ETV Bharat / entertainment

ISPL ଉଦଘାଟନୀ ଉତ୍ସବରେ 'ଅମିର' ନାମର ଜର୍ସି ପିନ୍ଧିଲେ ତେନ୍ଦୁଲକର, ଜାଣନ୍ତୁ କିଏ ଏହି ଅମିର

author img

By ETV Bharat Odisha Team

Published : Mar 7, 2024, 2:56 PM IST

ISPL: ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ୍‌ ୨୦୨୪ ଆରମ୍ଭ ହୋଇଛି । ISPLର ଉଦଘାଟନ ସମାରୋହରେ ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଅମିର ନାମ ଥିବା ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ISPL
ISPL

ମୁମ୍ବାଇ: ଆରମ୍ଭ ହୋଇଯାଇଛି ISPL । ଏହାର ଉଦଘାଟନୀ ଉତ୍ସବ ଗତକାଲି(ବୁଧବାର) ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସେଲିବ୍ରିଟିମାନେ ସାମିଲ ହୋଇଥିଲେ । ଯେଉଁଥିରେ ବଲିଉଡଠୁ ଆରମ୍ଭ କରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ତାରକା ସାମିଲ ହୋଇଥିଲେ । ଏଥିରେ 'RRR' ଅଭିନେତା ରାମ ଚରଣ, ସୂର୍ଯ୍ୟ, ଅକ୍ଷୟ କୁମାର ଏବଂ ବୋମାନ ଇରାନୀଙ୍କୁ 'ନାଟୁ ନାଟୁ' ଗୀତର ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କ୍ରିକେଟର ସଚିନ ତେନ୍ଦୁଲକାର 'ଅମିର' ନାଁ ଥିବା ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି ।

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରୁ ସଚିନ ତେନ୍ଦୁଲକର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସଚିନ 'ଅମିର' ଲେଖା ହୋଇଥିବା ଏକ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ସେ ଏହି ଜର୍ସି ଉପରେ ଆଉ ଏକ ଜର୍ସି ପିନ୍ଧିଥିଲେ ଯେଉଁଥିରେ ତାଙ୍କ ନାମ ଲେଖା ହୋଇଥିଲା । ତେବେ ଟସ ପରେ ସଚିନ 'ଅମିର' ନାମ ଥିବା ଜର୍ସି ପିନ୍ଧିଥିବାର ନଜର ଆସିଥିଲେ । ଏହି ସମୟରେ କ୍ରିକେଟର କେଉଁ ଅମିର କଥା କହୁଛନ୍ତି ସେ ବିଷୟର ମଧ୍ୟ ପ୍ରକାଶ କରିଥିଲେ । ତେବେ ଏହି 'ଅମିର' ବଲିଉଡ ଅଭିନେତା ଅମିର ଖାନ ନୁହେଁ ବରଂ, ISPL ଜମ୍ମୁ କାଶ୍ମୀର ଦଳର କ୍ୟାପଟେନ 'ଅମିର ହୁସେନ' ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ- ଆଶିକି-୩ ନେଇ ଟି-ସିରିଜର ବଡ଼ ଖୁଲାସା, ଫିଲ୍ମ ପ୍ରସ୍ତୁତିକୁ ମିଥ୍ୟା କହିଲା କମ୍ପାନୀ

ଏହା ମଧ୍ୟ ପଢନ୍ତୁୃ- ୧୬ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ଆମୀର-ଦର୍ଶିଲ, ପୋଷ୍ଟ ଦେଲା ହିଣ୍ଟ୍

ତେବେ ISPLରୁ ଅନେକ ଭିଡିଓ ସାମ୍ନାକୁ ଆସିଛି । ଅନ୍ୟ ଏକ ଭିଡିଓରେ ସଚିନ ଓ ରାମଚରଣଙ୍କୁ ଏକାଠି ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ ଭିଡିଓରେ ଅକ୍ଷୟ କୁମାରଙ୍କ ସହ ସଚିନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଛି । ୱାଙ୍ଖେଡେ ଷ୍ଟାଡିୟରେ ତେଲୁଗୁ ସୁପରଷ୍ଟାର ରାମ ଚରଣ, ବଲିଉଡ ଖିଲାଡି ଅକ୍ଷୟ କୁମାର ଓ ତାମିଲ ସୁପରଷ୍ଟାର ସୁର୍ଯ୍ୟ ଶିବ କୁମାର ନିଜ ଟିମକୁ ରିପ୍ରେଜେଣ୍ଟ କରୁଥିବା ନଜର ଆସିଛନ୍ତି । ସେହିପରି ଏକ ଭାଇରାଲ ଭିଡିଓରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, କରୀନା କପୁର, ସୈଫ ଅଲ୍ଲି ଖାନ, ବୋମାନ ଇରାନୀଙ୍କ ସମେତ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.