ETV Bharat / bharat

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଗ୍ୟାଙ୍ଗଷ୍ଟାର ଅନସାରୀ ମୃତ୍ୟୁର କାରଣ ହୃଦଘାତ - Mukhtar Ansari Death

author img

By ETV Bharat Odisha Team

Published : Mar 29, 2024, 9:54 PM IST

MUKHTAR ANSARI AUTOPSY REPORT: ଆସିଲା ଗ୍ୟାଙ୍ଗଷ୍ଟାର ଅନସାରୀର ବ୍ୟବଚ୍ଛେଦ ରିପୋର୍ଟ । ମୃତ୍ୟୁର କାରଣ ବିଷ ନୁହେଁ, ବରଂ ହୃଦଘାତ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

MUKHTAR ANSARI AUTOPSY REPORT
MUKHTAR ANSARI AUTOPSY REPORT

ଲକ୍ଷ୍ନୌ: ଆସିଲା ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମୁଖତାର ଅନସାରୀର ବ୍ୟବଚ୍ଛେଦ ରିପୋର୍ଟ । ତାର ମୃତ୍ୟୁର କାରଣ ହୃଦଘାତ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି । ଗୁରୁବାର ବିଳମ୍ବିତ ରାତ୍ରିରେ ଅନସାରୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଥିଲା । ଅନସାରୀକୁ ଖାଦ୍ୟରେ ବିଷ ଦିଆଯାଇ ହତ୍ୟା କରାଯାଇଥିବା ପୁଅ ଓମାର ଅନସାରୀ ଅଭିଯୋଗ କରିଥିଲେ । ଅନ୍ୟପଟେ ଆସନ୍ତାକାଲି (ଶନିବାର) ଅନସାରୀର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

ପୋଲିସ ସୂତ୍ର ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 4ଟା ସମୟରେ ଅନସାରୀର ବ୍ୟବଚ୍ଛଦ ଶେଷ ହୋଇଥିଲା । ଏହାପରେ ପୁଅ ଓମାର ଅନସାରୀ ଓ ବୋହୂ ନିଖାତ ଅନସାରୀ ମୃତଦେହକୁ ନେଇ ଗାଜିପୁର ଅଭିମୁଖେ ବାହାରିଥିଲେ । ରାତି ପ୍ରାୟ 2ଟା ସୁଦ୍ଧା ଗାଜିପୁରରେ ସେମାନେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ମୁଖତାର ଅନସାରୀର ଅନ୍ତିମ ସଂସ୍କାର କରାଯିବ । ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବାନ୍ଦା ଜେଲରେ ସଜା କାଟୁଥିଲା ଅନସାରୀ । ଗତ ଗୁରୁବାର ଅନସାରୀକୁ ହୃଦଘାତ ଆସିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ତାକୁ ବାନ୍ଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ‘ଶେଷରେ ମୋତେ ନ୍ୟାୟ ମିଳିଛି, ଆଜିଠୁ ପାଳିବି ହୋଲି’ - Mukhtar Ansari death

ଗୁରୁବାର ରାତି ସାଢେ 10ଟା ସୁଦ୍ଧା ତାକୁ ମୃତ ଘୋଷିତ କରାଯାଇଥିଲା । ଏହାପରେ ଉତ୍ତର ପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ଗାଜିପୁର, ମାଉ ସମେତ ଅନେକ ଜିଲ୍ଲାରେ 144 ଧାରା ଲାଗୁ କରିଥିଲେ । ଆଜି ସକାଳ 9ଟାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନସାରୀକୁ ନିଆଯାଉଥିବା ବେଳେ ଏହି କାର୍ଯ୍ୟ ଏମ୍ସ ଡାକ୍ତରଙ୍କ ଦ୍ବାରା କରାଯିବାକୁ ଦାବି କରିଥିଲେ ପୁଅ ଉମର । ସେ ବାନ୍ଦା ମେଡିକାଲ କଲେଜ ଡାକ୍ତରଙ୍କ ଉପରେ ବିଶ୍ବାସ କରିପାରୁନଥିବା କହିଥିଲେ । ଏଥିଲାଗି ବ୍ୟବଚ୍ଛେଦ ପାଇଁ ବିଳମ୍ବ ହୋଇଥିଲା । ସନ୍ଧ୍ୟା ବେଳେ ଅନସାରୀର ବ୍ୟବଚ୍ଛେଦ କରାଯାଇଥିବା ବେଳେ ତାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ବି ପଢନ୍ତୁ- ଓମାର ଅନସାରୀର ବଡ ବୟାନ, ICU ପରେ ବାପାଙ୍କୁ ଏକୁଟିଆ ଏକ ବାରାକରେ ରଖାଯାଇଥିଲା

ମୁଖତାର ମୃତଦେହ ଚିତ୍ରକୁଟ, କୌଶମ୍ବି, ପ୍ରୟାଗରାଜର କୋଖରାଜ-ହାଣ୍ଡିଆ ବାଇପାସ ଦେଇ ଗାଜିପୁରରେ ପହଞ୍ଚିବ । ଏହି ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ଏକ ସ୍ବତନ୍ତ୍ର ଟିମ ଏହାର ତଦାରଖ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.