ETV Bharat / bharat

ଶ୍ରୀଲଙ୍କା ନିକଟକୁ କିଭଳି ଗଲା କଚ୍ଚାତିବୁ ଦ୍ବୀପ, ସ୍ପଷ୍ଟିକରଣ ରଖିଲେ ଜୟଶଙ୍କର - Katchatheevu Issue

author img

By ETV Bharat Odisha Team

Published : Apr 1, 2024, 7:30 PM IST

Jaishankar slams Congress DMK on Katchatheevu issue: କଚ୍ଚାତିବୁ ଦ୍ବୀପକୁ ନେଇ ରବିବାର ପ୍ରଧାନମନ୍ତ୍ରୀଙ୍କ ପରେ ଆଜି ମୁହଁ ଖୋଲିଛନ୍ତି ଜୟଶଙ୍କର । କଂଗ୍ରେସ -ଡିଏମକେକୁ ଧୋଇଲେ । ଅଧିକ ପଢନ୍ତୁ

Katchatheevu issue
Katchatheevu issue

ନୂଆଦିଲ୍ଲୀ: କଚ୍ଚାତିବୁ ପ୍ରସଙ୍ଗକୁ ନେଇ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଶ୍ରୀଲଙ୍କାକୁ ଏହି ଦ୍ବୀପ ଦେବା ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି, "କଚ୍ଚାତିବୁ ସମସ୍ଯା ହଠାତ ଆସିନାହିଁ । ଏହା ଏକ ଜୀବନ ମୁଦ୍ଦା ଅଟେ । ସଂସଦରେ ଏହା ଉପରେ ବିତର୍କ ଜାରି ରହିଛି । " ଏହାସହ କଂଗ୍ରେସ ଏବଂ ଡିଏମକେକୁ ଧୋଇଛନ୍ତି ।

ସେ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ଡିଏମକେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯେମିତି ତାଙ୍କର କୌଣସି ଦାୟିତ୍ବ ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ଅନେକ ବାର ଚିଠି ଲେଖିଛନ୍ତି । ସେ କହିଛନ୍ତି ଏହା ହଠାତ ଆସିଥିବା ସମସ୍ୟା ନୁହେଁ । ଏହି ପ୍ରସଙ୍ଗରେ ମୁଁ ତାଙ୍କୁ 21 ଥର ଜବାବ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi Target Congress

ଏସ ଜୟଶଙ୍କରଙ୍କ ବୟାନ: କଚ୍ଚାତିବୁ ଦ୍ବୀପ ବିଷୟରେ ଆପଣମାନେ ହୁଏତ ସମ୍ପୁର୍ଣ୍ଣ ଭାବେ ଅବଗତ ନଥିବେ । ମୁଁ ଆପଣଙ୍କୁ କହିବି ଏହି ପ୍ରସଙ୍ଗ କାହିଁକି ଏବଂ କେବେ ପ୍ରାରମ୍ଭ ହେଲା । ଭାରତ ଏବଂ ଶ୍ରୀଲଙ୍କା 1974 ମସିହାରେ ଏକ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ । ମେରିଟାଇମ ସୀମା ଉପରେ ହୋଇଥିବା ଏହି ଚୁକ୍ତି ପାଇଁ କଚ୍ଚାତିବୁ ଶ୍ରୀଲଙ୍କା ପାଖକୁ ଚାଲିଯାଇଥିଲା । ଇନ୍ଦିରାଗାନ୍ଧୀ ଏହି ଦ୍ବୀପକୁ ଶ୍ରୀଲଙ୍କାକୁ ଦେଇଥିଲେ । ଏହା ଦ୍ବାରା ଭାରତୀୟ ମତ୍ସଜୀବୀଙ୍କ ପାଇଁ ବଡ କ୍ଷତି ହୋଇଛି । ଗତ 20 ବର୍ଷ ମଧ୍ୟରେ ଶ୍ରୀଲଙ୍କା 6 ହଜାର 184 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ତତ୍କାଳୀନ ପ୍ରଧାନମନ୍ତ୍ରୀମାନେ ଭାରତୀୟ କ୍ଷେତ୍ର ପ୍ରତି ଉଦାସୀନତା ଦେଖାଇଥିଲେ । "

ନେହେରୁ, ଇନ୍ଦିରାଙ୍କୁ ଟାର୍ଗେଟ: ତଥ୍ୟ ଅନୁସାରେ, 1961 ମସିହା ମେ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ବାରା ଏହି ଦ୍ବୀପର ପର୍ଯ୍ୟବେକ୍ଷଣ କରାଯାଇଥିଲା । ସେ ସେଥିରେ ଲେଖଥିଲେ, "ମୁଁ ଏହି ଛୋଟ ଦ୍ବୀପକୁ ଆଦୌ ଗୁରୁତ୍ବ ଦେଉ ନାହିଁ। ଜୟଶଙ୍କର ଏହାକୁ ନେଇ କହିଛନ୍ତି, ପଣ୍ଡିତ ନେହେରୁଙ୍କ ପାଇଁ ଏହା ଏକ ଛୋଟ ଦ୍ୱୀପ, ଏହାର କୌଣସି ଗୁରୁତ୍ୱ ନାହିଁ ଏବଂ ସେ ଏହାକୁ ଏକ ଉଦ୍ବେଗଜନକ ରୂପେ ଦେଖିଥିଲେ ।

କଂଗ୍ରେସ, ଡିଏମକେକୁ ଟାର୍ଗେଟ: ତାମିଲନାଡୁ ଉପକୂଳରେ ଭାରତ ମହାସାଗର ମଧ୍ୟରେ ଏହି କଚ୍ଚାତିବୁ ରହିଥିବାରୁ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଛି । ରବିବାର ପ୍ରଧାନମନ୍ତ୍ରୀ କଂଗ୍ରେସ ଶାସନରେ ହିଁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିବା କହି କଂଗ୍ରେସକୁ କଡା ସମାଲୋଚନା କରିଥିଲେ । ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, " ଆଜି ସମସ୍ତେ ସତ୍ୟ ଜାଣିଛନ୍ତି । ଏହା କିଏ କରିଛି ଏବି କିଏ ଘୋଡାଇ ରଖିଛି ତାହା ସମସ୍ତଙ୍କୁ ଜଣା । କେବଳ ଏତିକି ନୁହେଁ 1974 କଚ୍ଚାତିବୁ ଚୁକ୍ତି ପାଇଁ କିଏ ଦାୟୀ ଏବଂ 1976 ମସିହାରେ କିଭଳି ମତ୍ସଜୀବୀମାନଙ୍କର ଅଧିକାର ଉଲ୍ଲଂଘନ କରାଯାଇଥିଲା ତାହା ମଧ୍ୟ ସମସ୍ତେ ଜାଣନ୍ତି । ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯିବା ପାଇଁ ନରେନ୍ଦ୍ର ମୋଦି ସରକାର କାର୍ଯ୍ୟ କରି ଆସୁଛନ୍ତି । ଆମକୁ ଏହାର ସମାଧାନ ଖୋଜିବାକୁ ପଡିବ । ଆମକୁ ଶ୍ରୀଲଙ୍କା ସରକାରଙ୍କ ସହ ଆଲୋଚନା କରି ଆଲୋଚନା କରିବାକୁ ପଡ଼ିବ।"

ତାମିଲନାଡୁ ବିଜେପି ସଭାପତି କେ ଆନ୍ନାମଲାଇ ଆରଟିଆଇ ଅଧୀନରେ ଥିବା ନେହେରୁ ଯୁଗର ସରକାରୀ 'ଫାଇଲ ନୋଟିସ' ବିଷୟରେ ଉଲ୍ଲେଖ କରିଥିଲେ । ଦାବି କରି କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ, ପଣ୍ଡିତ ଜବାହାର ନେହେରୁ କଚ୍ଚାତିବୁ ଦ୍ବୀପକୁ ଶ୍ରୀଲଙ୍କାକୁ ଦେବା ପାଇଁ ଉଚ୍ଛୁକ ଥିଲେ । ଏହାକୁ ନେଇ ବିଜେପି ଏବି କଂଗ୍ରେସ ଏବଂ ବିଜେପି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.