ETV Bharat / entertainment

ରକୁଲ-ଜ୍ୟାକିଙ୍କ ବିବାହ ପୋଷାକ ଡିଜାଇନ କରିବେ ଏହି ପ୍ରସିଦ୍ଧ ଡିଜାଇନର

author img

By ETV Bharat Odisha Team

Published : Feb 13, 2024, 9:24 AM IST

Rakul Preet-Jackky Bhagnani Wedding: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଅଭିନେତା ଜ୍ୟାକି ଭଗ୍ନାନି ନିଜର ବିବାହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିକଟରେ ଏହି କପଲଙ୍କୁ ପରିବାର ସହିତ ସପିଂ କରିଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Rakul Jackky Wedding
Rakul Jackky Wedding

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଫିଲ୍ମ ନିର୍ମାତା ତଥା ଅଭିନେତା ଜ୍ୟାକି ଭଗ୍ନାନି ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏହି କପଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଉଭୟଙ୍କ ଘରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ଏହି କପଲଙ୍କୁ ନିଜ ପରିବାର ସହିତ ଡିଜାଇନର୍ ତରୁଣ ତାହିଲିଆନିଙ୍କ ଷ୍ଟୋର ଯିବା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଅନୁମାନ କରାଯାଉଛି ଯେ, ଏହି କପଲ୍ ନିଜ ବିବାହରେ ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ପୋଷାକ ପିନ୍ଧିପାରନ୍ତି ।

ଜଣେ ପାପାରାଜି ଗତକାଲି(ସୋମବାର) ନିଜ ଇନଷ୍ଟାଗ୍ରାମରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନିଙ୍କ ଲାଟେଷ୍ଟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି କପଲ୍ ବିବାହ ସପିଂ ପାଇଁ ମୁମ୍ବାଇର ଡିଜାଇନର୍ ତରୁଣ ତାହିଲିଆନିଙ୍କ ଷ୍ଟୋର ଯାଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ତାଙ୍କ ପରିବାର ମଧ୍ୟ ତାଙ୍କ ସହିତ ଥିଲେ । କିଛି ସମୟ ପରେ ଷ୍ଟୋରରୁ ବାହାରକୁ ଆସୁଥିବାବେଳେ ଅଭିନେତ୍ରୀ ତାଙ୍କ ପରିବାର ସହିତ ପୋଜ୍ ଦେଇଥିଲେ । ସପିଂ ପାଇଁ ରକୁଲ ଏକ କଳା ଏବଂ ଧଳା ରଙ୍ଗର ଟପ୍ ଏବଂ ଜିନ୍ସ ପିନ୍ଧିଥିଲେ । ସେହିପରି ଜ୍ୟାକିଙ୍କୁ କଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- ଗୋଆରେ ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି ! ବିବାହ କାର୍ଡ ଭାଇରାଲ

ଏହା ମଧ୍ୟ ପଢନ୍ତୁ - ବାଜିବ ରକୁଲ-ଜ୍ୟାକିଙ୍କ ସାହାନାଇ, ଅଖଣ୍ଡ ପାଠରୁ ପ୍ରସ୍ତୁତି ଆରମ୍ଭ

ସୂଚନା ଥାଉ କି, ଏହି କପଲଙ୍କ ପରିବାରରେ ବିବାହ ରୀତିନୀତି ଆରମ୍ଭ ହୋଇଛି । ଏହାପୂର୍ବରୁ ଅଭିନେତ୍ରୀଙ୍କ ଘରେ ଅଖଣ୍ଡ ପାଠ ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଫଟୋ ସେ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ରକୁଲ ଏବଂ ଜ୍ୟାକି ଗୋଆରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଗୋଆର ବିଷୟବସ୍ତୁ ଉପରେ ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି । ୨୧ ଫେବୃଆରୀରେ ବିବାହ ପରେ ୨୨ ତାରିଖ ଦିନ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି କରିବେ ବୋଲି କୁହାଯାଉଛି । ଏଥିରେ ବି-ଟାଉନ୍ ଠାରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡ ବ୍ୟକ୍ତିତ୍ୱ ଯୋଗଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.