ETV Bharat / entertainment

ବାଜିବ ରକୁଲ-ଜ୍ୟାକିଙ୍କ ସାହାନାଇ, ଅଖଣ୍ଡ ପାଠରୁ ପ୍ରସ୍ତୁତି ଆରମ୍ଭ

author img

By ETV Bharat Odisha Team

Published : Feb 4, 2024, 11:22 AM IST

Rakul Preet Singh and Jackky Bhagnani wedding: ରକୁଲ ପ୍ରୀତ୍ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଭିନେତ୍ରୀ ଅଖଣ୍ଡ ପାଠର ଏକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

Rakul Preet Singh and Jackky Bhagnani wedding

ମୁମ୍ବାଇ: ‘ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ୍ ସିଂହ ଏବଂ ଜ୍ୟାକି ଭାଗ୍ନାନିଙ୍କ ବିବାହ ତାରିଖ ପାଖେଇ ଆସୁଛି । ଆସନ୍ତା ଫେବୃଆରୀ ମାସ ୨୧ ତାରିଖରେ ଗୋଆରେ ଏହି କପଲ ବିବାହ କରିବାକୁ ଯାଉଛନ୍ତି । ଏନେଇ ସମସ୍ତ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇଛି । ଏହାକୁ ନେଇ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର ବିବାହ ପ୍ରସ୍ତୁତି ଆରମ୍ଭ ନେଇ ସୂଚନା ଦେଇଛନ୍ତି ।

ଏହି ଫଟୋକୁ ରକୁଲ ନିଜ ଇନଷ୍ଟା ଷ୍ଟୋରୀରେ ଗତକାଲି(ଶନିବାର) ସେୟାର କରିଥିଲେ । ଫଟୋରେ ରକୁଲତାଙ୍କ ମୁଣ୍ଡ ଉପରେ ଏକ ବାଇଗଣୀ ରଙ୍ଗର ଓଢଣୀ ପକାଇଥିବା ଦେଖିବାକୁ ମିଳିଛି । ଏଥିସହ ଏହି ଫଟୋରେ ଅଖଣ୍ଡ ପାଠର କ୍ୟାପସନ ଦେଇଛନ୍ତି । ସୂଚନା ଥାଉକି, ଶିଖ ଧର୍ମରେ ବିବାହ ରୀତିନୀତିରେ ପ୍ରଥମେ ଗୁରୁଦ୍ୱାରରେ ଅଖଣ୍ଡ ପାଠ ହୋଇଥାଏ । ସେହିପରି ଦମ୍ପତିଙ୍କ ମେହେନ୍ଦୀ, ସଂଗୀତ ଏବଂ ହଲଦୀ ସମାରୋହ ଫେବୃଆରୀ 19ରୁ ଆରମ୍ଭ ହେବ ।

କେବେ ଓ କେଉଁଠି ହେବ ବିବାହ?

ରକୁଲ ଏବଂ ଜ୍ୟାକି ନିଜ ବିବାହ ପାଇଁ ଗୋଆକୁ ବାଛିଛନ୍ତି । ଫେବୃଆରୀ 21ରେ ଏହି ଲଭବାର୍ଡଙ୍କ ବିବାହ ଅନୁଷ୍ଠିତ ହେବ । ଯେଉଁଥିରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟ ଉପସ୍ଥିତ ରହିବେ । ଏହା ପରେ 22 ଫେବୃଆରୀରେ ମୁମ୍ବାଇରେ ତାଙ୍କ ରିସେପସନ୍ ପାର୍ଟି ଦେବେ । ଯେଉଁଥିରେ ବଲିଉଡ ତାରକାମାନେ ଯୋଗଦେବେ । ଏଥିରେ ସଲମାନ ଖାନ, ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା, ଅକ୍ଷୟ କୁମାର, ଅଲୁ ଅର୍ଜୁନ ଏବଂ ରାମ ଚରଣଙ୍କ ସମେତ ବହୁ ବଲିଉଡ ଏବଂ ସାଉଥଷ୍ଟାରଙ୍କ ନାମ ଅତିଥି ତାଲିକାରେ ରହିଛି ।

ଅକ୍ଟୋବର ୨୦୨୧ରେ ଏହି କପଲ ନିଜର ରିଲେସନସିପକୁ ଅଫିସିଆଲ କରିଥିଲେ । ଏଥିପାଇଁ ସେମାନେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନରେ ଜ୍ୟାକି ତାଙ୍କ ଲେଡି ଲଭଙ୍କ ହାତ ଧରିଥିବାର ଏକ ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, 'ତୁମ ସହିତ, ଦିନ ଦିନ ଭଳି ଲାଗୁନି... ତୁମ ବିନା ସବୁଠୁ ଟେଷ୍ଟି ଖାଦ୍ୟ ଖାଇବାର କୌଣସି ମଜା ନାହିଁ ।' ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.