ଓଡିଶା

odisha

ଅଧରାତିରେ ଶ୍ମଶାନରେ ଅସ୍ବାଭାବିକ ଆଚରଣ କଲେ ଛାତ୍ର, ଭିଡିଓ ଭାଇରାଲ

By ETV Bharat Odisha Team

Published : Sep 13, 2023, 9:36 AM IST

black magic

ଖୋର୍ଦ୍ଧା:ବିଜ୍ଞାନ ଯେତେ ଆଗକୁ ଗଲେ ବି ଆଜି ବି ଅନ୍ଧବିଶ୍ବାସରୁ ମୁକୁଳି ପାରୁନି ମନୁଷ୍ୟ । ଭୂତ ପ୍ରେତ ଉପରେ ବିଶ୍ବାସ କରି ଘଟାଇ ଚାଲୁଛନ୍ତି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ । ଅଧ ରାତିରେ ଘରୁ ବାହାରି ଶ୍ମଶାନକୁ ଦୌଡିଲେ ଛାତ୍ର । ମାଟିରେ ଗଡି ଛାତ୍ର ଜଣଙ୍କ ଅସ୍ବାଭାବିକ ଆଚରଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବଳି ଉଦ୍ଦେଶ୍ୟରେ ପୁଅକୁ ଶ୍ମଶାନକୁ ଅଣାଯାଇଥିବା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ମାଡ ମାରିଲେ ଛାତ୍ରଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ।  

ଘଟଣାଟି ଥିଲା ଏମିତି:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛ ଗାଡ଼ିଆରେ ଶ୍ମଶାନରେ ଗାଁର ଜନୈକ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ନେଇ ପ୍ରଚାର ହୋଇଥିଲା । ଏହାପରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର 3 ରୁ 4 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବିଚିତ୍ର ବ୍ୟବହାର କରିଥିଲେ । ଗତ ରବିବାର ରାତିରେ ଜଣେ ନବମ ଶ୍ରେଣୀର ଛାତ୍ର ଘରେ ଶୋଇଥିବା ସମୟରେ ହଠାତ ଉଠି ଶ୍ମଶାନକୁ ଦୌଡ଼ି ପଳାଇଥିଲେ । ଏହା ଦେଖି ତାଙ୍କ ଘର ଲୋକ ପିଛା କରି ଶ୍ମଶାନରେ ପହଞ୍ଚିବା ବେଳକୁ ପୁଅ ମାଟିରେ ଗଡ଼ୁଥିବା ଦେଖିବାକୁ ପାଇଥିଲେ । ବଳି ପାଇଁ ପୁଅକୁ ଶ୍ମଶାନକୁ ଆଣିଥିବା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିଲେ ପରିବାର ଲୋକେ । ଅନ୍ୟପଟେ ଭୟରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ମାନେ ସ୍କୁଲ ଛାଡୁନଥିବା ଜଣାପଡିଛି । ଏ ସମ୍ପର୍କରେ ସଦର ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଘଟଣାର କେତେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-ଅନ୍ଧବିଶ୍ବାସରେ ବଞ୍ଚୁଛନ୍ତି ଲୋକେ, ଦିସାରୀର ଚିକିତ୍ସା ଗ୍ରାମବାସୀଙ୍କ ଭରସା

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details