ETV Bharat / entertainment

ମନସୁରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ 'ତ୍ରିଶାଙ୍କୁ ତୁମ ନାଁରେ ମାନହାନି ମକଦ୍ଦମା କରିବା ଦରକାର'

author img

By ETV Bharat Odisha Team

Published : Dec 13, 2023, 6:49 AM IST

Mansoor Ali Khan-Trisha Krishnan Controversy: ଅଭିନେତା ମନସୁର ଅଲ୍ଲୀ ଖାନ ସୋସିଆଲ ମିଡିଆରେ ତ୍ରିଶାଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ ସେ, ଖୁସବୁ ସୁନ୍ଦର ଏବଂ ଚିରଞ୍ଜୀବୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଖଲ କରିଥିଲେ । ବର୍ତ୍ତମାନ ମାମଲା ନେଇ ମାଡ୍ରାସ ହାଇକୋର୍ଟ ଅଭିନେତାଙ୍କୁ କଡ଼ା ଭର୍ତ୍ସନା କରିବା ସହ ଓଲଟା ତ୍ରିଶାଙ୍କୁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବା କଥା ବୋଲି କହିଛନ୍ତି । ଅଧିକ ପଢନ୍ତୁ

ମନୁସରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ 'ତ୍ରିଶାଙ୍କୁ ତୁମ ନାଁରେ ମାନହାନି ମକଦ୍ଦମା କରିବା ଦରକାର'
ମନୁସରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ 'ତ୍ରିଶାଙ୍କୁ ତୁମ ନାଁରେ ମାନହାନି ମକଦ୍ଦମା କରିବା ଦରକାର'

ହାଇଦ୍ରାବାଦ: ଜଣାଶୁଣା ସାଉଥ ଅଭିନେତା ମନସୁର ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ବିବାଦ ମାମଲା । ତ୍ରିଶା, ଚିରଞ୍ଜୀବୀ ଏବଂ ଖୁସବୁଙ୍କ ନାଁରେ ମାନହାନୀ ମକଦ୍ଦମା କରିଥିଲେ ମନସୁର । ଯାହାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଓଲଟା ମନସୁରଙ୍କୁ ଭର୍ତ୍ସନା କରିବା ସହ ତ୍ରିଶାଙ୍କୁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବାକୁ ଉପଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଏକ ବେଡରୁମ୍‌ ମୁଭି ସିନ୍‌ ନେଇ ତ୍ରିଶାଙ୍କ ବିରୋଧରେ ଏକ ଅପମାନଜନକ ବିବୃତ୍ତି ଦେଇଥିଲେ ମନସୁର । ଯାହାକୁ ନେଇ ତ୍ରିଶାଙ୍କ ସମେତ ଚିରଞ୍ଜୀବୀ ଏବଂ ଖୁସବୁ ସୁନ୍ଦରଙ୍କ ସମେତ ଅନେକ ସେଲିବ୍ରିଟି ଏହି ବିବୃତ୍ତିକୁ ବିରୋଧ କରିଥିଲେ ଏବଂ ମନସୁରଙ୍କୁ ନିନ୍ଦା କରିଥିଲେ । ଏହା ପରେ ତ୍ରିଶାଙ୍କୁ ନେଇ ବିବୃତ୍ତି ଯାଞ୍ଚ ନକରି ଏହି ତିନିଜଣ ତାଙ୍କୁ ସର୍ବସାଧାରଣରେ ବଦନାମ କରିଛନ୍ତି ବୋଲି ଅଭିଯୋଗ କରି ଏମାନଙ୍କ ନାଁରେ ମାନହାନି ମକଦ୍ଦମା କରିଥିଲେ ମନସୁର ।

ସୋମବାର ହୋଇଥିବା ଶୁଣାଣିରେ ମାଡ୍ରାସ ହାଇକୋର୍ଟର ବିଚାରପତି ଏନ ସତୀଶ କୁମାର ମାମଲା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତ୍ରିଶାଙ୍କ ପରିବର୍ତ୍ତେ ମନସୁର କାହିଁକି ମାନହାନି ମକଦ୍ଦମା ଦାଖଲ କରିଛନ୍ତି ସେ ନେଇ ବିରକ୍ତି ପ୍ରକାଶ କରିଥିଲେ । ଜଜ୍ ମନସୁରଙ୍କୁ ତାଗିଦ୍ କରି କହିଛନ୍ତି, କେବଳ ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି କି ? ବାସ୍ତବରେ ତ୍ରିଶାଙ୍କ ଏହି କ୍ଷତି ପାଇଁ ଏକ ମାମଲା ଦାଖଲ କରିବା ଉଚିତ୍ । କେଉଁ ଆଧାରରେ ଆପଣ କୋର୍ଟ ଆସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସର୍ବସାଧାରଣରେ କିପରି ଆଚରଣ କରିବେ ସେ ବିଷୟରେ ତାଙ୍କ ଓକିଲଙ୍କୁ ଅଭିନେତାଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ । ଏଥିସହ ଏହି ପ୍ରସଙ୍ଗରେ ତ୍ରିଶା କ୍ରିଷ୍ଣନ୍, ଚିରଞ୍ଜୀବୀ ଏବଂ ଖୁସବୁଙ୍କୁ କୋର୍ଟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଥାନାକୁ ମାମଲା ଗଲା ପରେ ଚିତିଲେ ମନସୁର, ବିବାଦୀୟ ବୟାନ ପାଇଁ ତ୍ରିଶାଙ୍କୁ ମାଗିଲେ କ୍ଷମା

ସେପଟେ ମନସୁର ଦାବି କରିଛନ୍ତି ଯେ, ସେ କୌଣସି ବ୍ୟକ୍ତିଙ୍କ ବିଷୟରେ କୌଣସି ମିଥ୍ୟା ବିବୃତ୍ତି ଦେଇ ନାହାଁନ୍ତି । ତାଙ୍କ ଆବେଦନରେ ଏହା ବି ଲେଖାଯାଇଛି ଯେ, ସେ ଅତୀତରେ ଅଭିନୟ କରିଥିବା ତାଙ୍କର ନକାରାତ୍ମକ ରାଇଟ୍ସ ବିଷୟରେ କହୁଥିଲେ । ଅଭିନେତା କହିଛନ୍ତି ଯେ, ସେ ତ୍ରିଶା କିମ୍ବା କୌଣସି ମହିଳାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଅଭିନେତାଙ୍କ ଓକିଲ କୋର୍ଟରେ ସମ୍ପୂର୍ଣ୍ଣ ସାକ୍ଷାତକାର ଫୁଟେଜ୍ ଦାଖଲ କରିଥିଲେ । ଯେଉଁଥିରେ ଅଭିନେତାଙ୍କ ଦ୍ୱାରା ବିବୃତ୍ତି ଦିଆଯାଇଥିଲା । କୋର୍ଟ୍‌ ବର୍ତ୍ତମାନ ତ୍ରିଶା, ଚିରଞ୍ଜୀବୀ ଏବଂ ଖୁସବୁଙ୍କୁ ସେମାନଙ୍କ ବିବୃତ୍ତି ରଖିବାକୁ ଅନୁରୋଧ କରିଥିବାବେଳେ କୋର୍ଟ ଡିସେମ୍ବର ୨୨ରେ ଏହି ମାମଲାର ଆଗାମୀ ଶୁଣାଣି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.