ETV Bharat / bharat

ରକ୍ତଦାନ ମହାପୂଣ୍ୟ; ମର୍ମେ ମର୍ମେ ବୁଝିଛନ୍ତି ଗ୍ରାମବାସୀ, ଗାଁରେ ଘରେ ଘରେ ରକ୍ତଦାତା - Blood donors village

author img

By ETV Bharat Odisha Team

Published : Apr 21, 2024, 7:51 PM IST

Blood Donors Village Of Karnataka: କର୍ଣ୍ଣାଟକରେ ଏମିତି ଏକ ଗାଁ ରହିଛି ଯେଉଁଠି ଘରେ ଘରେ ରକ୍ତଦାତା ରହିଛନ୍ତି । ଅଧିକ ପଢ଼ନ୍ତୁ

ରକ୍ତଦାନ ମହାପୂଣ୍ୟ; ମର୍ମେ ମର୍ମେ ବୁଝିଛନ୍ତି ଗ୍ରାମବାସୀ, ଗାଁରେ ଘରେ ଘରେ ରକ୍ତଦାତା
ରକ୍ତଦାନ ମହାପୂଣ୍ୟ; ମର୍ମେ ମର୍ମେ ବୁଝିଛନ୍ତି ଗ୍ରାମବାସୀ, ଗାଁରେ ଘରେ ଘରେ ରକ୍ତଦାତା

ରକ୍ତଦାନ ମହାପୂଣ୍ୟ; ମର୍ମେ ମର୍ମେ ବୁଝିଛନ୍ତି ଗ୍ରାମବାସୀ, ଗାଁରେ ଘରେ ଘରେ ରକ୍ତଦାତା

ବେଙ୍ଗାଲୁରୁ: ଯେତେ ଧନ ସମ୍ପତ୍ତି ଥାଉନା କାହିଁକି, ବଞ୍ଚିବା ପାଇଁ ରକ୍ତ ଦରକାର ପଡ଼େ । ରକ୍ତ ବିନା ଜୀବନ କଳ୍ପନା କରାଯାଇ ପାରିବନାହିଁ । କଥାରେ ଅଛି ରକ୍ତଦାନ ମହାପୂଣ୍ୟ । ଏଉ ଏହି କଥାକୁ ମର୍ମେ ମର୍ମେ ବୁଝିଛନ୍ତି କର୍ଣ୍ଣାଟକ ହାଭେରି ଜିଲ୍ଲାର ଜଲ୍ଲାପୁର ଗ୍ରାମବାସୀ । ଏହି ଗ୍ରାମଟି ରକ୍ତଦାତାଙ୍କ ପାଇଁ ବେଶ ପରିଚିତ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଗ୍ରାମରେ ପ୍ରାୟ 520 ଘର ଥିବା ବେଳେ ପ୍ରତ୍ୟେକ ଘରେ କେହି ନା କେହି ଜଣେ ରକ୍ତଦାତା ରହିଛନ୍ତି ।

କର୍ଣ୍ଣାଟକ ହାଭେରି ଜିଲ୍ଲାର ଜଲ୍ଲାପୁର ଗାଁ ରକ୍ତଦାତାଙ୍କ ଗାଁ ଭାବରେ ବେଶ ପରିଚିତ । ଏହି ଗ୍ରାମରେ ରହିଛି ପ୍ରାୟ 520ଟି ଘର । ଆଉ ଘରେ ଘରେ ରହିଛନ୍ତି ଜଣେ ଜଣେ ରକ୍ତଦାତା । ତେବେ ମହାମାରୀ କୋରୋନା ସମୟରେ ଗର୍ଭବତୀ ମହିଳାଙ୍କ ସହ ଅନେକ ଲୋକ ଅନ୍ୟ ରୋଗରେ ପଡି ରକ୍ତ ଅଭାବରୁ ମୃତ୍ୟୁବରଣ କରୁଥିଲେ । ଆଉ ସେତିକି ବେଳେ ଦେବଦୂତ ସଦୃଶ ଜଲ୍ଲାପୁରବାସୀ ଅସହ୍ୟମାନଙ୍କୁ ରକ୍ତ ଯୋଗାଇ ଦେଉଥିଲେ । ରକ୍ତଦାନ ପାଇଁ ଗାଁର ଯୁବକମାନେ "ଜୀବଦାନି ବାଲାଗ" (ରକ୍ତଦାତା ଗୋଷ୍ଠୀ) ନାମକ ଏକ ଗ୍ରୁପ ମଧ୍ୟ ତିଆରି କରିଥିଲେ । ଯାହା ମାଧ୍ୟମରେ ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଏହି ଗ୍ରୁପ ମାଧ୍ୟମରେ ରକ୍ତ ଯୋଗାଇଥାନ୍ତି ଗ୍ରାମବାସୀ । ଏଥିପାଇଁ ପ୍ରତିବର୍ଷ ଗାଁରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥାଏ ।

ଗାଁରେ ଲାଗିଛି ସଚେତନ ବୋର୍ଡ: ଯଦି ଆପଣ ଏହି ଗାଁକୁ ଯିବେ ତେବେ କିଛି ନିଆରା ଜିନିଷ ଦେଖିବାକୁ ପାଇବେ । ଗାଁର ଜନଗହଳି ସ୍ଥାନ ସହ ସର୍ବସାଧାରଣ ସ୍ଥାନ ବିଶେଷ କରି ବସଷ୍ଟାଣ୍ଡ ପାଖରେ ରକ୍ତଦାନର ମହତ୍ତ୍ୱ ବିଷୟରେ ସଚେତନତା ବୋର୍ଡ ଲାଗିଥିବାର ଦେଖିବାକୁ ମିଳିବ । ଏହି ବୋର୍ଡ ଗୁଡ଼ିକରେ ରକ୍ତଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ ? କିଏ ରକ୍ତଦାନ କରିପାରିବ ? ଜଣେ ବ୍ୟକ୍ତି ବର୍ଷକୁ କେତେ ଥର ରକ୍ତଦାନ କରିବା ଉଚିତ୍ ? ଏହାର ଲାଭ କ’ଣ ? ରକ୍ତଦାନ ଦ୍ବାରେ କେଉଁମାନେ ଉପକୃତ ହୋଇପାରିବ ? ଏଭଳି ଅନେକ ସଚେତନତା ବାର୍ତ୍ତା ଲେଖାଯାଇଛି ।

ଘରେ ଘରେ ରକ୍ତଦାତା: ଗାଁରେ ପ୍ରଥମେ ପ୍ରଥମେ ରକ୍ତଦାତାଙ୍କ ସଂଖ୍ୟା ବହୁତ କମ୍‌ ଥିଲା । କିନ୍ତୁ ବର୍ତ୍ତମାନ ଗାଁରେ 520ରୁ ଊର୍ଦ୍ଧ୍ବ ରକ୍ତଦାତା ରହିଛନ୍ତି । ସେହିପରି 10ରୁ ଅଧିକ ଥର ରକ୍ତଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ହାଭେରୀ ଜିଲ୍ଲା ଡାକ୍ତରଖାନାକୁ ସର୍ବାଧିକ ରକ୍ତଦାନ କରିବାର ସୁନାମ ମଧ୍ୟ ଏହି ଗାଁ ନାଁରେ ରହିଛି । କେବଳ ଯେ, ଗ୍ରାମବାସୀମାନେ ରକ୍ତଦାନ କରନ୍ତି ତାହା ନୁହେଁ ବରଂ ଗ୍ରାମର ଯୁବକମାନେ ରକ୍ତ ସହ ପ୍ଲାଜମା ଓ ପ୍ଲେଟଲେଟ ମଧ୍ୟ ଦାନ କରିଥାନ୍ତି । ଗ୍ରାମର ଲୋକମାନଙ୍କ ମୃତ୍ୟୁ ପରେ ଚକ୍ଷୁ ସହ ଅଙ୍ଗଦାନ ମଧ୍ୟ କରନ୍ତି । ଏହାସହ ଅନ୍ୟମାନଙ୍କୁ ମଧ୍ୟ ଏହି ବାର୍ତ୍ତା ବାଣ୍ଟିଥାନ୍ତି । ରକ୍ତଦାନ ଶିବିର ବ୍ୟତୀତ ଗ୍ରାମରେ ରକ୍ତଦାନ ଗୁରୁତ୍ୱ ଉପରେ ବକ୍ତୃତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ, ଯୁବବର୍ଗଙ୍କୁ ରକ୍ତଦାନ ପାଇଁ ପ୍ରଶାସନର ଅପିଲ୍ - Blood Crisis In Summer Time

ଏନେଇ ଜଲ୍ଲାପୁର ଗ୍ରମର ଜଣେ ଯୁବକ ସତିଶ ଗଭାଲି କହିଛନ୍ତି, "କୋରୋନା ସମୟରେ ଆମେ ଶୁଣିବାକୁ ପାଇଥିଲୁ ଯେ, ପ୍ରସବ ସମୟରେ ରକ୍ତ ଅଭାବରୁ ଅନେକ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି । ସେତେବେଳେ ଗାଁର ସମସ୍ତ ଲୋକ ରକ୍ତ ଦେବାକୁ ନିଷ୍ପତ୍ତି ନେଇଥିଲେ । 2020 ମସିହାରେ ଗାଁରୁ ପ୍ରଥମ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କୋରୋନାର କଟକଣା ପାଳନ କରିବା ସହ 100 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା । ସେବେଠାରୁ ଗ୍ରାମବାସୀମାନେ ରକ୍ତଦାନ ସହିତ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.