ETV Bharat / bharat

ଦମ୍ପତିଙ୍କ ମଧ୍ୟରେ ନଥାଏ ଯୌନ ସମ୍ପର୍କ କି ପ୍ରେମ; ଜାପାନରେ ସମ୍ପର୍କର ନୂଆ ଟ୍ରେଣ୍ଡ 'ଫ୍ରେଣ୍ଡସିପ ମ୍ୟାରେଜ' - Friendship Marriage

author img

By ETV Bharat Odisha Team

Published : May 11, 2024, 7:56 PM IST

FRIENDSHIP MARRIAGE: ଏବେ ଜାପାନରେ ଲୋକପ୍ରିୟତା ହାସଲ କରିଛି ସମ୍ପର୍କର ନୂଆ ଟ୍ରେଣ୍ଡ 'ଫ୍ରେଣ୍ଡସିପ ମ୍ୟାରେଜ' । କଣ ଏହି ନୂଆ ପ୍ରକାରର ସମ୍ପର୍କ ସେ ନେଇ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ।

FRIENDSHIP MARRIAGE
FRIENDSHIP MARRIAGE (ETV Bharat Odisha)

ହାଇଦ୍ରାବାଦ: ସମୟ ବଦଳିବା ସାଙ୍ଗକୁ ସମ୍ପର୍କର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି । ଦିନକୁ ଦିନ ସମ୍ପର୍କର ନୂଆ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ଏବେ ଜାପାନରୁ ସାମ୍ନାକୁ ଆସିଛି ସମ୍ପର୍କର ନୂଆ ଟ୍ରେଣ୍ଡ 'ଫ୍ରେଣ୍ଡସିପ୍‌ ମ୍ୟାରେଜ' । ତେବେ କଣ ଏହି ସମ୍ପର୍କ ? ଏହା ବନ୍ଧୁତ୍ବ ଭଳି ସମ୍ପର୍କ ନା ଦମ୍ପତିଙ୍କ ମଧ୍ୟରେ ଯେପରି ସମ୍ପର୍କ ଥାଏ ସେପରି ସମ୍ପର୍କ ? ଏହା ଏବେ ଜାପାନରେ ଖୁବ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ବିଶେଷ କରି ଜାପାନର ଯୁବପିଢି ଏହି ନୂଆ ସମ୍ପର୍କକୁ ବେଶ ପସନ୍ଦ କରୁଛନ୍ତି ।

ଜାପାନରେ ଏହି ନୂଆ ଧରଣର ସମ୍ପର୍କ ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କରିଛି ଯେ, ସେଠାକାର 124 ମିଲିୟନ ଜନସଂଖ୍ୟାର ଏକ ପ୍ରତିଶତ ଏହାକୁ ଚୟନ କରୁଛନ୍ତି । ଏହି ସମ୍ପର୍କକୁ ପସନ୍ଦ କରୁଥିବା ବର୍ଗଙ୍କ ମଧ୍ୟରେ ସମଲିଙ୍ଗୀ ମଧ୍ୟ ସାମିଲ ଅଛନ୍ତି, ଯିଏକି ପାରମ୍ପରିକ ବିବାହକୁ ନାପସନ୍ଦ କରନ୍ତି । ଏକ ରିପୋର୍ଟ ଅନୁସାରେ 2015 ଠାରୁ ଏଯାବତ ଜାପାନରେ ପ୍ରାୟ 500ରୁ ଊର୍ଦ୍ଧ୍ବ ଲୋକ ଏହି ପ୍ରକାରର ସମ୍ପର୍କ ଗଢିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଦମ୍ପତି ସନ୍ତାନଙ୍କ ଲାଳନ ପାଳନ କରୁଥିବା ମଧ୍ୟ ଜଣାପଡ଼ିଛି ।

କଣ ଏହି 'ଫ୍ରେଣ୍ଡସିପ୍‌ ମ୍ୟାରେଜ୍' ? :- ଫ୍ରେଣ୍ଡସିପ ମ୍ୟାରେଜ ହେଉଛି ଏକପ୍ରକାରର ସମ୍ପର୍କ, ଯେଉଁଠି ଯୁବକ ଓ ଯୁବତୀ ଆଇନଗତ ଭାବେ ସ୍ବାମୀ-ସ୍ତ୍ରୀ ଭାବେ ସ୍ବୀକୃତି ପାଇଥାନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ନା ଥାଏ ପ୍ରେମ ନା ଥାଏ ଯୌନ ସମ୍ପର୍କ । ଏହି ସମ୍ପର୍କରେ ଥିବା ଜଣେ ଯୁବକ ଯୁବତୀ ଏକାଠି ବା ଅଲଗା ମଧ୍ୟ ରହିପାରନ୍ତି । ଯଦି ସେମାନେ ସନ୍ତାନ ସମ୍ପର୍କରେ ଚିନ୍ତା କରନ୍ତି, ତେବେ ଆର୍ଟିଫିସିଆଲ ବିକଳ୍ପକୁ ଆପଣାଇପାରିବେ । ଏହି ସମ୍ପର୍କରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରୋମାଣ୍ଟିକ ସମ୍ପର୍କ ମଧ୍ୟ ସୃଷ୍ଟି କରିପାରିବେ । ହେଲେ ଏଥିଲାଗି ଫ୍ରେଣ୍ଡସିପ ମ୍ୟାରେଜର ଦୁଇ ପାର୍ଟନରଙ୍କ ମଧ୍ୟରେ ସହମତି ଥିବା ଆବଶ୍ୟକ ।

କେମିତି ଚାଲେ ଫ୍ରେଣ୍ଡସିପ ମ୍ୟାରେଜ:- ଏହା କୌଣସି ପାରମ୍ପରିକ ବିବାହ, ରୋମାଣ୍ଟିକ ଲଭ୍‌ ମ୍ୟାରେଜ ବା ନିଜ ବେଷ୍ଟ ଫ୍ରେଣ୍ଡ ସହିତ ବିବାହ କରିବା ପ୍ରସଙ୍ଗ ନୁହେଁ, ବରଂ ଏହି ସମ୍ପର୍କ ଗଢିବା ପୂର୍ବରୁ ଯୁବକ ଓ ଯୁବତୀ ପରସ୍ପରକୁ ଭେଟିଥାନ୍ତି । ଏମାନେ ସାଧାରଣତଃ ବିବାହ ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ଚେଷ୍ଟା କରନ୍ତି । ଏହାସହିତ ଉଭୟଙ୍କ ଜୀବନ ସହ ଜଡ଼ିତ ପ୍ରତିଟି କଥା ଯେପରିକି ଏକାଠି ଭୋଜନ କରିବା, ଖର୍ଚ୍ଚକୁ କିପରି ପରସ୍ପର ମଧ୍ୟରେ ଭାଗବଣ୍ଟା କରିବା, ଘର କାମ କିପରି ପରସ୍ପର ମଧ୍ୟରେ ବାଣ୍ଟିବା...ଏହି ସବୁ କ୍ଷେତ୍ରରେ ପରସ୍ପର ମଧ୍ୟରେ ଆପୋଷ ବୁଝାମଣା କରନ୍ତି । ଏଥିଲାଗି ଉଭୟ ଘଣ୍ଟା ଘଣ୍ଟା କଥାବାର୍ତ୍ତା କରିଥାନ୍ତି । ଏହି ବିବାହ ଅନରୋମାଣ୍ଟିକ ହୋଇଥିଲେ ସୁଦ୍ଧା, ପ୍ରାୟ 80 ପ୍ରତିଶତ ଦମ୍ପତି ଏହି ବିବାହରେ ଖୁସି ଥିବା ରିପୋର୍ଟରୁ ଜଣାପଡ଼ିଛି । କିଛି ଦମ୍ପତି ଏକା ସହିତ ସନ୍ତାନର ଲାଳନ ପାଳନ ମଧ୍ୟ କରୁଛନ୍ତି ।

କିଏ ବାଛୁଛି ଫ୍ରେଣ୍ଡସିପ୍‌ ମ୍ୟାରେଜ:- ଏଭଳି ସମ୍ପର୍କରେ ରୁଚି ରଖୁଥିବା ଲୋକଙ୍କ ବୟସ 32ରୁ 33 ବର୍ଷ ମଧ୍ୟରେ । ଏହାସହିତ ଆଜିକାଲିର ଯୁବପିଢି ଏହି ବିବାହକୁ ଅଧିକ ପସନ୍ଦ କରୁଛନ୍ତି ।

ଏହା ବି ପଢନ୍ତୁ- ସ୍ତ୍ରୀକୁ ଛାଡପତ୍ର ଦେଇ ବନ୍ଧୁକୁ ବରମାଳା ପିନ୍ଧାଇଲା ଯୁବକ, ପରିବାର ବି ରାଜି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.