ଓଡିଶା

odisha

ଅଣସରରେ ଶ୍ରୀଜୀଉ, ଦେଖନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 24, 2022, 7:08 AM IST

ବ୍ରହ୍ମଗିରି: ଜ୍ବରରେ ପଡିଛନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜୀଉ । ଅସୁସ୍ଥତା ପାଇଁ ଅଣସର ବାସରେ ରହିଛନ୍ତି ମହାପ୍ରଭୁ । 15 ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ହେବ । ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଆଜି ଦଶମ ଦିନରେ ଭୋର୍ 4ଟାରୁ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ସମ୍ପର୍ଣ୍ଣ ହୋଇଛି । ଭଗବାନ ଅଲାରନାଥଙ୍କ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

...view details