ଓଡିଶା

odisha

ଜମୁଛି ନୂଆଁଖାଇ ଭେଟଘାଟ ଆସର, ନାଚଗୀତରେ ଦୁଲୁକୁଛି ଗାଁ ଦାଣ୍ଡ

By

Published : Sep 2, 2022, 9:36 PM IST

Updated : Feb 3, 2023, 8:27 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ନୂଆଁଖାଇ ଭେଟଘାଟ । ନୂଆଁଖାଇ ହେଉଛି କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା। ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ କରି ଦଶହରା ଦଶମୀ ତିଥି ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ ଧରି ଗାଁଠୁ ସହର ସବୁଠି ନୂଆଁଖାଇ ଝଲକ ଦେଖିବାକୁ ମିଳେ ।ଗତକାଲି ନୂଆଁଖାଇ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଗାଁ ଗାଁରେ ଆୟୋଜିତ ହୋଇଛି ଜୁହାର ଭେଟର ପର୍ବ, ନାଚ ଗୀତରେ ମସଗୁଲ ହୋଇଥାନ୍ତି ପିଲାଠୁ ବୁଢା । ଗାଁ ଗାଁରେ ବିର ବାଧ୍ୟ ଘୁମୁରା ତାଳେ ତାଳେ ଗ୍ରାମବାସୀ ନାଚି ଉଠିଥିବା ବେଳେ କୁନି କୁନି ପିଲା ମାନଙ୍କ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଅନେକତା ମଧ୍ୟରେ ଏକାତା ବାର୍ତ୍ତା ବହ ଏହି ଗଣ ପର୍ବ କୁ ନେଇ ସମଗ୍ର ପଶ୍ଚିମ ଓଡିଶା ରେ ଜମିଛି ନାଚଗୀତ ର ଆସର । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:27 PM IST

ABOUT THE AUTHOR

...view details