ETV Bharat / bharat

ଦିଲ୍ଲୀ ବିମାନବନ୍ଦରକୁ ପରମାଣୁ ବୋମାରେ ଉଡାଇବାକୁ ଧମକ, 2 ଗିରଫ - Indira Gandhi airport Bomb threat

author img

By ETV Bharat Odisha Team

Published : Apr 8, 2024, 3:13 PM IST

Indira Gandhi airport gets bomb treat: ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକ । 2 ଗିରଫ । ଅଧିକ ପଢନ୍ତୁ

Indira Gandhi airport gets bomb treat
Indira Gandhi airport gets bomb treat

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକ । ଏୟାରପୋର୍ଟରେ ଯାତ୍ରୀଙ୍କୁ ଯାଞ୍ଚ ସମୟରେ 2 ଜଣ ଯାତ୍ରୀ ଏହି ଧମକ ଦେଇଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିବା ନେଇ ସୂଚନା ରହିଛି । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ଏପ୍ରିଲ 5 ତାରିଖ ଦିନ 2 ଜଣ ଯାତ୍ରୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷାକର୍ମୀଙ୍କୁ ଯାଞ୍ଚରେ ଅସହଯୋଗ କରିବା ସହ ଏୟାରପୋର୍ଟକୁ ପରମାଣୁ ବୋମା ବିସ୍ଫରୋଣରେ ଉଡାଇ ଦିଆଯିବା ନେଇ ଧମକ ଦେଇଥିଲେ । ଏହାପରେ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା । ସୁରକ୍ଷାକର୍ମୀ 2 ଜଣ ଯାତ୍ରୀଙ୍କୁ ତୁରନ୍ତ କାବୁ କରିଥିଲେ । ଦିଲ୍ଲୀ ପୋଲିସ ମଧ୍ୟ ଏହି ଘଟଣାକୁ ନେଇ ଆଲର୍ଟ ହୋଇଯାଇଥିଲା । ପୋଲିସ 2 ଜଣ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛି ।

ପୋଲିସ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ଦଫା 182/ 505 (1)B ଆଧାରରେ ଏତଲା ଦାୟର କରାଯାଇ 2 ଜଣଙ୍କୁ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ 2 ଯାତ୍ରୀ ହେଉଛନ୍ତି ଗୁଜରାଟ ରାଜ୍ୟର ରାଜକୋଟ ବାସିନ୍ଦା ଜିଗ୍ନେଶ ମଲାନୀ ଓ କଶ୍ୟପ କୁମାର ଲାଲନି । ସେମାନେ ଏୟାରପୋର୍ଟରୁ ଆକାଶା ବିମାନରେ ଉଡାଣ ଭରିବାକୁ ଟିକଟ କରିଥିଲେ । ତେବେ ଚେକିଂ ବେଳେ ଜଣେ ଯାତ୍ରୀ ସୁରକ୍ଷାକର୍ମୀଙ୍କ ଉପରକୁ ଉତ୍ୟକ୍ତ ହୋଇ କହିଥିଲେ ଯେ, ଆପଣ ଆମର କଣ କରିବେ ଯଦି ଆମେ ନ୍ୟୁକ୍ଲିଅର ବମ ସାଙ୍ଗରେ ନେଇଯିବୁ । ଏହାପରେ ଯାତ୍ରୀମାନଙ୍କୁ ବିମାନରେ ଯିବାକୁ ଅନୁମତି ଦିଆଯାଇନଥିଲା । ପୋଲିସ ସେମାନଙ୍କୁ ଅଟକ ରଖି ଗିରଫ କରିଥିଲା ।

ଏହାମଧ୍ୟ ପଢନ୍ତୁ.. ମଣିପୁର ଆକାଶରେ ଅଜଣା ଉଡନ୍ତା ବସ୍ତୁ, ବିମାନ ସେବା ପ୍ରଭାବିତ

ସୂଚନା ଯୋଗ୍ୟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବୋମା ବିସ୍ଫରଣ ନେଇ ଧମକ ମିଳିବା ନୂଆ କଥା ନୁହେଁ । ଏହାପୂର୍ବରୁ ମଧ୍ୟ ଏଭଳି ଧମକ ମିଳିସାରିଛି । ତେବେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ସବୁଠୁ ଭିଡ ଏୟାରପୋର୍ଟ ମଧ୍ୟରେ ଅନ୍ୟତମ । ଜାତୀୟ ରାଜଧାନୀ ଦିଲ୍ଲୀରୁ ଏହା ଅନେକ ଦେଶବିଦେଶକୁ ଯୋଡି ହୋଇଛି । ଯେଉଁଥିପାଇଁ ଏଠାକୁ ପ୍ରତ୍ୟେକ ଦିନ ଅନେକ ଦେଶ ବିଦେଶରୁ ନାଗରିକ ଆସିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.