ଓଡିଶା

odisha

4 ଦିନ ପରେ ମିଳିଲା ନିଖୋଜ ଶିଶୁପୁତ୍ରର ମୃତଦେହ, ହତ୍ୟା ସନ୍ଦେହ

By ETV Bharat Odisha Team

Published : Nov 22, 2023, 2:07 PM IST

ନିଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଖୋର୍ଦ୍ଧା:ନିଖୋଜ ଶିଶୁର ମୃତଦେହ ଉଦ୍ଧାର । ୪ଦିନ ଧରି ନିଖୋଜ ଥିବା ଶିଶୁ ପୁତ୍ରର ମୃତଦେହ ଏକ ସ୍ଥାନୀୟ ପୋଖରୀରୁ ଉଦ୍ଧାର ହୋଇଛି । ହାତ ଗୋଡ଼ ବନ୍ଧା ଅବସ୍ଥାରେ  ଶିଶୁ ପୁତ୍ରର ମୃତଦେହ ମିଳିଛି  । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଅଧିନସ୍ଥ ଉଜ୍ଜଳା ଗୋପୀନାଥପୁର ଗ୍ରାମରେ ଏଭଳି ଘଟଣା ଘଟିଛି  । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁ ପୁତ୍ରକୁ ହତ୍ୟା ହୋଇଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଘଟଣାରେ ୪ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।  ଗତ ୪ଦିନ ହେଲା ରସୁଲପୁର ମୌଜାରେ ଥିବା ପ୍ରାୟ 30 ଫୁଟ ଗଭୀର ମାଙ୍କଡ଼ା ପଥର ଖଣିକୁ ଟାଙ୍ଗୀ ଅଗ୍ନିଶମ ବାହିନୀ ତନ୍ନତନ୍ନ ଯାଞ୍ଚ କରିଥିଲା। ତା ସହିତ ରାହୁଲଙ୍କ ଫାଇଲ୍ ଫଟୋ ଦେଖାଇ ଖୋଜି ନିରାଶ ହୋଇଥିବା ବେଳେ ସନ୍ଧାନୀ କୁକୁର ମଧ୍ୟ ଆସି ବିଫଳ ହୋଇଥିଲା । ହେଲେ ଗତକାଲି ସନ୍ଧ୍ୟା ସମୟରେ ଗ୍ରାମ ଠାରୁ ଦୂରରେ ଥିବା ଏକ ପୋଖରୀରୁ ଲୁଙ୍ଗିରେ ହାତ ଗୋଡ ବନ୍ଧା ହାଇଥିବା ଶିଶୁପୁତ୍ର ମୃତଦେହ ଉଦ୍ଧାର କରାଯାଇଛି ବୋଲି ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପରିଡା ସୂଚନା ଦେଇଛନ୍ତି । ସେପଟେ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ- ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ଜଣେ ଗିରଫ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details