ETV Bharat / bharat

ଚାଷୀ ଆନ୍ଦୋଳନକୁ ଦକ୍ଷିଣରେ ସମର୍ଥନ, ତାମିଲନାଡୁରେ ରାସ୍ତାରେ ବସିଲେ ଚାଷୀ

author img

By ETV Bharat Odisha Team

Published : Feb 13, 2024, 5:37 PM IST

Tamil Nadu: ଉତ୍ତର ଭାରତର ଚାଷୀ ଆନ୍ଦୋଳନକୁ ଦକ୍ଷିଣ ଭାରତରେ ସମର୍ଥନ । ତାମିଲନାଡୁରେ ରାସ୍ତାରେ ବସିଲେ ଚାଷୀ । ମୋଦି ସରକାରକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ଚାଷୀ ଆନ୍ଦୋଳନକୁ ଦକ୍ଷିଣରେ ସମର୍ଥନ, ତାମିଲନାଡୁରେ ରାସ୍ତାରେ ବସିଲେ ଚାଷୀ
ଚାଷୀ ଆନ୍ଦୋଳନକୁ ଦକ୍ଷିଣରେ ସମର୍ଥନ, ତାମିଲନାଡୁରେ ରାସ୍ତାରେ ବସିଲେ ଚାଷୀ

ଚେନ୍ନାଇ: ଉତ୍ତର ଭାରତରେ ଦେଖାଯାଇଥିବା କୃଷକ ଆନ୍ଦୋଳନକୁ ଦକ୍ଷିଣ ଭାରତରେ ସମର୍ଥନ ମିଳିଛି । ତାମିଲନାଡୁର ତିରୁଚିରେ ସ୍ଥାନୀୟ କୃଷକଙ୍କ ଏକ ଗୋଷ୍ଠୀ ଉତ୍ତର ଭାରତ ମାର୍ଚ୍ଚକୁ ସମର୍ଥନ ଜଣାଇ ରାସ୍ତାରେ ପ୍ରତିବାଦ କରିଛନ୍ତି । ରାଜରାସ୍ତାରେ ସେମାନେ ପ୍ଲାକକାର୍ଡ ଧରି ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । କୃଷକମାନେ ରାଜଧାନୀ ଅଭିମୁଖେ ଆସୁଥିଲେ । ସେମାନଙ୍କୁ ରାସ୍ତାରେ ପୋଲିସ ବାଧା ଦେବା ଓ ବଳ ପ୍ରୟୋଗ କରିବାକୁ ସେମାନେ ନିନ୍ଦା କରିଛନ୍ତି ।

ଧାରଣାରେ ବସିଥିବା ଜଣେ କୃଷକ ନେତା କହିଛନ୍ତି, ଭାରତୀୟ ସମ୍ବିଧାନ ପ୍ରଦତ୍ତ କ୍ଷମତା ଅନୁସାେରେ, କୌଣସି ନାଗରିକ ଦେଶରେ ଯେକୌଣସି ସ୍ଥାନରେ ଅନାୟସରେ ଯାତ୍ରା କରିପାରିବ । କିନ୍ତୁ ଚାଷୀଙ୍କ କ୍ଷେତ୍ରରେ ଏହାର ବିପରୀତ ଘଟଣାକ୍ରମ ଦେଖିବାକୁ ମିଳିଛି । ପୋଲିସ ସେମାନଙ୍କୁ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିବାକୁ ବାଧା ଦେଇଛି । ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେମାନେ ଧାରଣାରେ ବସିଛନ୍ତି । ଯଦି କୃଷକଙ୍କ କ୍ଷେତ୍ରରେ ବିଜେପି ସରକାର ଏହି ଆଭିମୁଖ୍ୟ ଜାରି ରଖେ, ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ । 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଯଦି ତାମିଲନାଡୁରୁ ନିର୍ବାଚନ ଲଢନ୍ତି, ତାଙ୍କ ବିରୋଧରେ ଚାଷୀମାନେ ନାମାଙ୍କନ ଭରିବେ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ଅଭିମୁଖେ ଲକ୍ଷାଧିକ କୃଷକ: ଶମ୍ଭୁ ସୀମାରେ ବାରିକେଡ ଭାଙ୍ଗିଲେ, ପୋଲିସର ଟିଅର ଗ୍ୟାସ୍ ମାଡ଼

ସଧାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସରୁ କମ ସମୟ ଥିବା ବେଳେ ପୁଣି ଥରେ ବ୍ୟାପକ ଆନ୍ଦୋଳନ ଡାକରା ଦେଇଛନ୍ତି ଚାଷୀ । ସରକାର ପୂର୍ବରୁ ଦେଇଥିବା ପ୍ରତଶୃତି ଅନୁସାରେ, ଏମଏସପି ଆକ୍ଟ ଘୋଷଣା କରିନଥିବାରୁ ଆଜି ବିଭିନ୍ନ ଚାଷୀ ସଂଗଠନର ଲକ୍ଷାଧିକ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପଞ୍ଜାବ ହରିୟାଣା ସୀମୀରେ ପୋଲିସ ସେମାନଙ୍କୁ ରୋକିଛି । ପୋଲିସ ସହ ଚାଷୀଙ୍କ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ପୋଲିସ ବଳ ପ୍ରୟୋଗ କରି ଚାଷୀଙ୍କୁ ଘଉଡାଇଛି । ଲାଠିଚାର୍ଜ, ଲୁହବୁହା ଗ୍ୟାସ ସ୍ପ୍ରେ ସହ ପାଣି ମାଡରେ ବହୁ କୃଷକ ଆହତ । ଶତାଧିକ ସଂଖ୍ୟାରେ କୃଷକନେତାଙ୍କୁ ଅଟକ ରଖାଯାଇଥିବା ମଧ୍ୟ ସୂଚନା । ସରକାର ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରୟାସ କରୁଛନ୍ତି । ହେଲେ ସରକାରଙ୍କ ଉଦାସୀନତାକୁ ଦାୟୀ କରି ଏହି ଆନ୍ଦୋଳନ ବ୍ୟାପକ କରାଯିବା ନେଇ ଚାଷୀ ସଂଗଠନମାନେ କହିଛନ୍ତି । ବିରୋଧୀମାନେ ମଧ୍ୟ ଏହି ପ୍ରସଙ୍ଗରେ ମୋଦି ସରକାରକୁ ଘେରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.