ETV Bharat / bharat

ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା NCW, ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - Kangana Ranaut Supriya Shrinate

author img

By ETV Bharat Odisha Team

Published : Mar 26, 2024, 10:58 AM IST

NCW Demands Action Against Shrinate: କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନାତେଙ୍କ ପୋଷ୍ଟକୁ ନେଇ ଜୋର ଧରିଲା ବିବାଦ । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗକୁ ଚିଠି ଲେଖିଲା ଜାତୀୟ ମହିଳା କମିଶନ । ଅଧିକ ପଢନ୍ତୁ

Kangana Ranaut Supriya Shrinate
Kangana Ranaut Supriya Shrinate

ହାଇଦ୍ରାବାଦ: ନିର୍ବାଚନ ମଇଦାନରେ ପାଦ ଥାପିଛନ୍ତି ବିବାଦୀୟ ଓ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଅଭିନେତ୍ରୀ ରାଜନୀତିରେ କିଭଳି ଡେବ୍ୟୁ କରିବେ ସେନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ କଙ୍ଗନାଙ୍କ ବିରୋଧରେ ଏକ ଆପତ୍ତିଜନକ ପୋଷ୍ଟ କରି ଫସି ଯାଇଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନାତେ । ଗତକାଲି ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଆଜି ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସର୍ବଦଳୀୟ ସମାଲୋଚନା ପରେ ସୁପ୍ରିୟା ଆପତ୍ତିଜନକ ପୋଷ୍ଟକୁ ଡିଲିଟ କରିଥିଲେ ହେଁ ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଜାତୀୟ ମହିଳା କମିଶନ(NCW) ନିର୍ବାଚନ ଆୟୋଗକୁ ଏକ ଚିଠି ଲେଖି ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନସିଡ୍ଲୁ ଟ୍ବିଟ କରି କହିଛି, "ସୁପ୍ରିୟା ଶ୍ରୀନାତେ ଏବଂ ଏଚଏସ ଅହୀରର ଆପତ୍ତିଜନକ ଆଚରଣରେ ଏନସିଡବ୍ଲୁ ସ୍ତବ୍ଧ । ଏହିପରି ଆଚରଣ ଅସହିଷ୍ଣୁ ଏବଂ ମହିଳାଙ୍କ ସମ୍ମାନ ବିରୁଦ୍ଧରେ ଅଟେ । " ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ରେଖା ଶର୍ମା ECIକୁ ଏକ ଚିଠି ଲେଖି ତାଙ୍କ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା - Supriya Shrinate Controversy

କଣ ରହିଥିଲା ମାମଲା: କଂଗ୍ରେସର ବରିଷ୍ଠ ନେତ୍ରୀ ସୁପ୍ରିୟା ଶ୍ରୀନାତେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କଙ୍ଗନା ରାଣାଓ୍ବତଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ କରିଥିଲେ । ଅଶ୍ଳିଳ ଫଟୋ ସହିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହି ପୋଷ୍ଟକୁ ନେଇ କଙ୍ଗନାଙ୍କ ଅନେକ ପ୍ରଶଂସକ ଏହାକୁ ବିରୋଧ କରିଥିଲେ । ଏହାପରେ ସୋମବାର ସୁପ୍ରିୟାକୁ ଟାର୍ଗେଟ କରିଥିଲା ବିଜେପି । ସବୁ ଆଡୁ ବିରୋଧ ପ୍ରଦର୍ଶନ ହେବା ପରେ ଆକାଉଣ୍ଟରୁ ପୋଷ୍ଟକୁ ଡିଲିଟ କରାଯାଇଥିଲା ।

ଏନେଇ ସୁପ୍ରିୟା କହିଥିଲେ, " ମୁଁ ପୋଷ୍ଟ କରିନାହିଁ, ବରଂ ମୋର ମେଟା ଆକାଉଣ୍ଟର ଅପବ୍ୟବହାର କରି ଏପରି ପୋଷ୍ଟ କରାଯାଇଛି । ମୁଁ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ ଦିଏ ନାହିଁ । ଘଟଣା ସମ୍ପର୍କରେ ଜଣାପଡିବା ପରେ ମୁଁ ପୋଷ୍ଟକୁ ତୁରନ୍ତ ଡିଲିଟ କରିଛି । ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଜାଣିବାକୁ ପ୍ରୟାସ କରୁଛି ।"

କଙ୍ଗନାଙ୍କ ବୟାନ: ସୁପ୍ରିୟା ଶ୍ରୀନାତେଙ୍କ ପୋଷ୍ଟକୁ ନେଇ କଙ୍ଗନା ରଣାଓ୍ବତ ଟ୍ବିଟ କରି କହିଛନ୍ତି, "ପ୍ରିୟ ସୁପ୍ରିୟା ଜୀ, ଜଣେ ଅଭିନେତ୍ରୀ ଭାବେ ମୋର 20 ବର୍ଷର କ୍ୟାରିୟରରେ ମୁଁ ଅନେକ ପ୍ରକାର ମହିଳାଙ୍କ ରୋଲ କରିଛି । କ୍ବିନରେ ନିରୀହ ମହିଳା ଠାରୁ ଆରମ୍ଭ କରି ଧାକଡରେ ଚତୁରୀ ମହିଳା, ମଣିକର୍ଣ୍ଣିକାରେ ଦେବୀଠୁ ଆରମ୍ଭ କରି ଚନ୍ଦ୍ରମୁଖୀରେ ଏକ ଭୂତ, ରଜୋରେ ଏକ ବେଶ୍ୟା ଠାରୁ ଆରମ୍ଭ କରି ଥଲାଇବୀରେ କ୍ରାନ୍ତିକାରୀ ନେତା ଭାବେ ମୁଁ ଅଭିନୟ କରିଛି । ଆମେ ଆମର ଝିଅ ମହିଳାମାନଙ୍କୁ କୁସଂସ୍କାରର ଶିକୁଳିରୁ ମୁକ୍ତ କରିବା ଉଚିତ । ଯୌନକର୍ମୀର ଚ୍ୟାଲେଞ୍ଜିଂ ଜୀବନ କିମ୍ବା ପରିସ୍ଥିତିକୁ ଯେକୌଣସି ପ୍ରକାରର ଅପବ୍ୟବହାର କିମ୍ବା ଅପମାନ ଭାବରେ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରତ୍ୟେକ ମହିଳାଙ୍କର ସମ୍ମାନର ସହିତବଞ୍ଚିବାର ଅଧିକାର ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.