ETV Bharat / bharat

ଅଶାନ୍ତ ମଧ୍ୟପ୍ରାଚ୍ୟ, ଇସ୍ରାଏଲକୁ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ - Air India Suspends Israel flights

author img

By ETV Bharat Odisha Team

Published : Apr 19, 2024, 7:11 PM IST

Air India Suspends Israel flights: ଇସ୍ରାଏଲ-ଇରାନ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବା ବେଳେ ଏହା ମଧ୍ୟରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ଉଡାଣ ବନ୍ଦ ସେବା ବନ୍ଦ ରଖିଛି । ଅଧିକ ପଢନ୍ତୁ

Air India Suspends Israel flights
Air India Suspends Israel flights

ହାଇଦ୍ରାବାଦ: ଇସ୍ରାଏଲକୁ ବିମାନ ଉଡାଣ ସେବା ବନ୍ଦ କଲା ଏୟାରଇଣ୍ଡିଆ । ଇସ୍ରାଏଲ- ଇରାନ ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏପ୍ରିଲ 30 ପର୍ଯ୍ୟନ୍ତ ତେଲ ଆଭିଭକୁ ସମସ୍ତ ବିମାନ ଉଡାଣ ସ୍ଥଗିତ ରଖିଛି । ଏନେଇ ଆଜି (ଶୁକ୍ରବାର) ଦିନ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।

ମଧ୍ୟ ପ୍ରାଚ୍ୟ ଦେଶରେ ଯୁଦ୍ଧ ସ୍ଥିତି କ୍ରମେ ଜଟିଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଇରାନ- ଇସ୍ରାଏଲ ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ସଂଚାଳନ ସଂସ୍ଥା ଏୟାର ଇଣ୍ଡିଆ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଏପ୍ରିଲ 30 ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନ ଉଡାଣ ବନ୍ଦ ରଖିଛି । ତେବେ ଏୟାର ଇଣ୍ଡିଆ ପକ୍ଷରୁ ସପ୍ତାହକୁ 4 ଥର ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଓ ଇସ୍ରାଏଲକୁ ବିମାନ ଉଡାଣ ଭରିଥାଏ ।

ଏନେଇ ଏୟାର ଇଣ୍ଡିଆ ମୁଖପାତ୍ର ବିବୃତ୍ତି ଜାରି କରି କହିଛନ୍ତି,"ଏୟାର ଇଣ୍ଡିଆ ଫ୍ଲାଇଟ ଦେଶରୁ ତେଲ ଆଭିଭିକୁ ଆଜି ଠାରୁ 30 ଏପ୍ରିଲ 2024 ପର୍ଯ୍ୟନ୍ତ ବିମାନ ଉଡାଣ ବାତିଲ କରାଯାଇଛି । ମଧ୍ୟ ପ୍ରାଚ୍ୟ ଦେଶର ବର୍ତ୍ତମାନର ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆମେମାନେ ଅନବରତ ଭାବେ ଏହି ସ୍ଥିତି ଉପରେ ନଜର ରଖିଛୁ ।"

ଏହାମଧ୍ୟ ପଢନ୍ତୁ.. ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ଅଶଙ୍କା ! ଇରାନ ବିମାନ ବନ୍ଦର ଉପରେ ଇସ୍ରାଏଲର ମିଶାଇଲ ମାଡ - Israel Attack Iran

ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ଏକ ଅଫର ପ୍ରଦାନ କରାଯାଇଛି । ଯେଉଁ ଯାତ୍ରୀମାନେ ଏହି ସମୟ ମଧ୍ୟରେ ତେଲ ଯିବା ପାଇଁ ଟିକେଟ କରିଛନ୍ତି ସେମାନଙ୍କୁ ଗୋଟିଏ ଥର ପାଇଁ ଟିକେଟ ବାତିଲ କଲେ ନଚେତ ତାରିଖରେ ପରିବର୍ତ୍ତନ କଲେ (ରି-ସେଡ୍ୟୁଲିଙ୍ଗ) କଲେ ପଡୁଥିବା ଫାଇନ କିମ୍ବା ଶୁକ୍ଳରେ ଛାଡ ପ୍ରଦାନ କରାଯାଇଛି ।

ଏହାପୂର୍ବରୁ ରବିବାର ଦିନ, ଏୟାର ଇଣ୍ଡିଆ ତେଲ ଆଭିଭକୁ ବିମାନ ଉଡାଣ ଭରିବା ପାଇଁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିଲା । ଇରାନ - ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିବା ପରେ ଆହୁରୀ ଅଶାନ୍ତ ହୋଇପଡିଛି ମଧ୍ୟପ୍ରାଚ୍ୟ ଦେଶ । ଦୁଇ ଶକ୍ତିଶାଳୀ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ପରେ ଅନ୍ୟ ଦେଶଗୁଡିକ ଆଲର୍ଟ ହୋଇଯାଇଛନ୍ତି । ନିଜ ନାଗରିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତିରେ ଏହି 2 ଦେଶକୁ ଯିବାକୁ ବାରଣ କରାଯାଇଛି ।

ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏୟାରଲାଇନ୍ସ ଏହାପୂର୍ବରୁ ମଧ୍ୟ ଇସ୍ରାଏଲକୁ ବିମାନ ସେବା ବନ୍ଦ ରଖିଥିଲା । ଇସ୍ରାଏଲ-ଗାଜା ଯୁଦ୍ଧ ପରେ ଗତ ବର୍ଷ ଅକ୍ଟୋବର ମାସରୁ ତେଲ ଆଭିଭକୁ ବିମାନ ଉଡାଣ ବନ୍ଦ ରଖିଥିବା ବେଳେ ଗତ ମାର୍ଚ୍ଚ 3ରୁ ପୁନଃ ସେବା ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ପୁଣି ଫ୍ଲାଇଟ ସେବା ସ୍ଥଗିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.