ETV Bharat / bharat

ଖେଳ ପଡ଼ିଆରେ ଛପିଥିଲା ଯମ, ବୋଲିଂ କରୁ କରୁ ଟଳିପଡ଼ିଲେ ଯୁବକ

author img

By ETV Bharat Odisha Team

Published : Jan 27, 2024, 10:13 PM IST

Youth Dies of Heart Attack while playing Cricket: କ୍ରିକେଟ ଖେଳୁଥିବା ବେଳେ ହେଲା ହୃଦଘାତ । ଖେଳ ପଡ଼ିଆରେ ଟଳି ପଡ଼ିଲେ ଯୁବକ । ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢ଼ନ୍ତୁ

ବୋଲିଂ କରୁ କରୁ ଟଳିପଡ଼ିଲେ ଯୁବକ
ବୋଲିଂ କରୁ କରୁ ଟଳିପଡ଼ିଲେ ଯୁବକ

ଲକ୍ଷ୍ନୌ: ଆଜିକାଲି ହଠାତ ହୃଦଘାତରେ ମୃତ୍ୟୁ ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । କେଉଁଠାରେ କିଏ ନାଚୁଥିବାବେଳେ ହୃଦଘାତରେ ପ୍ରାଣ ଛାଡ଼ିଯାଉଛି ତ କିଏ ଖେଳୁଥିବାବେଳେ ଚାଲିଯାଉଛି ଜୀବନ । ଏହିଭଳି ଆଉ ଏକ ଘଟଣା ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଘଟିଛି । ଏହି ଜିଲ୍ଲାରେ ଚାଲିଥିବା ଏକ କ୍ରିକେଟ୍‌ ମ୍ୟାଚ୍‌ରେ ଜଣେ ଯୁବକ ବୋଲିଂ କରୁଥିବା ବେଳେ ହଠାତ ହୃଦଘାତର ଶିକାର ହୋଇଥିଲେ । ସାଥି ଖେଳାଳି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।

ବୋଲିଂ କରୁଥିଲେ, ଟଳି ପଡ଼ିଲେ: ମୃତ ଯୁବକ ହେଉଛନ୍ତି ମୋହଲ୍ଲା ବିବେକ ବିହାରର ବାସିନ୍ଦା କୁଲଦୀପ ବର୍ମା । ୨୮ ବର୍ଷୀୟ କୁଲଦୀପ ଠାକୁରଦ୍ବାର ବଜାରରେ ଅଳଙ୍କାର କାରିଗର ଥିଲେ । କୁଲଦୀପ ଶନିବାର ସକାଳେ ନିଜ ସାଙ୍ଗ ମାନଙ୍କ ସହ ବିବି ପିଜି କଲେଜ୍‌ରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍‌ ଖେଳୁଥିଲେ । ତାଙ୍କ ସହ ମ୍ୟାଚ୍‌ ଖେଳୁଥିବା ଅନ୍ୟତମ ଖେଳାଳି ଅକ୍ଷୟ ବର୍ମାଙ୍କ କହିବା ମୁତାବକ, କୁଲଦୀପ ବୋଲିଂ କରୁଥିଲେ । ଏତିକି ବେଳେ ସେ ହଠାତ ତଳେ ପଡ଼ିଯାଇଥିଲେ । ସାଥି ଖେଳାଳି ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର କୁଲଦୀପଙ୍କୁ ମୃତ ଘୋଷଣା କରିଥିଲେ । ହଠାତ ହୃଦଘାତ ଘଟିବାରୁ ଘଟଣାସ୍ଥଳରେ ହିଂ କୁଲଦୀପଙ୍କ ମୃତ୍ୟୁ ଘଟିଥିବା ମ୍ୟାଚ୍‌ରେ ଜଡ଼ିତ ସାଥି ଖେଳାଳିମାନେ ଅନୁମାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଏମିତି ବି ଆସେ ମୃତ୍ୟୁ; କ୍ଲାସ କରୁଥିବା ବେଳେ ଟଳିପଡିଲେ ଛାତ୍ର

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା: ମ୍ୟାଚ୍‌ ଖେଳିବାକୁ ସାଙ୍ଗ ମାନଙ୍କ ସହ ଘରୁ ବାହାରିଥିବା ଯୁବକଙ୍କ ମୃତଦେହ ଘରକୁ ଫେରିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୁଲଦୀପଙ୍କୁ ଦେଖିବା ପାଇଁ ଘରେ ମଧ୍ୟ ଲୋକଙ୍କର ଭିଡ଼ ଜମିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁଲଦୀପ ତାଙ୍କ ପରିବାରର ଏକମାତ୍ର ପୁଅ ଥିଲେ । କିଛିବର୍ଷ ପୂର୍ବରୁ ତାଙ୍କର ବିବାହ ମଧ୍ୟ ହୋଇଥିଲା । ପରିବାରରେ ତାଙ୍କର ବାପା, ମାଆ, ଭଉଣୀଙ୍କ ସମେତ ପତ୍ନୀ ଓ ଦେଢ଼ ବର୍ଷର ଏକ କୁନି ଝିଅ ରହିଛି । ପରିବାରର ଏକମାତ୍ର ସାହାରା କୁଲଦୀପଙ୍କ ମୃତ୍ୟୁ ପରେ ସମସ୍ତେ ବେସାହାରା ହୋଇପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶୀତଦିନେ ବଢୁଛି ହୃଦଘାତ ମାମଲା; ଶୁଣନ୍ତୁ କ’ଣ କହୁଛନ୍ତି ହୃଦରୋଗ ବିଶେଷଜ୍ଞ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.