ETV Bharat / bharat

ଏୟାର ଇଣ୍ଡିଆକୁ 1.10 କୋଟି ଫାଇନ ଲଗାଇଲା DGCA

author img

By ETV Bharat Odisha Team

Published : Jan 24, 2024, 4:23 PM IST

Air India Safety Violation: ଏୟାର ଇଣ୍ଡିଆକୁ ଲାଗିଲା ବଡ଼ ଝଟକା । ବିମାନ ନିୟାମକ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ( ଡିଜିସିଏ ) ପକ୍ଷରୁ ଏୟାର ଇଣ୍ଡିଆକୁ ପଡ଼ିଛି ଜରିମନା । ଅଧିକ ପଢ଼ନ୍ତୁ

ଏୟାର ଇଣ୍ଡିଆକୁ 1.10 କୋଟି ଫାଇନ
ଏୟାର ଇଣ୍ଡିଆକୁ 1.10 କୋଟି ଫାଇନ

ନୂଆଦିଲ୍ଲୀ: ସୁରକ୍ଷା ନିୟମ ଉଲଙ୍ଘନ କରିବା ପଡ଼ିଲା ଭାରି । ଏୟାର ଇଣ୍ଡିଆକୁ ଲାଗିଲା ବଡ଼ ଝଟକା । ବିମାନ ନିୟାମକ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ( ଡିଜିସିଏ ) ପକ୍ଷରୁ ଏୟାର ଇଣ୍ଡିଆକୁ ପଡ଼ିଛି ଜରିମାନା । ଏୟାର ଇଣ୍ଡିଆକୁ ମୋଟା ଅଙ୍କର ଫାଇନ କରିଛି ଡିଜିସିଏ । ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ଏୟାର ଇଣ୍ଡିଆ ଉପରେ 1 କୋଟି 10 ଲକ୍ଷ ଟଙ୍କା ଜରିମନା ଲଗାଇଛି ଡିଜିସିଏ । ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ସ୍ବେଚ୍ଛାକୃତ ସୁରକ୍ଷା ରିପୋର୍ଟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ରହିଛି ।

  • DGCA has initiated enforcement action and imposed a penalty of Rs 1.10 crore on Air India over allegations of safety violations of flights operated by Air India on certain long-range terrain critical routes: DGCA pic.twitter.com/f9oOQfx8Fo

    — ANI (@ANI) January 24, 2024 " class="align-text-top noRightClick twitterSection" data=" ">

ଏତ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଏୟାର ଇଣ୍ଡିଆ କର୍ମଚୀଙ୍କ ଠାରୁ ସ୍ବେଚ୍ଛାକୃତ ସୁରକ୍ଷା ରିପୋର୍ଟ ପାଇବା ପରେ ଏନେଇ ବିସ୍ତୃତ ଯାଞ୍ଚ କରିଥିଲା ଡିଜିସିଏ । ଏହି ରିପୋର୍ଟରେ ଏୟାର ଇଣ୍ଡିଆ ଦ୍ବାରା ପରିଚାଳିତ କିଛି ଦୂରଗାମୀ ଯାତ୍ରା କରୁଥିବା ବିମାନ ଉଡାଣରେ ସୁରକ୍ଷା ନିୟମ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଥିଲା । ଡିଜିସିଏ କହିଛି ଯେ, ଯାଞ୍ଚ ସମୟରେ ନିୟମ ଉଲଙ୍ଘନ କରାଯାଇଥିବା ଜଣା ପଡ଼ିଥିଲା । ଏହାପରେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କାରଣ ଦର୍ଶାଅ ନୋଟିସର ଉତ୍ତର ମିଳିବା ପରେ ବିମାନର କାର୍ଯ୍ୟ ସୁରକ୍ଷା ନିୟମ ବିରୁଦ୍ଧ ଥିବା ଜଣାପଡିଥିଲା । ତେଣୁ ଡିଜିସିଏ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରିଛି ଡିଜିସିଏ ।

ଏହା ମଧ୍ୟ ପଢ଼ନ୍ତୁ.....ଦିଲ୍ଲୀ ବିମାନ ବନ୍ଦରରେ ହୃଦଘାତରେ ଆଖି ବୁଜିଲେ ଏୟାର ଇଣ୍ଡିଆ ପାଇଲଟ, 3 ମାସରେ ତୃତୀୟ ଘଟଣା

ସୂଚନା ଅନୁସାରେ, ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ 1 କୋଟି 20 ଲକ୍ଷ ଟଙ୍କା ଜରିମନା ଆଦାୟ କରାଯାଇଥିଲା । ଇଣ୍ଡିଗୋର ଏକ ବିମାନର ଯାତ୍ରୀମାନେ ବିମାନ ପାର୍କିଂ ଉପରେ ଖାଦ୍ୟ ଖାଉଥିଲେ । ଯାହାର ଭିଡ଼ିଓ ଭାରରାଲ ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ବିରୋଧ କରି ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ଗ୍ରହଣୀୟ ନୁହେଁ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.