ETV Bharat / bharat

ଆଖି ବୁଜିଲା କୁଖ୍ୟାତ ମାଫିଆ ମୁଖତାର ଅନସାରୀ, ହୃଦଘାତ ପରେ ଜେଲରୁ ଅଣାଯାଇଥିଲା ହସ୍ପିଟାଲ - Ansari suffered heart attack

author img

By ETV Bharat Odisha Team

Published : Mar 28, 2024, 10:18 PM IST

Updated : Mar 28, 2024, 10:59 PM IST

ହୃଦଘାତରେ ଶିକାର ହୋଇ ମାଫିଆ ମୁଖତାର ଅନସାରୀର ମୃତ୍ୟୁ । ଜେଲରୁ ନିଆଯାଇଥିଲା ହସ୍ପିଟାଲ । ସାଂସଦ ଅଫଜଲ ଅନସାରୀଙ୍କ ଅଭିଯୋଗ, ଖାଦ୍ୟରେ ଦିଆଯାଇଥିଲା ବିଷ । ଅଧିକ ପଢନ୍ତୁ

ମାଫିଆ ମୁଖତାର ଅନସାରୀକୁ ହାର୍ଟଆଟାକ, ଜେଲରୁ ନିଆଗଲା ହସ୍ପିଟାଲ
ମାଫିଆ ମୁଖତାର ଅନସାରୀକୁ ହାର୍ଟଆଟାକ, ଜେଲରୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ: ଆଖି ବୁଜିଲା କୁଖ୍ୟାତ ମାଫିଆ ମୁଖତାର ଅନସାରୀ । ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର ଅନସାରୀ ହଠାତ ଅସୁସ୍ଥ ହୋଇପଡିଥିଲା । ସେ ହୃଦଘାତର ଶିକାର ହୋଇଥିବା ଜଣାପଡିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବାନ୍ଦା ହସ୍ପିଟାଲରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । କଡା ସୁରକ୍ଷା ମଧ୍ୟରେ ତାକୁ ଆଜି ଅପରାହ୍ନରେ ବୃନ୍ଦା ଜିଲ୍ଲା ସ୍ଥିତ ରାନୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପୋଲିସ ଉପସ୍ଥିତିରେ ତାକୁ ଡାକ୍ତରୀ ଟିମ ଚିକିତ୍ସା କରିଥିଲେ । ହେଲେ ସେ ପ୍ରାଣ ହରାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ତେବେ ତାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିବା ସୂଚନା ମିଳିବା ପରେ ତାର ଓକିଲ ମଧ୍ୟ ମେଡିକାଲରେ ପହଞ୍ଚିଥିଲେ । ହେଲେ ମୁଖତାରର ପରିବାର ସଦସ୍ୟ ଭିନ୍ନ ଓ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଜେଲରେ ଖାଦ୍ୟରେ ବିଷ ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସାଂସଦ ଭାଇ ଅଫଜଲ ଅନସାରୀ । ହୃଦଘାତର ଶିକାର ହୋଇ ସେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ କୁହାଯାଉଥିଲେ ସୁଦ୍ଧା ଏପରି ଅଭିଯୋଗର ସତ୍ୟତା ସମ୍ପର୍କରେ ଜଣାପଡିନି ।

ଏହା ମଧ୍ୟ ପଢନ୍ତୁ :- BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ - BHARTRUHARI SIDHANT JOIN BJP

ଗାଜିପୁରରୁ ବହୁଜନ ସମାଜବାଦୀ ପାର୍ଟିରୁ ସାଂସଦ ଥିବା ମୁଖତାରର ଭାଇ ଆଫଜଲ ଅନସାରୀ କହିଛନ୍ତି, ମହମ୍ମଦାବାଦ ପୋଲିସ ଷ୍ଟେସନରୁ ସେ ଏହି ବାର୍ତ୍ତା ପାଇଥିଲେ । ଯେଉଁଥିରେ ତାଙ୍କୁ ମୁଖତାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଅବଗତ କରାଯାଇଥିଲା । ସେ ବାନ୍ଦା ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଖବର ପାଇବା ପରେ ସେ ହସ୍ପିଟାଲରେ ପହଞ୍ଚିଥିଲେ । ହେଲେ ଏହା ଜଣାପଡୁଛି ଯେ, ତାଙ୍କୁ ଜେଲ ଭିତରେ ହତ୍ୟା କରିବା ପାଇଁ ଖାଦ୍ୟରେ ବିଷ ଦିଆଯାଇଛି । ପୂର୍ବରୁ ମଧ୍ୟ ଥରେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇସାରିଥିବା ଭାଇ ଅଫଜଲ ଅଭିଯୋଗ କରିଛନ୍ତି ।

ହେଲେ ଏହି ଅଭିଯୋଗ ସମ୍ପର୍କରେ ପୋଲିସ କିମ୍ବା ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଦୀର୍ଘବର୍ଷ ପଞ୍ଜାବର ଜେଲରେ ରହିବା ପରେ ନିକଟରେ ଉତ୍ତର ପ୍ରଦେଶ ସରକାର ଅନସାରୀକୁ ରାଜ୍ୟକୁ ଆଣିଥିଲେ । ନିକଟରେ ସେ ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଆଜି ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2024, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.