ETV Bharat / bharat

ଆଜିଠୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ: ଆଲର୍ଟରେ ରାଜଧାନୀ, ଲାଗିଲା 144 ଧାରା

author img

By ETV Bharat Odisha Team

Published : Mar 6, 2024, 10:14 AM IST

Farmers Delhi Chalo March: ଜିଦରେ ଅଟଳ ଚାଷୀ । ଆଜିଠୁ ପୁଣି ଆରମ୍ଭ ହେଉଛି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଜାରି ହେଲା 144 ଧାରା । ଅଧିକ ପଢ଼ନ୍ତୁ,

delhi chalo march
delhi chalo march

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି ତେଜିଲା ଚାଷୀ ଆନ୍ଦୋଳନ । ଆଜିଠୁ ଦିଲ୍ଲୀ ଚଲୋ ଡାକରା ଦେଇଛି କୃଷକ ସଂଗଠନ । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସଜାଗ ରହିଛି ଦିଲ୍ଲୀ ପୋଲିସ । ଟିକ୍ରି, ସିଙ୍ଘୁ ଓ ଗାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମେଟ୍ରୋ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରଖାଯିବ ବୋଲି ଚାଷୀ ନେତା ଜଗଜିତ ସିଂ ଦାଲେୱାଲ ।

ପୂର୍ବରୁ (ମାର୍ଚ୍ଚ 3)ରେ ଦିଲ୍ଲୀ ଚଲୋ ଡାକରା ଦେଇଥିଲା କୃଷକ ସଙ୍ଗଠନ । ମାର୍ଚ୍ଚ 6 ଅର୍ଥାତ୍‌ ଆଜି ଚାଷୀଙ୍କୁ ଦିଲ୍ଲୀ ପହଞ୍ଚିବାକୁ ଆହ୍ବାନ ଦେଇଥିଲା କିଷାନ ମଜଦୁର ମୋର୍ଚ୍ଚା । ଚାଷୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏମଏସପି(ସର୍ବନିମ୍ନ ସହାୟତା ମୂଲ୍ୟ) ଉପରେ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ସଙ୍ଗଠନ ।

ପୋଲିସର କଡ଼ା ପ୍ରହରା: ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଆଲର୍ଟ ମୋଡରେ ଅଛି । ବିକ୍ଷୋଭକାରୀଙ୍କୁ ଗିରଫ କରିବାକୁ ମଧ୍ୟ ପୋଲିସ ପ୍ରସ୍ତୁତି କରିଛି । ଏଥିପାଇଁ ରେଳ ଷ୍ଟେସନରେ ଆଇଟିବିପି ଯବାନଙ୍କୁ ମୁତୟନ କରାଯାଇଛି । ଏଥିସହ ଦିଲ୍ଲୀରେ ଧାରା 144 ଲଗାଯାଇଛି । ଫଳରେ କୌଣସି ବି ସ୍ଥାନରେ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ନଚେତ୍‌ ଗିରଫ କରିବ ପୋଲିସ ।

ମାର୍ଚ୍ଚ 10ରେ ରେଳ ରୋକ: ଦିଲ୍ଲୀ ଚଲୋ ଡାକରା ପରି ଆସନ୍ତା 10ରେ ରେଳ ରୋକ କରିବେ ଚାଷୀ । ଦେଶବ୍ୟାପି ଏହି ଆନ୍ଦୋଳନ କରାଯିବ । ମାର୍ଚ୍ଚ 10 ତାରିଖରେ ମଧ୍ୟାହ୍ନ 12ଟାରୁ 4ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ।

ସୂଚନା ଥାଉକି, ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଚାଷୀ ଗତ ଫେବୃଆରୀ 13ରୁ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏବେ କିଛି ଦିନର ବିରତି ପରେ ପୁଣି ଆନ୍ଦୋଳନ ଜୋରଦାର କରିବେ ଚାଷୀ ।

ଏହା ମଧ୍ୟ ପଢନ୍ତୁ:

ମାର୍ଚ୍ଚ 6ରୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ, 10ରେ ଦେଶବ୍ୟାପି ରେଳ ରୋକ

ଚାଷୀ ଆନ୍ଦୋଳନ: ହରିୟାଣାର 7ଜିଲ୍ଲାରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ; ଚାଷୀଙ୍କ ଦାବିକୁ କେନ୍ଦ୍ର ବିଚାରକୁ ନେବାକୁ ଆବେଦନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.