ETV Bharat / bharat

ଭାଙ୍ଗ ଖାଇ ବିମାନରେ ଯାତ୍ରୀଙ୍କ ହଙ୍ଗାମା, ମଝି ଆକାଶରେ ଖୋଲିଲେ ଗେଟ୍‌ - Hyderabad Indigo flight mid air

author img

By ETV Bharat Odisha Team

Published : May 26, 2024, 8:24 PM IST

Man tries to open door of flight mid air: ନିଶାଦ୍ରବ୍ୟ ଭାଙ୍ଗ ଖାଇ ଯାତ୍ରୀଙ୍କ ଅଜବ କାରନାମା । ମଝି ଆକାଶରେ ଗେଟ୍‌ ଖୋଲିବା ବେଳେ କାବୁ କଲେ କର୍ମଚାରୀ । ଅଧିକ ପଢନ୍ତୁ

Flight
Flight (ETV Bharat)

ଭୋପାଳ: ନିଶାଦ୍ରବ୍ୟ ଖାଇ ବିମାନରେ ଯାତ୍ରୀଙ୍କ ହଙ୍ଗାମା । ମଝି ଆକାଶରେ ବିମାନର ଗେଟ୍‌ ଖୋଲିବାକୁ ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଅନ୍ୟ ଯାତ୍ରୀ । ଫ୍ଲାଇଟରେ ବସିଥିବା ସମୟରେ ଯାତ୍ରୀ ଜଣକ ହଠାତ ବିମାନର ଗେଟ୍‌ ଖୋଲିବାକୁ ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ କର୍ମଚାରୀ ରୋକିଥିଲେ । ଏହି ଘଟଣାରେ ବିମାନ କର୍ମଚାରୀଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଏହି ବିମାନଟି ଇନ୍ଦୋର ବିମାନବନ୍ଦରରୁ ହାଇଦ୍ରାବାଦକୁ ଯାତ୍ରା କରୁଥିଲା । ଏଥିରେ ପ୍ରାୟ 25 ହଜାର ଯାତ୍ରୀ ଯାତ୍ରା କରୁଥିଲେ । ଯେତେବେଳେ ଯାତ୍ରୀ ଜଣକ ଗେଟ୍‌ ଖୋଲିବାକୁ ଉଦ୍ୟମ କରିଥିଲେ, ସେତେବେଳେ ବିମାନଟି ପ୍ରାୟ 25 ହଜାର ଫୁଟ ଉଚ୍ଚରେ ଉଡୁଥିଲା । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ଗତ ମେ 21 ତାରିଖରେ ଘଟିଥିଲା । ଇନ୍ଦୋରରୁ ହାଇଦ୍ରାବାଦ ଆସୁଥିବା ବିମାନରେ ହାଇଦ୍ରାବାଦ ଚନ୍ଦ୍ରଗିରି ନଗରର 29 ବର୍ଷୀୟ ଅନିଲ ପାଟିଲ ମଧ୍ୟ ଉପସ୍ଥିତ ଥିଲେ । ସେ ଇନ୍ଦୋର ଏୟାରପୋର୍ଟରେ ଭାଙ୍ଗ ଖାଇବା ପରେ ଆସି ଫ୍ଲାଇଟରେ ବସିଥିଲେ ।

ଏହା ବି ପଢନ୍ତୁ- ମଝି ଆକାଶରେ ଜୋରରେ ଥରିଲା ବିମାନ, ଜଣେ ଯାତ୍ରୀ ମୃତ, 30 ଆହତ

ବିମାନ ଉଡାଣ ଭରିବା ପରେ ସେ ଅସ୍ବାଭାବିକ ଆଚରଣ କରିବା ଆରମ୍ଭ କରିଥିଲେ । ଏହାପରେ କ୍ରୁ ମେମ୍ବର ତାଙ୍କୁ ଅନ୍ୟ ଏକ ସିଟରେ ବସାଇଥିଲେ । କିନ୍ତୁ କିଛି ସମୟ ପରେ ଯାତ୍ରୀ ଜଣକ ନିଜ ସାଙ୍ଗମାନଙ୍କ ସହ ବସିବାକୁ ଜିଦ କରିଥିଲେ । କିଛି ସମୟ ସେ ସ୍ଥିର ଭାବେ ବସିବା ପରେ ତାଙ୍କ ଉପରୁ ଧ୍ୟାନ ହଟାଇଥିଲେ ବିମାନ କର୍ମଚାରୀ । ଏହାପରେ ସେ ଅନ୍ୟ ଜଣେ ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏପରି ଆଚରଣ କରୁ କରୁ ହଠାତ ସେ ବିମାନ ମଧ୍ୟରେ ବୁଲିବାକୁ ଲାଗିଲା । ବାରମ୍ବାର ତାଙ୍କୁ ଚେତାବନୀ ଦେବା ପରେ ମଧ୍ୟ ସେ ମାନିଥିଲେ । ଯେତେବେଳେ ପାଇଲଟ ହାଇଦ୍ରାବାଦରେ ଅବତରଣ ପାଇଁ ପ୍ରସ୍ତୁତ ହେଉଥିଲେ, ଠିକ ସେତିକି ବେଳେ ଗେଟ୍‌ ଖୋଲିବାକୁ ଉଦ୍ୟମ କରିଥିଲେ ।

ଏହାପରେ ବିମାନ କର୍ମଚାରୀମାନେ କିଛି ଯାତ୍ରୀଙ୍କ ସହାୟତାରେ ତାଙ୍କୁ ରୋକିବା ସହ ହାତଗୋଡ଼ି ବାନ୍ଧି ଏକ ସିଟ୍‌ରେ ବସାଇଥିଲେ । ଅଭିଯୁକ୍ତ ଅନିଲ କିଛି ବନ୍ଧୁଙ୍କ ସହ ଉଜୈନ ଯାଇଥିଲା । ଇନ୍ଦୋରରୁ ହାଇଦ୍ରାବାଦକୁ ଇଣ୍ଡିଗୋ ଫ୍ଲାଇଟରେ ଫେରୁଥିଲା । ଏହି ସମୟରେ ଘଟିଥିଲା ଏପରି ଘଟଣା । ହାଇଦ୍ରାବାଦରେ ଲ୍ୟାଣ୍ଡ ହେବା ପରେ ଯାତ୍ରୀଙ୍କୁ ପୋଲିସକୁ ହସ୍ତାନ୍ତର କରାୟାଇଛି । ଅଭିଯୁକ୍ତର ସ୍ବାସ୍ଥ୍ୟ ସମସ୍ୟା ଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଥିବା ବେଳେ ତାଙ୍କୁ ଜାମିନ ମିଳିସାରିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.