ETV Bharat / bharat

ଆଜି ଚାଷୀଙ୍କ ଦେଶବ୍ୟାପୀ ରେଳରୋକ, ଦିଲ୍ଲୀ ଷ୍ଟେସନରେ ସୁରକ୍ଷା କଡାକଡି

author img

By ETV Bharat Odisha Team

Published : Mar 10, 2024, 8:45 AM IST

Rail Roko Andolan: ଆଜି ଚାଷୀ ସଂଗଠନର ରେଳରୋକ ଆନ୍ଦୋଳନ ଡାକରା । ଦିଲ୍ଲୀରେ ପହଞ୍ଚିବେ ହଜାର ହଜାର ଚାଷୀ । ଅଧିକ ପଢନ୍ତୁ

ରେଳ ରୋକ
Rail Roko Andolan

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ଆଇନ ସହ ଅନ୍ୟାନ୍ୟ ଦାବି ନେଇ ଆଜି(ରବିବାର) ଦେଶବ୍ୟାପୀ ରେଳରୋକ କରିବେ ଚାଷୀ ସଂଗଠନ । ଏନେଇ ଆଜି ହଜାର ହଜାର ଚାଷୀ ଦିଲ୍ଲୀରେ ପହଞ୍ଚି ରେଳରୋକ କରିବାର ଡାକରା ଦେଇଛନ୍ତି । ଟ୍ରେନ ଯୋଗେ କୃଷକମାନେ ଦିଲ୍ଲୀରେ ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅନ୍ୟପଟେ ଆଜି ପଞ୍ଜାବରେ ମଧ୍ୟ ରେଳରୋକ ଆନ୍ଦୋଳନ ପାଇଁ କୃଷକ ସଂଗଠନ ଆହ୍ବାନ ଦେଇଛି ।

କୃଷକମାନେ ପଞ୍ଜାବରୁ ଦିଲ୍ଲୀ ଆସିବାକୁ ପ୍ରାୟ ଏକ ମାସ ହେଲା ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ କୃଷକମାନଙ୍କୁ ହରିୟାଣାର ଶମ୍ଭୁ ସୀମାରେ ଅଟକା ଯାଇଥିଲା, ଯେଉଁଥିପାଇଁ ସେମାନେ ଦିଲ୍ଲୀରେ ପହଞ୍ଚି ପାରିନଥିଲେ । ଏହାପରେ ସେ ଫେବୃଆରୀ 6ରେ ଦିଲ୍ଲୀ ଆସିବାକୁ ଯୋଜନା କରିଥିଲେ କିନ୍ତୁ ସେତେବେଳେ ସେ ରାଜଧାନୀରେ ପ୍ରବେଶ କରିପାରିନଥିଲେ । ପରେ କୃଷକମାନେ ମାର୍ଚ୍ଚ 10ରେ ଦିଲ୍ଲୀ ଆସିବାକୁ ଘୋଷଣା କରିଥିଲେ । ତେଣୁ ଆଜି ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଆସିବାକୁ ଚେଷ୍ଟା କରିପାରନ୍ତି । ଏଥିପାଇଁ ଦିଲ୍ଲୀ ସୀମାରେ ଏବଂ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ: ଆଲର୍ଟରେ ରାଜଧାନୀ, ଲାଗିଲା 144 ଧାରା

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୃଷକମାନେ ଭିନ୍ନ ଭିନ୍ନ ଟ୍ରେନରେ ଯାତ୍ରା କରି ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ହଜରତ ନିଜାମୁଦ୍ଦିନ, ସରାଇ ରୋହିଲ୍ଲା ସମେତ ଅନ୍ୟ ରେଳ ଷ୍ଟେସନରେ ଓହ୍ଲାଇବେ । ଯଦି କୃଷକମାନେ ଦିଲ୍ଲୀ ନଆସନ୍ତି, ତେବେ ସେମାନେ ପଞ୍ଜାବର କିଛି ଅଞ୍ଚଳରେ ରେଳରୋକ କରିପାରନ୍ତି, ଯେଉଁ କାରଣରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇପାରେ । ଏହି କାରଣରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ''ଆରପିଏଫ ଏବଂ GRP କର୍ମଚାରୀଙ୍କ ସହ ଦିଲ୍ଲୀର ସମସ୍ତ ରେଳ ଷ୍ଟେସନରେ ସୁରକ୍ଷା ପାଇଁ ଅନ୍ୟ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ପଞ୍ଜାବ, ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ତାମିଲନାଡୁରୁ ଆସୁଥିବା ଟ୍ରେନଗୁଡିକ ଉପରେ ନଜର ରଖାଯିବ । ଯଦି କୌଣସି ଗୋଷ୍ଠୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଏ, ତେବେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବ । ଚାଷୀଙ୍କ ରେଳରୋକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ 144 ଧାରା ଲାଗୁ ହୋଇଛି । ସେହିପରି ଗୋଟିଏ ସ୍ଥାନରେ ବହୁସଂଖ୍ୟକ ଲୋକ ଏକାଠି ହେବା ଓ ବିରୋଧ ପ୍ରଦର୍ଶନ ଉପରେ ରୋକ ଲାଗିଛି । ଯେଉଁମାନେ ଆନ୍ଦୋଳନ କରିବାକୁ ଚେଷ୍ଟା କରିବେ ପୋଲିସ ସେମାନଙ୍କୁ ଗିରଫ କରିବ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.