ETV Bharat / entertainment

ମାନହାନି ମାମଲା; ମନସୁରଙ୍କୁ ଆଶ୍ୱସ୍ତି, ଜରିମାନା ବାତିଲ କଲେ ମାଡ୍ରାସ ହାଇକୋର୍ଟ

author img

By ETV Bharat Odisha Team

Published : Feb 29, 2024, 5:07 PM IST

Mansoor Ali Khan Defamation Case: ମନସୁର ଅଲ୍ଲୀ ଖାନଙ୍କୁ ଆଶ୍ୱସ୍ତି । ଅଭିନେତାଙ୍କ ଜରିମାନା ବାତିଲ କଲେ ମାଡ୍ରାସ ହାଇକୋର୍ଟ । ଅଧିକ ପଢନ୍ତୁ,

ମାନହାନି ମାମଲା; ମନସୁରଙ୍କୁ ଆଶ୍ୱସ୍ତି, ଜରିମାନା ବାତିଲ କଲେ ମାଡ୍ରାସ ହାଇକୋର୍ଟ
ମାନହାନି ମାମଲା; ମନସୁରଙ୍କୁ ଆଶ୍ୱସ୍ତି, ଜରିମାନା ବାତିଲ କଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମନସୁର ଅଲ୍ଲୀ ଖାନଙ୍କୁ ମାଡ୍ରାସ ହାଇକୋର୍ଟରୁ ଆଶ୍ୱସ୍ତି । ଅଭିନେତାଙ୍କ ଉପରେ ଲଗାଯାଇଥିବା ୧ ଲକ୍ଷ ଟଙ୍କା ଜରିମାନାକୁ ବାତିଲ କଲେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ । ଏଥିସହ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ, ଖୁସବୁ ଏବଂ ଅଭିନେତା ଚିରଞ୍ଜିବୀଙ୍କ ବିରୋଧରେ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଅନୁମତି ମାଗିଥିବା ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି ।

ସୂଚନା ଅନୁସାରେ, ପୂର୍ବରୁ ମନସୁର ଅଲ୍ଲୀ ଖାନ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀ ତ୍ରିଶା, ଖୁସବୁ ଏବଂ ଅଭିନେତା ଚିରଞ୍ଜୀବୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ । ଏଥିସହ ପ୍ରତ୍ୟେକ ତାଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଅନୁମତି ମାଗିଥିଲେ । ନିକଟରେ ମାଡ୍ରାସ ହାଇକୋର୍ଟ ଏହାର ଶୁଣାଣି କରି ମନସୁରଙ୍କୁ କଡ଼ା ଭତ୍ସନା କରିବା ସହ ମାମଲାକୁ ଖାରଜ କରିଥିଲେ ଏବଂ ଓଲଟା ତାଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜିର ଏହାର ଶୁଣାଣି ସମୟରେ ମନସୁର ଅଲି ଖାନ କହିଥିଲେ ଯେ, ଜରିମାନା ଆଦାୟ ଆଦେଶକୁ ବାତିଲ କରାଯିବା ଉଚିତ ଏବଂ ସେ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ଦାୟର କରିବାକୁ ଚାହୁଁନାହାଁନ୍ତି । ଏହି ଯୁକ୍ତିକୁ ଗ୍ରହଣ କରି କୋର୍ଟ ମନସୁର ଅଲି ଖାନଙ୍କ ଉପରେ ଲଗାଯାଇଥିବା ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି କୋର୍ଟ । ଏଥିସହ ଅଦାଲତର ସମୟ ଏବଂ ପ୍ରତିଷ୍ଠା ନଷ୍ଟ କରିଥିବାରୁ ଏହି ମାମଲାକୁ ସମାଲୋଚନା କରି ମନସୁର ଅଲି ଜୋରିମାନା ଆବେଦନ ଏବଂ ଏହି ମାନହାନି ମାମଲାକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମନସୁରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ 'ତ୍ରିଶାଙ୍କୁ ତୁମ ନାଁରେ ମାନହାନି ମକଦ୍ଦମା କରିବା ଦରକାର'

ସୂଚନା ଥାଉ କି, ତ୍ରିଶା ଏବଂ ମନସୁର ନିକଟରେ ରିଲିଜ ଫିଲ୍ମ ଲିଓରେ ନଜର ଆସିଥିଲେ । ଫିଲ୍ମର ସଫଳତା ପରେ ମନସୁର ଏକ ସାକ୍ଷାତକାରରେ ତ୍ରିଶାଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ଭାଇରାଲ ପରେ ତ୍ରିଶା ଏହାକୁ ନେଇ ଦୃଢ ନିନ୍ଦା କରିଥିଲେ । ପରେ ଚିରଞ୍ଜୀବୀ ଏବଂ ଖୁସବୁ ତ୍ରିଶାଙ୍କ ସମର୍ଥନ କରିବା ସହ ମନସୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଯାହା ପରେ ଅଭିନେତା ତାଙ୍କ ସମ୍ମାନ ହାନି ହୋଇଥିବା ଅଭିଯୋଗ କରି ତ୍ରିଶା, ଖୁସବୁ ଏବଂ ଚିରଞ୍ଜୀବୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଥାନାକୁ ମାମଲା ଗଲା ପରେ ଚିତିଲେ ମନସୁର, ବିବାଦୀୟ ବୟାନ ପାଇଁ ତ୍ରିଶାଙ୍କୁ ମାଗିଲେ କ୍ଷମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.