ETV Bharat / bharat

ଅରୁଣ ଗୋଏଲଙ୍କ ଇସ୍ତଫା ପରେ ରାଜନୀତି, ବିରୋଧୀ କହିଲେ ସରକାରଙ୍କ ଚାପରେ ନିର୍ବାଚନ କମିଶନ

author img

By ETV Bharat Odisha Team

Published : Mar 10, 2024, 10:58 PM IST

Opposition parties target government: ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା ନେଇ ରାଜନୀତି । ବିରୋଧୀ କହିଲେ ସରକାରଙ୍କ ଚାପରେ ନିର୍ବାଚନ କମିଶନ ପରି ସାମ୍ବିଧାନିକ ସଂସ୍ଥା । ଅଧିକ ପଢନ୍ତୁ

ଅରୁଣ ଗୋଏଲଙ୍କ ଇସ୍ତାଫା ନେଇ ରାଜନୀତି, ବିରୋଧୀ କହିଲେ ସରକାରଙ୍କ ଚାପରେ ନିର୍ବାଚନ କମିଶନ
ଅରୁଣ ଗୋଏଲଙ୍କ ଇସ୍ତାଫା ନେଇ ରାଜନୀତି, ବିରୋଧୀ କହିଲେ ସରକାରଙ୍କ ଚାପରେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଦିନ ପୂର୍ବରୁ ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲଙ୍କ ଇସ୍ତଫାକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ସରକାରଙ୍କ ଚାପରୁ ନିର୍ବାଚନ ଆୟୋଗ ପରି ସାମ୍ବାଧାନିକ ସଂସ୍ଥା ମଧ୍ୟ ନୁହନ୍ତି । ଫଳରେ ନିର୍ବାଚନ ପୂର୍ବରୁ ଜଣେ ଆୟୁକ୍ତ ଇସ୍ତଫା ଦେଲେ ବୋଲି କହିଛନ୍ତି ବିରୋଧୀ ଦଳ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ସିଧାସଳଖ ମୋଦି ନେତୃତ୍ବାଧୀନ ବିଜେପି ସରକାରର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ଆୟୋଗ ପରି ସାମ୍ବିଧାନିକ ଅନୁଷ୍ଠାନ ଉପରେ କାହାର ଚାପ ରହିଛି ? ମୁଖ୍ୟ ନିର୍ବାଚନ କମିଶନର କିମ୍ବା ସରକାରଙ୍କ ସହ କୌଣସି ମତଭେଦ ହେତୁ ଅରୁଣ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ?

କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଯୋଗାଯୋଗ ବ୍ୟାପାର ମୁଖ୍ୟ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି, ଗୋଏଲ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି କି ? ସେ ତାଙ୍କ ଇସ୍ତଫାପତ୍ରରେ ସେପରି କିଛି ଉଲ୍ଲେଖ କରିଛନ୍ତି କି ? ନା ସେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ପରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, କାରଣ ସମ୍ପର୍କରେ ସ୍ପଷ୍ଟ ହେବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ :- 15 ସୁଦ୍ଧା 2 ନିର୍ବାଚନ କମିଶନରଙ୍କ ନିଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଖୁବଶୀଘ୍ର ବୈଠକ

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ସରକାରରେ ଏହା ନୂଆ ନୁହେଁ ବରଂ ପୂର୍ବରୁ ଅନେକ ଥର ଘଟିଛି । ସରକାରଙ୍କ ପକ୍ଷରୁ ଚାପ ପକାଯାଏ ଓ ଅଧିକାରୀମାନଙ୍କୁ ଚାକିରି ଛାଡିବାକୁ ବାଧ୍ୟ ହୋଇଥାନ୍ତି । ନିର୍ବାଚନ ଆୟୋଗ ପରି ସାମ୍ବିଧାନିକ ତଥା ସ୍ବାଧୀନ ସଂସ୍ଥା ଉପରେ ଚାପ ରହିଛି ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନ ସୂଚୀ ଘୋଷଣା ହେବାର କିଛି ଦିନ ପୂର୍ବରୁ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ଗତକାଲି (ଶନିବାର) ସନ୍ଧ୍ୟାରେ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର କାର୍ଯ୍ୟକାଳ 2027 ପର୍ଯ୍ୟନ୍ତ ଥିଲା । ଏବେ ଗୋଏଲଙ୍କ ଇସ୍ତଫା ପରେ ଦୁଇଟି ଆୟୁକ୍ତ ପଦବୀ ଖାଲି ପଡିଛି । କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କାର୍ଯ୍ୟରତ ଅଛନ୍ତି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.