ଭୁବନେଶ୍ବର: ସାଣ୍ଡି ଟାୱାରରେ ପହଞ୍ଚିଲେ ହକି ଟିମ ଇଣ୍ଡିଆ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭବ୍ୟ ସ୍ବାଗତ ପରେ ରାଜଧାନୀ ସ୍ଥିତ ସାଣ୍ଡି ଟାଓ୍ୱାର ହୋଟେଲରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଓ ପୁରୁଷ ହକି ଦଳ । କଡା ସୁରକ୍ଷା ମଧ୍ୟରେ ଉଭୟ ଟିମକୁ ନିଆଯାଇଛି । ଏହି ସମୟରେ ହୋଟେଲ ସମ୍ମୁଖରେ ମନଲୋଭା ନୃତ୍ୟ ସାଙ୍ଗକୁ ପିରାମିଡ୍ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ