ETV Bharat / bharat

ଦେଶରେ ଆରମ୍ଭ ହେବ ପିଏମ ସୂର୍ଯ୍ୟ ଯୋଜନା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

author img

By ETV Bharat Odisha Team

Published : Mar 1, 2024, 6:40 AM IST

Union Cabinet: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି । ଏଥିପାଇଁ ୭୫ ହଜାର ୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅଧିକ ପଢନ୍ତୁ

PM Surya Ghar Muft Bijli Yojana
PM Surya Ghar Muft Bijli Yojana PM Surya Ghar Muft Bijli Yojana

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି । ଯେଉଁଥିରେ ଛାତ ଉପରେ ସୌର ସେଲ ସ୍ଥାପନ ଏବଂ ଏକ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପାଇଁ ମୋଟ ୭୫ ହଜାର ୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୩ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ଯୋଜନାରେ ୨ କିଲୋୱାଟ ସିଷ୍ଟମ ପାଇଁ ସିଷ୍ଟମ ମୂଲ୍ୟର ୬୦% ଏବଂ ୨ ରୁ ୩ କିଲୋୱାଟ କ୍ଷମତା ବିଶିଷ୍ଟ ସିଷ୍ଟମ ପାଇଁ ଅତିରିକ୍ତ ସିଷ୍ଟମ ମୂଲ୍ୟର ୪୦% ସିଏଫଏ ପ୍ରଦାନ କରାଯାଇଥାଏ । ସିଏଫଏ ୩ କିଲୋୱାଟରେ ସୀମିତ ରହିବ । ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟରେ ଏହାର ଅର୍ଥ ହେଉଛି ୧ କିଲୋୱାଟ ସିଷ୍ଟମ ପାଇଁ ୩୦,୦୦୦ ଟଙ୍କା, ୨ କିଲୋୱାଟ ସିଷ୍ଟମ ପାଇଁ ୬୦,୦୦୦ ଟଙ୍କା ଏବଂ ୩ କିଲୋୱାଟ ସିଷ୍ଟମ ପାଇଁ ୭୮,୦୦୦ ଟଙ୍କା ସବସିଡି ସୁବିଧା ପ୍ରଦାନ କରାଯିବ । ଏହି ପରିବାର ଗୁଡ଼ିକ ନ୍ୟାସନାଲ ପୋର୍ଟାଲ ମାଧ୍ୟମରେ ସବସିଡି ପାଇଁ ଆବେଦନ କରିବେ । ନ୍ୟାସନାଲ ପୋର୍ଟାଲ ଉପଯୁକ୍ତ ସିଷ୍ଟମ ଆକାର, ବେନିଫିଟ କ୍ୟାଲକୁଲେଟର, ଭେଣ୍ଡର ରେଟିଂ ଇତ୍ୟାଦି ପ୍ରାସଙ୍ଗିକ ସୂଚନା ପ୍ରଦାନ କରି ପରିବାର ଗୁଡ଼ିକୁ ସେମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସହାୟତା କରିବ । ୩ କିଲୋୱାଟ ପର୍ଯ୍ୟନ୍ତ ଆବାସିକ ଆରଟିଏସ ସିଷ୍ଟମ ସ୍ଥାପନ ପାଇଁ ପରିବାର ଗୁଡ଼ିକ ବର୍ତ୍ତମାନ ପ୍ରାୟ ୭% ସୁଧରେ ଋଣ ଉତ୍ପାଦ ପାଇପାରିବେ ।

ଅଧିକ ପଢନ୍ତୁ- ବନ୍ୟା ପରିଚାଳନା ଓ ସୀମା ଅଞ୍ଚଳ କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଗ୍ରାମାଞ୍ଚଳରେ ଛାତ ଉପରେ ସୌର ଶକ୍ତିକୁ ଗ୍ରହଣ କରିବା ପାଇଁ ରୋଲ ମଡେଲ ଭାବରେ କାର୍ଯ୍ୟ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏକ ମଡେଲ ସୋଲାର ଭିଲେଜ ବିକଶିତ କରାଯିବ । ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ସେମାନଙ୍କ ଅଞ୍ଚଳରେ ଆରଟିଏସ ପ୍ରତିଷ୍ଠାନକୁ ପ୍ରୋତ୍ସାହିତ କରିବା ପାଇଁ ଇନସେନଟିଭ ଦ୍ବାରାରୁ ଉପକୃତ ହେବେ ।

ଏହି ଯୋଜନା ଜରିଆରେ ପରିବାର ଗୁଡ଼ିକ ବିଦ୍ୟୁତ ବିଲ ସଞ୍ଚୟ କରିବା ସହ ଅତିରିକ୍ତ ବିଦ୍ୟୁତ ଡିସ୍କୋମକୁ ବିକ୍ରି କରି ଅତିରିକ୍ତ ରୋଜଗାର କରିପାରିବେ । ୩ କିଲୋୱାଟ ବ୍ୟବସ୍ଥା ଦ୍ବାରା ଗୋଟିଏ ପରିବାର ପାଇଁ ମାସକୁ ହାରାହାରି ୩୦୦ ୟୁନିଟରୁ ଅଧିକ ଉତ୍ପାଦନ ହୋଇପାରିବ। ପ୍ରସ୍ତାବିତ ଯୋଜନା ଫଳରେ ଆବାସିକ କ୍ଷେତ୍ରରେ ରୁଫଟପ ସୋଲାର ମାଧ୍ୟମରେ ୩୦ ଗିଗାୱାଟ ସୌର କ୍ଷମତା ବୃଦ୍ଧି ପାଇବ, ୧୦୦୦ ବିୟୁ ବିଜୁଳି ଉତ୍ପାଦନ ହେବ । ୨୫ ବର୍ଷର ଜୀବନକାଳ ମଧ୍ୟରେ ୭୨୦ ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ । ଏହି ଯୋଜନା ଦ୍ବାରା ଉତ୍ପାଦନ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳା, ବିକ୍ରି, ଇନଷ୍ଟଲେସନ, ଓଆଣ୍ଡଏମ ଏବଂ ଅନ୍ୟାନ୍ୟ ସେବାକ୍ଷେତ୍ରରେ ପ୍ରାୟ ୧୭ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.