ଓଡିଶା

odisha

ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

By

Published : Sep 1, 2021, 7:05 AM IST

ଓଁ ନମୋଃ ଭଗବତେ ବାସୁଦେବାୟ । ପ୍ରାତଃରୁ ସମସ୍ତ ସେବାୟତ ଏହି ମନ୍ତ୍ର ଉଚ୍ଚାରଣ କରି ଶ୍ରୀମନ୍ଦିର ଦ୍ବାର ଫିଟାଇଛନ୍ତି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।

ABOUT THE AUTHOR

...view details