ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

author img

By ETV Bharat Odisha Team

Published : Mar 3, 2024, 6:58 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣ ସହ ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Weekly Horoscope
Weekly Horoscope

ମେଷ: ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଶୁଭ ହେବ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାରର ସଦସ୍ୟମାନେ ମିଳିମିଶି କାମ କରିବେ । ବିବାହିତ ଲୋକମାନେ ସେମାନଙ୍କ ଜୀବନସାଥିଙ୍କ ସହିତ ଖୁସି ଥିବା ଦେଖାଯିବେ । କିନ୍ତୁ କିଛି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ । ପିତୃପୁରୁଷଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ହେବ । ଏହି ସମୟରେ ଆପଣ ଏକ ବଜେଟ ପ୍ରସ୍ତୁତ କରିବେ ଏବଂ ନିଜର ସମସ୍ତ ଖର୍ଚ୍ଚଗୁଡିକୁ ପରିଚାଳନା କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଶୁଭ ଅଟେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ବିଦେଶରୁ ଶିକ୍ଷା ଲାଭ କରିବା ପାଇଁ ମଧ୍ୟ ସୁଯୋଗ ପାଇବେ । ଆପଣ ପିଲାମାନଙ୍କ ସହିତ କିଛି ସମୟ ଅତିବାହିତ କରିବେ । ମାଆଙ୍କର ପାଦ ସ୍ପର୍ଶ କରନ୍ତୁ ଏବଂ ଆଶୀର୍ବାଦ ଭିକ୍ଷା କରନ୍ତୁ । ନିଜର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ନିଜର ଦୈନିକ କାର୍ଯ୍ୟ ନିର୍ଘଣ୍ଟରେ ଯୋଗ, ସକାଳୁ ଚାଲିବା ଏବଂ ଧ୍ୟାନକୁ ସାମିଲ କରିବେ ।

ବୃଷ: ମେଷ ରାଶିର ଲୋକଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହଟି ସେମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଗୃହସ୍ଥ ଜୀବନରେ କିଛି ଅଶାନ୍ତି ଦେଖାଦେବ କିନ୍ତୁ ଆପଣ ଏହାକୁ ନିଜର ଜ୍ଞାନ ବଳରେ ସମାଧାନ କରିବାରେ ସକ୍ଷମ ହେବେ । ଯଦି ଆପଣ ଜାଗାବାଡି ବାବଦରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହା ଭଲ ସମୟ ଅଟେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ, ସେମାନେ ପୁରୁଣା ଚାକିରିରେ କାମ ଜାରି ରଖିବା ବହୁତ ଭଲ ହେବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରେ ନୂତନ ଯୋଜନାଗୁଡିକୁ ପ୍ରୟୋଗ କରି ତାହାକୁ ଆଗକୁ ନେବାରେ ସଫଳ ହେବେ । ସ୍ଵାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେବ । କୌଣସି ସମସ୍ୟା ଦେଖାଦେବା କ୍ଷେତ୍ରରେ ଯଦି ଆପଣ ଜଣେ ଭଲ ଡାକ୍ତରଙ୍କ ସହ ପରାମର୍ଶ କରନ୍ତି, ତେବେ ଭଲ ହେବ । ଖର୍ଚ୍ଚ ବୃଦ୍ଧି ପାଇବ । ଆପଣ ଭ୍ରମଣ କରିବା ବାବଦରେ ମଧ୍ୟ ଖର୍ଚ୍ଚ କରିବେ । ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଏକ ତୀର୍ଥ ସ୍ଥାନକୁ ବୁଲି ଯିବା ପାଇଁ ସମସ୍ତ ପରିବାର ସଦସ୍ୟ ଏକତ୍ର ହୋଇ ଯୋଜନା କରିବେ ।

ମିଥୁନ: ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆପଣ ନିଜର ଗୃହସ୍ଥ ଜୀବନକୁ ପୂର୍ଣ୍ଣ ରୂପେ ଉପଭୋଗ କରିବେ । ପରିବାର ଲୋକଙ୍କ ଠାରୁ ସହାୟତା ପାଇବେ । କୌଣସି ଏକ ସ୍ଥାନକୁ ପରିବାର ସହିତ ବୁଲିଯିବା ପାଇଁ ଆପଣ ଯୋଜନା କରିବେ । ନିଜ ମନର ଶାନ୍ତି ପାଇଁ ଆପଣ ଧାର୍ମିକ କାର୍ଯ୍ୟରେ ମଧ୍ୟ କିଛି ସମୟ ଅତିବାହିତ କରିବେ । ଘରେ ଶୁଭ କାର୍ଯ୍ୟ ଆୟୋଜନ ହେବ । ପରିବାରର ପ୍ରତ୍ୟେକ ଲୋକ କଠିନ ପରିଶ୍ରମ କରିବେ । ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଆପଣ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ବହୁତ ସୁଧାର ଆସିବ । ଚାକିରିରେ ଆପଣଙ୍କର ପଦୋନ୍ନତି ହେବ । ଆପଣଙ୍କ ପ୍ରେମ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ଆପଣ ନିଜର ପ୍ରେମୀ/ପ୍ରେମିକାଙ୍କୁ ଗୋଟିଏ ଉପହାର ଦେବାର ସମ୍ଭାବନା ଅଛି କିମ୍ବା ଗୋଟିଏ ରୋମାଞ୍ଚକର ରାତ୍ରିଭୋଜନ ମଧ୍ୟ କରିପାରନ୍ତି ।

କର୍କଟ: କର୍କଟ ରାଶିର ଲୋକମାନେ ଏହି ସପ୍ତାହରେ ଅତ୍ୟନ୍ତ ଖୁସିରେ କାଟିବେ । ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ବିରାଜମାନ କରିବ। ଏହି ସମୟରେ ଆପଣ ନିଜର ଜୀବନସାଥୀଙ୍କ ଗୁରୁତ୍ଵକୁ ଅନୁଭବ କରିବେ ଏବଂ ତାଙ୍କ ସୁଖ ବିଷୟରେ ଯତ୍ନବାନ ହେବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ସେମାନଙ୍କ ପ୍ରେମୀ/ପ୍ରେମିକାଙ୍କୁ ଭେଟିବାରେ ସକ୍ଷମ ହେବା ସହିତ ସେମାନଙ୍କର ମନ କଥା କହିବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଯଦି ଆପଣ କୌଣସି ପ୍ରତିଯୋଗିତାରେ ଭାଗ ନେଉ ଥାଆନ୍ତି, ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ । ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଚାକିରି ପରିବର୍ତ୍ତନ ବିଷୟକୁ ନେଇ ଆପଣ ଦ୍ଵନ୍ଦ୍ଵରେ ରହିବେ । ବ୍ୟବସାୟରେ ବୃଦ୍ଧି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଭଳି ଭଲ ରହିବ । ନିଜକୁ ସତେଜ ରଖିବା ପାଇଁ, ଆପଣଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟରେ ସକାଳୁ ଚାଲିବା ଓ ଯୋଗକୁ ସାମିଲ କରନ୍ତୁ । ଜାଗାବାଡିରୁ ଆର୍ଥିକ ଲାଭ ହେବ । ଆପଣ କିଛି ଜାଗାରେ ଅର୍ଥ ବିନିଯୋଗ କରିବେ, ଯେଉଁଥିରୁ ଆପଣ ଭବିଷ୍ୟତରେ ଲାଭ ପାଇବେ ।

ସିଂହ: ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖୀ ରହିବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ସେମାନଙ୍କ ପ୍ରେମୀ/ପ୍ରେମିକଙ୍କର ସହଯୋଗ ପାଇବେ । ଅବିବାହିତ ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ କିନ୍ତୁ ଯେଉଁ ସାଙ୍ଗମାନଙ୍କ ପାଇଁ ଆପଣଙ୍କର ସମୟ ନଷ୍ଟ ହେଉଛି, ସେମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ଚାକିରି କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରି ପଛରେ ଗୋଡାଇବା ଉଚିତ ନୁହେଁ, ଯଦି ସେମାନେ ପୁରୁଣା ଚାକିରିରେ କାମ ଜାରି ରଖନ୍ତି, ତେବେ ତାହା ବହୁତ ଭଲ ହେବ । ଆପଣ ଏଥିରେ ଅନେକ ଗୁଡିଏ ସୁଯୋଗ ପାଇବେ । ବ୍ୟବସାୟରେ ଆପଣ ବଡ ବଡ ଲୋକମାନଙ୍କୁ ଭେଟିବାର ଗୋଟିଏ ସୁଯୋଗ ପାଇବେ । ଯଦି ଆପଣ ନିଜ ସ୍ଵାସ୍ଥ୍ୟରେ କିଛି ପରିବର୍ତ୍ତନ କରନ୍ତି, ତେବେ ଉନ୍ନତି ପରିଲିଖିତ ହେବ । ଆପଣଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଆପଣ ଜମିରେ ବିନିଯୋଗ କରିବାର ସମ୍ଭାବନା ଅଛି । ଯଦି ଆପଣ ଗୋଟିଏ ନୂଆ ଗାଡି କିଣିବାକୁ ଚାହାଁନ୍ତି, ତେବେ ଆପଣ କିଣି ପାରନ୍ତି କିନ୍ତୁ ଆପଣ ଖର୍ଚ୍ଚଗୁଡିକୁ ଆଖିରେ ରଖି ଯଦି ସମସ୍ତ କାମ କରନ୍ତି, ତେବେ ବହୁତ ଭଲ ହେବ ।

କନ୍ୟା: କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ବହୁତ ଶୁଭ ଅଟେ । ଆପଣ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଆପଣ ନିଜର ପରିବାର ସଦସ୍ୟମାନଙ୍କ ଠାରୁ ବହୁତ କିଛି ଶିଖିବେ, ଯାହା ଭବିଷ୍ୟତରେ ଆପଣଙ୍କର କାମରେ ଆସିବ । ଆର୍ଥିକ ପରିସ୍ଥିତି ପୂର୍ବ ଭଳି ଦୃଢ ରହିବ । ଏହା ସହିତ ଖର୍ଚ୍ଚ ମଧ୍ୟ ବହୁତ ଅଧିକ ହେବ । ଆପଣ ନିଜର ଜୀବନସାଥିଙ୍କ ସହିତ ଏକ ରୋମାଞ୍ଚକର ରାତ୍ରିଭୋଜନ କରିବେ । ଅବିବାହିତ ବ୍ୟକ୍ତିମାନେ ସେମାନଙ୍କ ମନ ପସନ୍ଦର ଜୀବନସାଥୀ ପାଇବାର ସମ୍ଭାବନା ଅଛି । ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ । ଘର ସାଜସଜ୍ଜା ପାଇଁ ମଧ୍ୟ କିଛି କିଣାକିଣି କରିବେ । ବ୍ୟବସାୟକୁ ଆଗକୁ ନେବା ପାଇଁ ଆପଣ କିଛି ସାଧୁ ଲୋକଙ୍କର ସାହାଯ୍ୟ ନେବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମ ଫଳବତୀ ହେବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ । ଚାକିରି କରୁଥିବା ଲୋକମାନେ, ସେମାନଙ୍କୁ ଦିଆଯାଇଥିବା କାମଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ କଠିନ ପରିଶ୍ରମ କରିବେ । ଅଧିକାରୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାର ସହିତ କିଛି ତୀର୍ଥ ସ୍ଥାନକୁ ଯିବା ପାଇଁ ଯୋଜନା କରିବେ, ଯେଉଁଠାରେ ସମସ୍ତେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆପଣ ଜାଗାବାଡିରେ ଅର୍ଥ ବିନିଯୋଗ କରିବାର ସମ୍ଭାବନା ଅଛି ।

ତୁଳା: ତୁଳା ରାଶିର ଲୋକମାନେ ଏହି ସପ୍ତାହରେ ବିଶେଷ କିଛି ଲାଭ ପାଇବେ ନାହିଁ । ପରିବାରରେ କିଛି କନ୍ଦଳ ଦେଖାଦେବ । କିଛି କଥାକୁ ନେଇ ଜୀବନସାଥିଙ୍କ ସହିତ ଯୁକ୍ତି ତର୍କ ହେବାର ସମ୍ଭାବନା ଅଛି । କଥାରେ ରୁକ୍ଷତା କାରଣରୁ ପ୍ରେମ ଜୀବନରେ ମଧ୍ୟ କନ୍ଦଳ ଦେଖାଦେବ । ନିଜ ସ୍ଵାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଆପଣଙ୍କୁ ନିଜର ଦୈନିକ କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବାକୁ ହେବ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣ ବିଦେଶ ଯିବା ପାଇଁ ଗୋଟିଏ ସୁଯୋଗ ପାଇବେ ଏବଂ ଶିକ୍ଷାଲାଭ କରିବେ । ଆପଣଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ପ୍ରତ୍ୟେକ ଲୋକଙ୍କ ଟଙ୍କା ଫେରସ୍ତ କରିବାରେ ଆପଣ ସଫଳ ହେବେ । ବନ୍ଧୁମାନଙ୍କ ମାଧ୍ୟମରେ ଆପଣ ଆୟର ସୁଯୋଗଗୁଡିଏ ପାଇବେ । ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣ କରୁଥିବା ଉଦ୍ୟମଗୁଡିକ ସଫଳ ହେବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସୁଯୋଗଗୁଡିଏ ଆସିବ । ଏହି ସପ୍ତାହରେ ଆପଣ ଜାଗା ବାବଦରେ ନିବେଶ କରିବାର ସମ୍ଭାବନା ଅଛି । ଯଦି ଆପଣ ଗୋଟିଏ ଘର କିମ୍ବା ଜାଗା କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣ ସେଥିରେ ମଧ୍ୟ ସଫଳତା ପାଇବେ ।

ବିଛା: ବିଛା ରାଶିର ଲୋକମାନେ ବହୁ ଦିନରୁ କରିବାକୁ ଚାହୁଁଥିବା ନିଜ ପସନ୍ଦର କାର୍ଯ୍ୟକୁ ସେମାନେ ଏହି ସପ୍ତାହରେ ସଂପୂର୍ଣ୍ଣ କରିବେ । ଆପଣ ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ବନ୍ଧୁମାନଙ୍କ ସହିତ କୌଣସି ଏକ ସ୍ଥାନକୁ ବୁଲି ଯିବା ପାଇଁ ମଧ୍ୟ ଆପଣ ଯୋଜନା କରିବେ, ଯେଉଁଥିରେ ବହୁତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଆପଣଙ୍କ ଚାକିରିରେ ପଦୋନ୍ନତି ହେବ । ଆପଣ ନିଜର ବ୍ୟବସାୟକୁ ଆଗକୁ ନେବାରେ ମଧ୍ୟ ସଫଳ ହେବେ । ଅବିବାହିତ ଲୋକମାନଙ୍କ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ହେବାର ସମ୍ଭାବନା ଅଛି । ଘରେ ପୂଜା ଓ ପାଠର ଆୟୋଜନ ହେବ । ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ କଥାରେ ମଧୁରତା ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଗୃହସ୍ଥ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେବ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଆୟରେ ବୃଦ୍ଧି ହେବା ଜାରି ରହିବ ଏବଂ ସେହି ଅନୁସାରେ ଯଥେଷ୍ଟ ଖର୍ଚ୍ଚ ମଧ୍ୟ ହେବ । ଆପଣ ନିଜ ପାଇଁ ଏବଂ ନିଜର ପରିବାର ପାଇଁ କିଛି କିଣାକିଣି କରିବେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଶିକ୍ଷା ପ୍ରାପ୍ତ କରିବା ପାଇଁ ଜଣେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାର ସମ୍ଭାବନା ଅଛି ।

ଧନୁ: ଧନୁ ରାଶିର ଲୋକମାନେ ଏହି ସପ୍ତାହରେ କିଛି ଜରୁରୀ କାମ କରିବେ, ଯାହାକୁ ସେମାନେ ବହୁ ଦିନରୁ କରିବା ପାଇଁ ସକ୍ଷମ ହେଉ ନଥିଲେ । ଆପଣ ନିଜର ଜୀବନସାଥୀଙ୍କ ସହିତ ପ୍ରେମର କିଛି ମୂହୁର୍ତ୍ତ ଅତିବାହିତ କରିବେ ଏବଂ କିଛି ନୂଆ କାମ ଆରମ୍ଭ କରିବେ, ଯେଉଁଥିରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସଂପୂର୍ଣ୍ଣ ରୂପେ ସାହାଯ୍ୟ କରିବେ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲ ହେବ । ସ୍ଵାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ପରିଲ୍ଲଖିତ ହେବ । ଶିକ୍ଷା କ୍ଷେତ୍ରରେ କେବଳ କଠିନ ପରିଶ୍ରମ ଦ୍ଵାରା ହିଁ ସଫଳତା ହାସଲ କରିହେବ । ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଚାକିରି କରୁଥିବା ବ୍ୟକ୍ତି ଅଧିକାରୀମାନଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ଆପଣ ଜମି ବାବଦରେ ନିବେଶ କରିବାର ସମ୍ଭାବନା ଅଛି । ଯଦି ଆପଣ ପୂର୍ବରୁ କୌଣସି ନିବେଶ କରିଥାଆନ୍ତି, ତେବେ ଆପଣ ସେଥିରୁ ମଧ୍ୟ ସଂପୂର୍ଣ୍ଣ ଲାଭ ପାଇବେ । ଆପଣ ନୂଆ ଗାଡି କିଣିବାର ସୁଖ ମଧ୍ୟ ପାଇବେ । ଭାଇ ଓ ଭଉଣୀମାନଙ୍କ ଶିକ୍ଷା ପାଇଁ ଅର୍ଥ ବିନିଯୋଗ କରିବେ । ସେଯାର୍ ବଜାରରେ ନିବେଶ କରନ୍ତୁ ନାହିଁ । ଆପଣ ନିଜର ସମସ୍ତ କାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିବାରେ ସଫଳ ହେବେ । ଆପଣ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣ ନିଜ ମା’ଙ୍କର ସଂଗତି ଲାଭ କରିବେ ।

ମକର: ଏହି ସପ୍ତାହରେ ଆପଣଙ୍କୁ ନିଜ ସମ୍ପର୍କଗୁଡିକର ବହୁତ ଯତ୍ନ ନେବାକୁ ପଡିବ । ଜଣେ ବାହାର ଲୋକଙ୍କର ହସ୍ତକ୍ଷେପ କାରଣରୁ କନ୍ଦଳ ସୃଷ୍ଟି ହୋଇପାରେ । ପରିବାର ସହିତ ସମୟ କଟାନ୍ତୁ, କୌଣସି ଏକ ସ୍ଥାନକୁ ବୁଲିଯିବା ପାଇଁ ଯୋଜନା କରନ୍ତୁ । ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଦୈନିକ ଆୟ ବୃଦ୍ଧି ପାଇବ । ଶିକ୍ଷା ଲାଭ କ୍ଷେତ୍ରରେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବାହାଘର ପାଇଁ ଆସୁଥିବା ବିଘ୍ନଗୁଡ଼ିକର ଅନ୍ତ ହେବ । ଘରେ ମାଙ୍ଗଳିକ କାର୍ଯ୍ୟଗୁଡିକର ଆୟୋଜନ ହେବ । ସମସ୍ତେ ଏକତ୍ର କିଣାକିଣି କରିବା ପାଇଁ ଯିବେ । ଜଣେ ନୂତନ ଅତିଥିଙ୍କର ଆଗମନ କାରଣରୁ ପରିବାରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ । ବର୍ତ୍ତମାନ ସମୟରେ ଆପଣଙ୍କର ବନ୍ଧୁମାନେ ଆର୍ଥିକ ସାହାଯ୍ୟ ମଧ୍ୟ କରିବେ । ନିବେଶ କରିବା ପାଇଁ ଜଣେ ଭଲ ପରାମର୍ଶଦାତାଙ୍କର ସାହାଯ୍ୟ ନିଅନ୍ତୁ । ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ଗୋଟିଏ ନୂଆ ଚାକିରିର ଅଫର୍ ମଧ୍ୟ ଆସିବ । ନିଜର ବ୍ୟବସାୟକୁ ଆଗକୁ ନେବା ପାଇଁ ଆପଣଙ୍କ ଭାଇ ଆପଣଙ୍କୁ ସାହାଯ୍ୟ କରିବେ ।

କୁମ୍ଭ: କୁମ୍ଭ ରାଶିର ଲୋକମାନେ ଏହି ସପ୍ତାହରେ ଅତ୍ୟନ୍ତ ଶୁଭଫଳ ପାଇବେ । ଆପଣ ପରିବାର ସହିତ କିଛି ସମୟ ବିତାଇବେ ଏବଂ କିପରି ଅର୍ଥ ସଞ୍ଚୟ କରିବେ, ତାହା ଶିଖିବେ, ଯାହା ଭବିଷ୍ୟତରେ ବହୁତ କାମରେ ଆସିବ । ଶିକ୍ଷା କ୍ଷେତ୍ରରେ ଅନେକ ପରିଶ୍ରମ କରିବା ପରେ ଆପଣ ସଫଳତା ହାସଲ କରିବେ । ଆପଣ ସେହି ବନ୍ଧୁମାନଙ୍କ ଠାରୁ ଦୂରେଇ ରହିବା ଉଚିତ, ଯେଉଁମାନଙ୍କ ଦ୍ଵାରା ଆପଣଙ୍କର ସମୟ ନଷ୍ଟ ହେଉଥିବ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଦୃଢ ହେବ । ଆପଣ ଗୋଟିଏ ନୂଆ ଘର କିଣିବାର ସମ୍ଭାବନା ଅଛି । ଆପଣ ନୂଆ ଗାଡି କିଣିବାର ସୁଖ ମଧ୍ୟ ପାଇବେ । ବୈବାହିକ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲ ହେବ । ଅନ୍ୟ ଦେଶଗୁଡିକ ସହିତ ବ୍ୟବସାୟ କରିବାର ଏକ ସୁଯୋଗ ପାଇବେ । ଚାକିରିରେ ପଦୋନ୍ନତି ପାଇବା ପାଇଁ ସୁଯୋଗ ଗୁଡିଏ ଆସିବ । ପିଲାମାନଙ୍କର ଭବିଷ୍ୟତ ପାଇଁ ଅର୍ଥ ନିବେଶ କରିବେ । ଯଦି ଆପଣ ପୂର୍ବରୁ କୌଣସି ବିନିଯୋଗ କରିଥାଆନ୍ତି, ତେବେ ଆପଣ ସେଥିରୁ ମଧ୍ୟ ସଂପୂର୍ଣ୍ଣ ଲାଭ ପାଇବେ । ଅବିବାହିତମାନଙ୍କ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ହେବାର ସମ୍ଭାବନା ଅଛି ।

ମୀନ: ମୀନ ରାଶିର ଲୋକଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହ ଆପଣଙ୍କର ଭଲରେ କଟିବ । ଯେଉଁ କାରଣରୁ ଆପଣ ନିଜର ସମସ୍ତ ବଳକା କାମ ସଂପୂର୍ଣ୍ଣ କରିବେ । ପ୍ରେମିକ/ପ୍ରେମିକାଙ୍କ ନିକଟରେ ଆପଣ ନିଜର ମନର କଥା କହିବେ ଏବଂ ଏକତ୍ର କିଛି ସମୟ ଅତିବାହିତ କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ବଢୁଥିବା ଦୂରତା ହ୍ରାସ ପାଇବ । ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାହେବ । ଚାକିରୀ କ୍ଷେତ୍ରରେ ଆପଣଙ୍କର ଉଚ୍ଚ ଅଧିକାରୀମାନେ ଆପଣଙ୍କର କାମକୁ ପ୍ରଶଂସା କରିବେ । ଆପଣ ବ୍ୟବସାୟରେ ମଧ୍ୟ ସଫଳତା ପାଇବେ । ଅନ୍ୟ ଦେଶଗୁଡିକ ସହିତ ଆମଦାନୀ ଓ ରପ୍ତାନୀ କରିବା ପାଇଁ ମଧ୍ୟ ଗୋଟିଏ ସୁଯୋଗ ଆସିବ । ଆପଣ ବନ୍ଧୁମାନଙ୍କ ଠାରୁ ଗୋଟିଏ ଭଲ ଖବର ପାଇବେ । ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ସୁଧାର ଆସିବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେବା ସକାଶେ ଅନେକ ପରିଶ୍ରମ କରିବା ପଡିବ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ସେୟାର ବଜାରରେ ନିବେଶ କରିପାରନ୍ତି । ଆପଣଙ୍କ ଘରର ସାଜସଜ୍ଜା ପାଇଁ ଆପଣ କିଛି କିଣାକିଣି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.