ETV Bharat / entertainment

ଗୋଆରେ ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି ! ବିବାହ କାର୍ଡ ଭାଇରାଲ

author img

By ETV Bharat Odisha Team

Published : Feb 12, 2024, 3:07 PM IST

Rakul Preet Singh Wedding Invitation Viral: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନି । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଏହି କପଲଙ୍କ ବିବାହ ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି ।

ଗୋଆରେ ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି! ବିବାହ କାର୍ଡ ଭାଇରାଲ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ନିର୍ମାତା ତଥା ଅଭିନେତା ଜ୍ୟାକି ଭଗ୍ନାନି ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏହି କପଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଉଭୟଙ୍କ ଘରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ଏହି ସମୟରେ ଅଭିନେତ୍ରୀଙ୍କ ବିବାହ ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟଙ୍କ ବିବାହ ତାରିଖ ଏବଂ ସ୍ଥାନ ଲେଖାଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରକୁଲ-ଜ୍ୟାକିଙ୍କ ବିବାହ କାର୍ଡ ହ୍ବାଇଟ ଏବଂ ବ୍ଲୁ ଥିମ ରହିଛି । କାର୍ଡରେ ଗୋଆର ସମୁଦ୍ରକୂଳ ପରିବେଶ ବି ଦୃଶ୍ୟମାନ ହେଉଛି । ଏହି କାର୍ଡର ହ୍ୟାସଟ୍ୟାଗ ସର୍ବାଧିକ ଧ୍ୟାନ ଆକର୍ଷଣ କରୁଛି, ଯେଉଁଥିରେ 'ବର୍ତ୍ତମାନ ଉଭୟ ଭଗ୍ନାନୀ' #ABDONOBHAGNA-NI ଲେଖାଯାଇଛି । ସେହିପରି ଦ୍ୱିତୀୟ କାର୍ଡରେ ଫିଙ୍କ ରଙ୍ଗର ଥିମରେ, ଏହି କପଲଙ୍କ ବିବାହ ତାରିଖ ୨୧ ଫେବୃଆରୀ ଲେଖାଯାଇଥିବା ବେଳେ ଏହି ଦିନ ଉଭୟଙ୍କ ହାତଗଣ୍ଠି ପଡ଼ିବ ବୋଲି ଜଣାପଡିଛି ।

ରକୁଲ-ଜ୍ୟାକିଙ୍କ ବିବାହ ନିମନ୍ତ୍ରଣ କାର୍ଡ
ରକୁଲ-ଜ୍ୟାକିଙ୍କ ବିବାହ ନିମନ୍ତ୍ରଣ କାର୍ଡ

ସୂଚନା ଥାଉ କି, ଏହି କପଲଙ୍କ ପରିବାରରେ ବିବାହ ରୀତିନୀତି ଆରମ୍ଭ ହୋଇଛି । ନିକଟରେ ରକୁଲ ତାଙ୍କ ପରିବାର ସହ ସପିଂ କରୁଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଅଖଣ୍ଡ ପାଠ ମଧ୍ୟ ଅଭିନେତ୍ରୀଙ୍କ ଘରେ ଆୟୋଜିତ ହୋଇଥିଲା, ଯାହାର ଫଟୋ ସେ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ରକୁଲ ଏବଂ ଜ୍ୟାକି ଗୋଆରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଗୋଆର ବିଷୟବସ୍ତୁ ଉପରେ ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି । ୨୧ ଫେବୃଆରୀରେ ବିବାହ ପରେ ୨୨ତାରିଖ ଦିନ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି କରିବେ ବୋଲି କୁହାଯାଉଛି । ଏଥିରେ ବି-ଟାଉନ୍ ଠାରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡ ବ୍ୟକ୍ତିତ୍ୱ ଯୋଗଦେବେ ।

ଏହା ମଧ୍ୟ ପଢନ୍ତୁ: ବାଜିବ ରକୁଲ-ଜ୍ୟାକିଙ୍କ ସାହାନାଇ, ଅଖଣ୍ଡ ପାଠରୁ ପ୍ରସ୍ତୁତି ଆରମ୍ଭ

ସେପଟେ ଏହି କପଲ ନିଜ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି । କହିରଖୁଛୁ କି, ଏହି କପଲଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି, ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ଭଳି ହୋଇଥିଲା । ସେବେ ଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ପରେ ପରେ ସମ୍ପର୍କ ନିବିଡ ହେବା ସହ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.