ETV Bharat / bharat

ହଜାରେ ଫୁଟ ଗଭୀର ଖାଇକୁ ଖସିପଡିଲା ଟ୍ୟାକ୍ସି, ଚାଲିଗଲା 10 ଜୀବନ - Jammu kashmir road accident

author img

By ETV Bharat Odisha Team

Published : Mar 29, 2024, 11:29 AM IST

Road Accident In Jammu kashmir: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଟ୍ୟାକ୍ସି ଖସି ପଡିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୦୦୦ ଫୁଟ ଗଭୀର ଖାଇକୁ ଖସିପଡିଲା ଟ୍ୟାକ୍ସି । ଏହି ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଗାଡିଟି ଜମ୍ମୁର ଶ୍ରୀନଗର ଅଭିମୁଖେ ଯାଉଥିଲା । ରାମବନର ବ୍ୟାଟେରୀ ଚାଶମା ନିକଟରେ ଏହା ଭାରସାମ୍ୟ ଗଭୀର ଖାଇକୁ ଖସି ପଡିଥିଲା । ଖବର ପାଇ ସ୍ଥାନୀୟ ଅଧିକାରୀଙ୍କ ସମେତ ପୋଲିସ, କୁଇକ୍ ରେସପନ୍ସ ଟିମ୍ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏବେ ସୁଦ୍ଧା ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଉକ୍ତ ଟ୍ୟାକ୍ସିଟି ବାହାରର କିଛି ଶ୍ରମିକମାନଙ୍କୁ ନେଇ ବିଳମ୍ବିତ ରାତିରେ ଶ୍ରୀନଗର ଆଡକୁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି । ରାତି ପାଖାପାଖି ୧ଟା ୧୫ ସମୟରେ ଦୁର୍ଘଟଣା ଘଟିଛି । ଗାଡିରେ ଭାରସାମ୍ୟ ହରାଇ ୧୦୦୦ ଫୁଟ ଗଭୀର ଖାଇରେ ଖସି ପଡିଥିଲା । ତେବେ ଏଥିରେ କେତେ ଜଣ ଯାତ୍ରୀ ଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଦୁର୍ଘଟଣାର ଖବର ମିଳିବା ସଙ୍ଗେ ସଙ୍ଗେ ପୋଲିସ, କୁଇକ୍ ରେସପନ୍ସ ଟିମ୍ ଓ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚିଥିଲେ । ମାତ୍ର ସେତେବେଳେ ବର୍ଷା ହେଉଥିବା ସହ ଅନ୍ଧାର ଯୋଗୁଁ ତତ୍କାଳ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇପାରିନଥିଲା ।

ଏହା ମଧ୍ୟ ପଢନ୍ତୁ: ଇଷ୍ଟର ପାଳନ ପାଇଁ ଯିବା ବେଳେ ଜଳିଗଲା ବସ୍: 45 ଜଣଙ୍କ ଜୀବନ ଗଲା, ଏକାକୀ ବର୍ତ୍ତିଗଲା 8 ବର୍ଷର ବାଳିକା - South Africa Bus Accident

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀରରେ ଅଜଣା ଗାଡି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ - Accident In Balangir

ପରେ ଉଦ୍ଧାରକାରୀ ଦଳ ଖାଇ ମଧ୍ୟରୁ ଏବେ ଯାଏଁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ଶ୍ରମିକ ହୋଇଥିବା ବେଳେ କାମ ପାଇଁ କାଶ୍ମୀର ଆଡକୁ ଯାଉଥିବା କୁହାଯାଉଛି । ତେବେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କେତେ ଆହତ ହୋଇଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.