ETV Bharat / bharat

ଟିଏମସିରୁ ଇସ୍ତଫା ଦେଲେ ସାଂସଦ ମିମି ଚକ୍ରବର୍ତ୍ତୀ

author img

By ETV Bharat Odisha Team

Published : Feb 15, 2024, 7:25 PM IST

Mimi Chakraborty resigns from MP: ଟିଏମସିରୁ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ଇସ୍ତଫା । ମମତାଙ୍କୁ ପଠାଇଲେ ଇସ୍ତଫାପତ୍ର । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଟିଏମସିରୁ ଇସ୍ତଫା ଦେଲେ ସାସଂଦ ମିମି ଚକ୍ରବର୍ତ୍ତୀ
ଟିଏମସିରୁ ଇସ୍ତଫା ଦେଲେ ସାସଂଦ ମିମି ଚକ୍ରବର୍ତ୍ତୀ

କୋଲକାତା: ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ଟିଏମସିରୁ ଇସ୍ତଫା ଦେଲେ ସାଂସଦ ତଥା ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇ ଦେଇଛନ୍ତି । ମମତା ଏହାକୁ ଗ୍ରହଣ କରିନଥିବା ଜଣାପଡିଛି । ହେଲେ ଦଳ ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିବା ମିମି, ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇନାହାନ୍ତି । ସେ ବାଚସ୍ପତି ଓମ ବିର୍ଲାଙ୍କୁ କୌଣସି ଇସ୍ତଫାପତ୍ର ପଠାଇନାହାନ୍ତି । ତେଣୁ ସେ କେବଳ ଦଳରୁ ଇସ୍ତଫା ଦେଉଥିବା ଚର୍ଚ୍ଚା ହେଉଛି ।

ଇସ୍ତଫା ଦେବା ପରେ ପଶ୍ଚିମବଙ୍ଗର ଯାଦବପୁର ସଂସଦୀୟ ଆସନରୁ ସାଂସଦ ଥିବା ମିମିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦଳରେ କିଛି ମତଭେଦ ରହିଛି । ସେହି କାରଣରୁ ସେ ଇସ୍ତଫା ଦେଇଛନ୍ତି । ମମତା ବାନାର୍ଜୀ ତାଙ୍କ ଇସ୍ତଫା ସ୍ବୀକାର ନକରିବା ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି । ସେ ଇସ୍ତଫା ଦେବା ପରେ ମଧ୍ୟ ରାଜନୀତି ଛାଡିବେନାହିଁ । ନେତା ନୁହେଁ କର୍ମୀ ଭାବେ କାମ କରିବେ ବୋଲି ମିମି କହିଛନ୍ତି । ହେଲେ କେଉଁ ପ୍ରସଙ୍ଗକୁ ନେଇ କିମ୍ବା କେଉଁ ଦଳୀୟ ନେତାଙ୍କ ସହ ତାଙ୍କର ମତଭେଦ ରହିଛି, ସେ ସମ୍ପର୍କରେ ମିମି ସ୍ପଷ୍ଟ କରିନାହାନ୍ତି । ସାଧାରଣ ନିର୍ବାଚନର ମାତ୍ର କେଇ ମାସ ପୂର୍ବରୁ ଏହି ଅଭିନେତ୍ରୀଙ୍କ ଇସ୍ତଫା ସମ୍ପର୍କରେ ତୃଣମୂଳ କଂଗ୍ରେସ ମଧ୍ୟ କିଛି ପ୍ରତିକ୍ରିୟା ଦେଇନି । ପ୍ରାଥମିକ ଭାବେ ପାର୍ଟି ସୁପ୍ରିମୋ ମମତା, ମିମିଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି । ତେଣୁ ଦଳ ମିମିଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ବୁଝାଇପାରେ ।

ଏହା ମଧ୍ୟ ପଢନ୍ତୁ :- ତିରୁପତି ଚିଡିଆଖାନାରେ ଅଘଟଣ, ମଣିଷକୁ ମାରିଦେଲା ସିଂହ

ପଶ୍ଚିମବଙ୍ଗର ଏହି ଜଣାଶୁଣା ସିନେ ଅଭିନେତ୍ରୀ 2019 ସାଧାରଣ ନିର୍ବାଚନରେ ଯାଦବପୁର ସଂସଦୀୟ କ୍ଷେତ୍ରରୁ ତୃଣମୂଳ କଂଗ୍ରେସ ଟିକେଟରେ ଲଢି ଲୋକସଭାକୁ ନିର୍ବାଚିତ ହୋଇଥିଲେ । 2024 ସାଧାରଣ ନିର୍ବାଚନରେ ମଧ୍ୟ ତାଙ୍କର ପ୍ରତିଦ୍ବନ୍ଦ୍ବିତାର ସମ୍ଭାବନା ଥିଲା । ହେଲେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଦିନ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । 2020 ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ପୁଣି କ୍ଷମତା ହାତେଇବା ପରେ ଏକାଧିକ ବିଜେପି ନେତା ଟିଏମସିରେ ସାମିଲ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ମମତାଙ୍କ ପୂର୍ବ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ନିର୍ବାଚନ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ମଧ୍ୟ ବିଜେପିରୁ ଇସ୍ତଫା ଦେଇ ଟିଏମସିରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.