ETV Bharat / bharat

ଯୌନ ଶୋଷଣ ମାମଲାରେ ଚାର୍ଜଫ୍ରେମ ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ, 'ମୋ ପାଇଁ ବାଟ ଫିଟିଯାଇଛି..' - Brij Bhusan Sexual abuse case

author img

By ETV Bharat Odisha Team

Published : May 11, 2024, 3:40 PM IST

Brij Bhusan Sexual abuse case: ଯୌନ ଶୋଷଣ ମାମଲାରେ ଦିଲ୍ଲୀ କୋର୍ଟ ବ୍ରିଜଭୂଷଣ ଶରଣ ସିଂହଙ୍କ ନାଁରେ ଚାର୍ଜ ଫ୍ରେମ ଦାୟର କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ । କହିଲେ,"ମୋ ପାଇଁ ବାଟ ଫିଟିଯାଇଛି ।" ଅଧିକ ପଢନ୍ତୁ

Brij Bhusan Sexual abuse case
Brij Bhusan Sexual abuse case (ETV Bharat Odisha)

ନୂଆଦିଲ୍ଲୀ: ଯୌନ ଶୋଷଣ ମାମଲାରେ କୋର୍ଟ ଚାର୍ଜଫ୍ରେମ କରିବା ପରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିବା ସହ ଏବେ ରାସ୍ତା ଫିଟିଯାଇଥିବା କହିଛନ୍ତି ବ୍ରିଜଭୂଷଣ ଶରଣ ସିଂ । ତେବେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦଙ୍କ ନାଁରେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ଦିନ ଧରି ଧାରଣା ବସିରହିଥିଲେ । ମହିଳା କୁସ୍ତି ଯୋଦ୍ଧାଙ୍କୁ ସମର୍ଥନ କରି ରେସଲର ବଜରଙ୍ଗ ପୁନିଆ ମଧ୍ୟ ପ୍ରତିବାଦ କରିଥିଲେ । ତେବେ ଶୁକ୍ରବାର ରାଉଜ ଏଭନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ ଦାୟର କରିଛନ୍ତି ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବ୍ରିଜଭୂଷଣ ଶରଣ ସିଂହ କହିଛନ୍ତି, " ନିମ୍ନ ନ୍ୟାୟାଳୟ ଏହି ଚାର୍ଜ ଫ୍ରେମ କରିଛନ୍ତି । ଚାର୍ଜସିଟ ପୂର୍ବରୁ ଲାଗିଥିଲା । ଏହାକୁ ମୁଁ ପ୍ରତିବାଦ କରିଥିଲି । ଏହାକୁ କୋର୍ଟ ମାନିଲେ ନାହିଁ । ଗୋଟିଏ ମାମଲା ଛାଡି ଅନ୍ୟ କେସ ଗୁଜିକରେ ଚାର୍ଜ ଫ୍ରେମ କରିଛନ୍ତି । ନ୍ୟାୟପାଳିକାଙ୍କ ନିର୍ଣ୍ଣୟକୁ ମୁଁ ସ୍ୱାଗତ କରୁଛି । ମୋ ପାଇଁ ବାଟ ଫିଟିଯାଇଛି । କାରଣ ଯେବେ ଚାର୍ଜରେ ଆପଣ ନିଜ ମତ ରଖନ୍ତି ସେତେବେଳେ କୌଣସି ପ୍ରମାଣ, କିମ୍ବା କିଛି ତଥ୍ୟ ଦେଇହୁଏ ନାହିଁ । ପୋଲିସ ଚାର୍ଜରେ ଯାହା ଲଗାଇଥାଏ ତାହା ମଧ୍ୟରେ ନିଜକୁ ରହିବାକୁ ପଡେ । ଏବେ ମୋ ପାଇଁ ବିକଳ୍ପ ରହିଛି । ଏହାକୁ ସାମ୍ନା କରାଯିବ । "

ଏହାମଧ୍ୟ ପଢନ୍ତୁ.. ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା; ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ - Charge Frame Against Brij Bhushan

ଶୁକ୍ରବାର ଦିନ WFI ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ନାଁରେ ଯୌନ ଶୋଷଣ ମାମଲାରେ ଚାର୍ଜଫ୍ରେମ ଲାଗିଥିଲା । ଏହି ମାମଲାରେ ଚାର୍ଜଫ୍ରେମ ଦାଖଲ କରିବା ଲାଗି ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ କୋର୍ଟଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ ରହିଥିବା ଦର୍ଶାଇଥିଲେ କୋର୍ଟ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଆଇପିସି ଧାରା 354, 354ଏ ଆଧାରରେ ଏହି ଚାର୍ଜଫ୍ରେମ ଫାଇଲ ହୋଇଛି । ବ୍ରିଜ ଭୂଷଣଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ 6ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଥିଲା । ତେବେ ୬ରୁ ୫ଟି ମାମଲାରେ ବ୍ରିଜଭୂଷଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ବେଳେ ଭାରତୀୟ ପେନାଲ କୋଡ ଧାରା 354, 354D, 354A ଏବଂ 506 ଆଧାରରେ ମାମଲା ଦାୟର କରିବାକୁ ଆଦେଶ ଦେଇଥିଲେ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.