ETV Bharat / bharat

ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଗ୍ୟାଙ୍ଗଷ୍ଟର ବିଷ୍ଣୌଇ ଗ୍ରୁପର ଆଉ ଜଣେ ସଦସ୍ୟ ଗିରଫ - Salman Khan House Firing Case

author img

By ETV Bharat Odisha Team

Published : May 14, 2024, 11:35 AM IST

Salman Khan House Firing Case: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ଆଉ ଏକ ସଫଳତା । ଷଷ୍ଠ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ,

ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଷଷ୍ଠ ଅଭିଯୁକ୍ତ ଗିରଫ
ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଷଷ୍ଠ ଅଭିଯୁକ୍ତ ଗିରଫ (ETV Bharat Odisha)

ହାଇଦ୍ରାବାଦ: ଗତ ମାସ ଏପ୍ରିଲରେ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା ସମଗ୍ର ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା । ଏହି ଘଟଣା ନେଇ ମୁମ୍ୱାଇ ପୋଲିସ ଯାଞ୍ଚ ଜାରି ରଖିଥିବା ବେଳ ବର୍ତ୍ତମାନ ପୋଲିସ ଏହି ମାମଲାରେ ଏକ ବଡ ସଫଳତା ହାସଲ କରିଛି । ମୁମ୍ବାଇ ପୋଲିସ ଷଷ୍ଠ ଅଭିଯୁକ୍ତକୁ ଗିରଫ କରିଛି ।

ଷଷ୍ଠ ଅଭିଯୁକ୍ତ ଗିରଫ

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ମାମଲାରେ ମୁମ୍ବାଇ ପୋଲିସ ହରିୟାଣାରୁ ଷଷ୍ଠ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ହରପାଲ ସିଂ। ପୋଲିସ ସୂତ୍ର ଅନୁସାରେ, ହରପାଲ ମହମ୍ମଦ ରଫିକ୍ ଚୌଧୁରୀଙ୍କୁ ଟଙ୍କା ଦେଇ ସଲମାନଙ୍କ ଉପରେ ନଜର ରଖିବାକୁ କହିଥିଲେ। ଏଥିପାଇଁ ହରପାଲ ମହମ୍ମଦକୁ ୨ରୁ ୩ ଲକ୍ଷ ଟଙ୍କା ଦେଇଥିବା ଜଣାପଡିଛି । କହିରଖୁଛୁ କି, ମହମ୍ମଦ ରଫିକ୍ ଚୌଧୁରୀ ଘଟଣାର ପଞ୍ଚମ ଅଭିଯୁକ୍ତ, ଯାହାଙ୍କୁ ପୋଲିସ କିଛି ଦିନ ପୂର୍ବରୁ ପୋଲିସ ଏହି ମାମଲାର ରାଜସ୍ଥାନରୁ ଗିରଫ କରିଥିଲା ।

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମୃତ

ସୂଚନା ଥାଉ କି, ବାନ୍ଦ୍ରାଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ ୧୪ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣା ଘଟିବାର ଦୁଇ ଦିନ ପରେ ଏପ୍ରିଲ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲକୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଏବଂ ଏପ୍ରିଲ ୨୫ରେ ପଞ୍ଜାବରୁ ସୁଭାଷ ଚନ୍ଦର ଓ ଅନୁଜ ଥାପନକୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏଥିମଧ୍ୟରୁ ଜଣେ ଅଭିଯୁକ୍ତ ଜୀବନ ହାରିଛି । ମେ ୧ ତାରିଖରେ ଅଭିଯୁକ୍ତ ଅନୁଜ ଥାପନଙ୍କ ମୃତ୍ୟୁ ହୋଇଛି। ସେ ପୋଲିସ ହେପାଜତରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ପଛରେ ଲରେନ୍ସ ବିଷ୍ଣୌଇ ଭାଇର ହାତ

ଏହି ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୁ ଏହି ଘଟଣା ପାଇଁ ଦାୟୀ ବୋଲି କହିଥିଲା । ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା । ସୂଚନାନୁସାରେ,ବିଷ୍ଣୌଇ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସୁଟର ପଠାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ବିଷ୍ଣୌଇର ପୋଷ୍ଟ ପାଇଁ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରାଯାଇଥିଲା । ଏହି ପୋଷ୍ଟର IP ଠିକଣା ପର୍ତ୍ତୁଗାଲର ବୋଲି ଜଣାପଡିଥିଲା । ଏଥିସହ ପୋଲିସ ଏହାପରେ କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ 2ଟି ପିସ୍ତଲ, କିଛି ମାଗାଜିନ ଓ ବୁଲେଟକୁ ଜବତ କରିଥିଲା । ଏବଂ ଏହା ମଧ୍ୟ କହିଥିଲା ଯେ, ଅଭିଯୁକ୍ତମାନେ ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ନୁହଁ ବରଂ ତାଙ୍କୁ ଡରାଇବାକୁ ଗୁଳିମାଡ଼ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କ ସୁରକ୍ଷା ବଢାଇବାକୁ ମୋଦିଙ୍କୁ ନିବେଦନ କଲେ ରାକ୍ଷୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.