଛି । ଏହି ଫଟୋ ଏବେ ଭାଇରାଲ ପରେ ଫ୍ୟାନ୍ସ ଭାଇଜାନଙ୍କ ଏହି ଲୁକ ଦେଖି ଦିୱାନା ହୋଇଛନ୍ତି ।

ଗତକାଲି(ସୋମବାର) କିଛି ପ୍ରଶଂସକ ସଲମାନ ଖାନଙ୍କୁ ଗାଲାକ୍ସି ଆପାର୍ଟମେଣ୍ଟରେ ଭେଟିବାକୁ ଯାଇଥିଲେ । ଏହି ସମୟରେ ସେମାନେ ଭାଇଜାନ ଏବଂ ତାଙ୍କ ବାପା ସଲିମ ଖାନଙ୍କ ଅନେକ ଫଟୋ କ୍ଲିକ କରିଥିଲେ । ଯାହାକୁ ସେମାନେ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏବେ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋରେ ସଲମାନ ବଡି ଟ୍ରାନ୍ସଫରମେସନର ଲୁକ ଦେଖିବାକୁ ମିଳିଛି । ଏବେ ଏହି ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ତେବେ ସଲମାନଙ୍କ ଏହି ନୂଆ ଲୁକ ଦେଖି ଅନୁମାନ କରାଯାଉଛି ଯେ, ଅଭିନେତା ନିଜ ଆଗାମୀ ଫିଲ୍ମ 'ଦ ବୁଲ' ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୂଚନା ଅନୁସାରେ, 'ଦ ବୁଲ' ପାଇଁ ସଲମାନ ଖାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଫିଲ୍ମର ନିଜ ଚରିତ୍ରରେ ଫିଟ୍ ହେବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସଲମାନ ପ୍ରତିଦିନ ୩ ଘଣ୍ଟା ଲେଖାଏଁ ୱାର୍କଆଉଟ କରୁଥିବା ଜଣାପଡିଛି । 'ଦ ବୁଲ' ବିଷୟରେ କହିବାକୁ ଗଲେ ଏହା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ଏକ ଫିଲ୍ମ । ପ୍ରକୃତ ଘଟଣା ଦ୍ବାରା ଅନୁପ୍ରାଣିତ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ପାଇଁ ସଲମାନ ଖାନ କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । କହିରଖୁଛୁ ଯେ 'କୁଛ କୁଛ ହୋତା ହେ'ର ପ୍ରାୟ ୨୫ ବର୍ଷ ପରେ ଏହି ଫିଲ୍ମ ସହ କରଣ ଜୋହର ଏବଂ ସଲମାନ ଖାନ ଏକାଠି କାମ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ମୁଁ ନିଜକୁ ସୁପରଷ୍ଟାର ଭାବୁନି', ସୁପରଷ୍ଟାର ଟ୍ୟାଗ ନେଇ ଏମିତି କହିଲେ ଭାଇଜାନ

ସୂଚନା ଥାଉକି, କରଣଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ତଥା ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ବୁଲ'ରେ ଖାନ ବ୍ରିଗେଡିୟର୍ ଫାରୁକ୍ ବୁଲସାରାଙ୍କ ଚରିତ୍ରରେ ଅଭିନୟ କରିବେ ସଲମାନ ଖାନ । ଯିଏକି ୧୯୮୮ରେ ମାଳଦ୍ବୀପରେ ଅପରେସନ୍ କାକଟସ୍ ନେତୃତ୍ୱ ନେଇଥିଲେ । ଏହି ଫିଲ୍ମ ପାଇଁ ତାରିଖ ଚୂଡାନ୍ତ ହୋଇଛି ଏବଂ ସେ ଏହି ଚଳଚ୍ଚିତ୍ର ଲାଗି ଫେବୃଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ସୁଟିଂ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.