ଓଡିଶା

odisha

ଭିଜିଲାନ୍ସ ଜାଲରେ ଜୁନିୟର ଆକାଉଣ୍ଟାଟଣ୍ଟ ସଞ୍ଜୟ କୁମାର ବାଗ

By

Published : May 31, 2023, 10:50 PM IST

ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟ୍ରାପ

ନୂଆପଡା: ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟ୍ରାପ । କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଟଣ୍ଟ ସଞ୍ଜୟ କୁମାର ବାଗ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜୟପୁର ଭିଜିଲାନ୍ସ ହାତରେ ଗିରଫ । 20 ହଜାର ଟଙ୍କା ଜବତ ହୋଇଛି । ସୂଚନା ମତେ ଖଡ଼ିଆଳ ନିବାସୀ ବିନୋଦିନି କୈବର୍ତ୍ତ  ଖଡ଼ିଆଳ ବନ ଖଣ୍ଡ ଅଧୀନରେ ଫରେଷ୍ଟ ଗାର୍ଡ ଭାବରେ ଦୀର୍ଘ ବର୍ଷରୁ କମ କରିଆସୁଥିଲେ । କୌଣସି କାରଣବଶତଃ ବିନୋଦିନି କୈବର୍ତ୍ତ ଚାକିରୀରୁ VRS ନେଇଥିଲେ । ତାଙ୍କ ପେନସନ କରାଇ ଦେବା ବାବଦକୁ ଏକାଉଣ୍ଟଟେନ ସଞ୍ଜୟ କୁମାର ବାଗ 20 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଦାବି ମୁତାବକ ଫରେଷ୍ଟ ଗାର୍ଡ ବିନୋଦିନି କୈବର୍ତ୍ତଙ୍କ ଭାଇ ମନୋଜ କୈବର୍ତ୍ତ ବୁଧବାର 20 ଜହାର ଟଙ୍କା ଲାଞ୍ଚ ବାବଦକୁ ସଂଜୟ କୁମାର ବାଗଙ୍କୁ ଟଙ୍କା ତାଙ୍କ କାର୍ଯ୍ୟାଳୟ ଠାରେ ଦେଉଥିଲେ । ସେହି ସମୟରେ ରେଡହ୍ୟାଣ୍ତ ଧରିଥିଲା ଭିଜିଲାନ୍ସ ଟିମ୍। କୋରାପୁଟ ଭିଜିଲାନ୍ସ sp ଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଭିଜିଲାନ୍ସ dspଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ସଞ୍ଜୟ କୁମାର ବାଗଙ୍କୁ ଗିରଫ କରିବା କରିଛି। 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details