ସ୍ତ୍ରୀକୁ ଛାଡପତ୍ର ଦେଇ ବନ୍ଧୁକୁ ବରମାଳା ପିନ୍ଧାଇଲା ଯୁବକ, ପରିବାର ବି ରାଜି

author img

By ETV Bharat Odisha Team

Published : Feb 9, 2024, 7:36 PM IST

Same Sex Marriage

Same Sex Marriage: ପଶ୍ଚିବମଙ୍ଗରେ ଚର୍ଚ୍ଚାରେ ସମଲିଙ୍ଗୀ ବିବାହ । ସ୍ତ୍ରୀକୁ ଛାଡ଼ପତ୍ର ଦେଇ ବନ୍ଧୁକୁ ବରଣ ମାଳା ପିନ୍ଧାଇଲେ ଯୁବକ । ଅଧିକ ପଢନ୍ତୁ

କୋଲକାତା: ଲୋକକଥା ଅଛି 'ପ୍ରେମ ମାନେନି ବନ୍ଧ ବାଡ଼' । ପଶ୍ଚିମବଙ୍ଗ ସୁରିରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠି ସମଲିଙ୍ଗୀ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଯୁବକ ଜଣକ ନିଜ ବନ୍ଧୁକୁ ପିନ୍ଧାଇଛନ୍ତି ବରଣ ମାଳା । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯୁବକଙ୍କ ପରିବାରର ମଧ୍ୟ ଏଥିରେ ସହମତି ରହିଛି । ଯୁବକଙ୍କ ପରିବାର ଓ ସମ୍ପର୍କୀୟ ସେମାନଙ୍କ ସମ୍ପର୍କକୁ ସମ୍ମାନ ଜଣାଇବା ସହ ଏନେଇ ବେଶ ଖୁସି ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସୁରି ଜିଲ୍ଲାର ବାସୁଦେବ ଚକ୍ରବର୍ତ୍ତୀ (୩୭) ସମାନ ଢଙ୍ଗରେ ନିଜର ବନ୍ଧୁକୁ ବିବାହ କରିଛନ୍ତି, ଯେପରି ସେ ନିଜ ପତ୍ନୀଙ୍କୁ ବିବାହ କରିଥିଲେ । ବାସୁଦେବ ନିଜ ବନ୍ଧୁ ଅମିତ ମଥାରେ ସିନ୍ଦୂର ପିନ୍ଧାଇବା ସହିତ ସାତ ଫେରା ନେଇଥିଲେ । ବାସୁଦେବ ଓ ଅମିତ ଉଭୟ ନିଜ ଘନିଷ୍ଠ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଉପସ୍ଥିତିରେ ପରସ୍ପରକୁ ନିଜ ଜୀବନ ସାଥୀ ଭାବେ ଚୟନ କରିଛନ୍ତି । ଏବେ ଦୁହିଁଙ୍କ ବିବାହ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଆଗାମୀ କିଛି ଦିନରେ ଉଭୟ ନିଜ ବିୈବାହିକ ଜୀବନର ପ୍ରାରମ୍ଭକୁ ସେଲିବ୍ରେଟ କରିବା ଲାଗି ଏକ ଭବ୍ୟ ସମାରୋହର ଆୟୋଜନ କରିବେ ।

ଏହା ବି ପଢନ୍ତୁ- Same-sex marriage: ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା, ସଂସଦ ଉପରେ ନିଷ୍ପତ୍ତି ଛାଡିଲେ

ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟ ଆଇନଗତ ମାନ୍ୟତା ପ୍ରଦାନ କରିନଥିଲେ ମଧ୍ୟ ଏହା ବାସୁଦେବଙ୍କ ପରିବାରକୁ ପ୍ରଭାବିତ କରିନଥିଲା । ସମସ୍ତେ ଉଭୟଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ । ବାସୁଦେବଙ୍କ ପରିବାରର ଜଣେ ବ୍ୟକ୍ତି କହିଛନ୍ତି, "ମୁଁ ଦେଖିପାରୁଛି ଯେ ଆଖପାଖ ସମସ୍ତେ ଖୁସି ଅଛନ୍ତି । ପ୍ରତିଟି ବ୍ୟକ୍ତି ଏମାନଙ୍କ ସମ୍ପର୍କ ବିଷୟରେ ପଚରାଉଚରା କରୁଛନ୍ତି । ମୋ ସାଙ୍ଗମାନେ ମଧ୍ୟ ବେଶ ଖୁସି ଅଛନ୍ତି ।" ସୁରିର କାରିଧ୍ୟା ନିକଟରେ ରହୁଥିବା ବାସୁଦେବ ଗତ ୧ ବର୍ଷ ପୂର୍ବରୁ ବିବାହ କରିଥିଲେ । ହେଲେ ପତ୍ନୀଙ୍କ ସହିତ ନିୟମିତ ଭାବେ ଝଗଡ଼ା ଲାଗିବା ପରେ ସେ ଏହି ବିବାହକୁ ସମାପ୍ତ କରିବାକୁ ଚାହୁଁଥିଲେ । ଏହାପରେ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ନିଜ ବନ୍ଧୁଙ୍କ ହାତ ଧରିଥିଲେ ।

ଏହା ବି ପଢନ୍ତୁ- Same Sex Marriage: ଅଟକାଇ ପାରିଲାନି ସମାଜର ଶିକୁଳି, ବିବାହ ବନ୍ଧନରେ ବାନ୍ଧି ହେଲେ ସମଲିଙ୍ଗୀ

ସୂଚନା ଥାଉ କି ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିନାହାନ୍ତି ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତିକୁ ସଂସଦ ଉପରେ ଛଡାଯାଇଛି । ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ । ହେଲେ ଜୀବନସାଥୀ ବାଛିବା ଜୀବନରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ଦେଶରେ ସମଲିଙ୍ଗୀ ସମ୍ପର୍କରେ ଗ୍ରହଣୀୟତା ବଢିଛି ନିଶ୍ଚିତ, ମାତ୍ର ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ନିଷ୍ପତ୍ତି ନେବ । କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀ ବିଷୟରେ ଲୋକଙ୍କୁ ବୁଝାଇବେ ବୋଲି ଏ ନେଇ ଦାଏର ହୋଇଥିବା ଏକ ମାମଲାର ଶୁଣାଣି କରି ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ୨୦୨୩ ଅକ୍ଟୋବରରେ ଏହି ଐତିହାସିକ ରାୟ ଶୁଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.